୬ ବର୍ଷର ଶିଶୁକନ୍ୟା କୁ ଦୁଷ୍କର୍ମ ,ଅଭିଯୁକ୍ତ ଗିରଫ
ବାରଙ୍ଗ : ରାଜ୍ୟରେ ଥମୁନାହିଁ ଶିଶୁ ଯୌନ ନିର୍ଯ୍ୟାତନା ଘଟଣା । କଟକ ବାରଙ୍ଗ ଥାନା ତ୍ରିଶୁଳିଆ ଅଞ୍ଚଳରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା । ଜଣେ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି । ବାରଙ୍ଗ ଅଞ୍ଚଳରେ ଏକ ଇଟା ଭାଟିରେ ନାବାଳିକାଙ୍କ ପରିବାର ଲୋକମାନେ କାମ କରି ଆସୁଥିଲେ। ସେହିଠାରେ ହିଁ ନାବାଳିକାଙ୍କ ସହ ଏଭଳି ଲଜ୍ଜାଜନକ ଘଟଣା ଘଟିଛି । ଗୁରୁତର ନାବାଳିକାକୁ ଉଦ୍ଧାର କରାଯାଇ ଶିଶୁ ଭବନର ଆଇସିୟୁରେ […]
ବାରଙ୍ଗ : ରାଜ୍ୟରେ ଥମୁନାହିଁ ଶିଶୁ ଯୌନ ନିର୍ଯ୍ୟାତନା ଘଟଣା । କଟକ ବାରଙ୍ଗ ଥାନା ତ୍ରିଶୁଳିଆ ଅଞ୍ଚଳରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା । ଜଣେ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି । ବାରଙ୍ଗ ଅଞ୍ଚଳରେ ଏକ ଇଟା ଭାଟିରେ ନାବାଳିକାଙ୍କ ପରିବାର ଲୋକମାନେ କାମ କରି ଆସୁଥିଲେ। ସେହିଠାରେ ହିଁ ନାବାଳିକାଙ୍କ ସହ ଏଭଳି ଲଜ୍ଜାଜନକ ଘଟଣା ଘଟିଛି । ଗୁରୁତର ନାବାଳିକାକୁ ଉଦ୍ଧାର କରାଯାଇ ଶିଶୁ ଭବନର ଆଇସିୟୁରେ ଭର୍ତ୍ତି କରାଯାଇଛି । ଏ ନେଇ ପରିବାର ଲୋକ ବାରଙ୍ଗ ଥାନାରେ ଏତଲା ଦେଇଛନ୍ତି। ଘଟଣା ଘଟିବା ପରେ ଅଭିଯୁକ୍ତ ଜଣକ ଫେରାର୍ ହୋଇଯାଇଛି।
ସୂଚନା ଅନୁସାରେ, ପୀଡିତାଙ୍କ ପରିବାର ନୟାଗଡର ହୋଇଥିବା ବେଳେ ସେମାନେ କଟକରେ ରହି ଇଟା ଭାଟିରେ କାମ କରୁଥିଲେ । ତେବେ ବାପା ମାଆ କାମ କରିବାକୁ ଯାଇଥିବା ବେଳେ ଜଣେ ନାବାଳକ ଆସି ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିବା ଜଣାପଡିଛି । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି। ଅଭିଯୁକ୍ତ ଜଣକ ଝାଡଖଣ୍ଡ ଅଞ୍ଚଳର ହୋଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏନେଇ କୌଣସି ଦୃଢ ଆଇନ କିମ୍ବା ସରକାରଙ୍କ ପକ୍ଷରୁ ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ଦିନକୁ ଦିନ ଏଇଭଳି ଘଟଣା ବଢି ଚାଲିଛି ।
ସଦ୍ୟ ବିବରଣୀ ଅନୁସାରେ ,ଶିଶୁକନ୍ୟାକୁ ଦୁଷ୍କର୍ମ କରି ଫେରାର ଥିବା ଅଭିଯୁକ୍ତକୁ ଗିରଫ କରିଛି ବାରଙ୍ଗ ପୋଲିସ । ଅଭିଯୁକ୍ତକୁ ତ୍ରିଶୁଳିଆରୁ ଗିରଫ କରାଯାଇଛି । ଅଭିଯୁକ୍ତର ଘର ଝାଡ଼ଖଣ୍ଡରେ ହୋଇଥିବାବେଳେ ସେ ପୀଡିତାର ବାପା ମା’ଙ୍କ ସହିତ ଉକ୍ତ ଇଟାଭାଟିରେ କାମ କରୁଥିବା ଜଣାପଡିଛି । ଅନ୍ୟପଟେ ଦୁଷ୍କର୍ମର ଶିକାର ଶିଶୁକନ୍ୟାକୁ ଅଧିକ ଚିକିତ୍ସା ପାଇଁ ଶିଶୁଭବନ ଆଇସିୟୁରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।




