ଭିମସାରରୁ ଶିଶୁଚୋରି ଘଟଣାର ଅନୁସନ୍ଧାନ ପାଇଁ ଗଠନ ହେଲା ୪ ଜଣିଆ ପୋଲିସ ଟିମ
ବୁର୍ଲା : ପୁଣି ଥରେ ଚର୍ଚ୍ଚାରେ ବୁର୍ଲା ଭିମସାର ମେଡିକାଲ । ଗତକାଲି ମେଡିକାଲ ପରିସରରୁ ୩ ଦିନର ଶିଶୁପୁତ୍ର ଚୋରି ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ପଦାକୁ ଆସିବା ପରେ ବୁର୍ଲା ପୁଲିସ୍ ବୁର୍ଲା ସୀମା ସିଲ୍ କରିବା ସହ ୪ଟିମ୍ ଗଠନ କରାଯାଇଛି । ଚୋରି ଶିଶୁକୁ ଉଦ୍ଧାର ପାଇଁ ରାତି ତମାମ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା । ୪ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ […]
ବୁର୍ଲା : ପୁଣି ଥରେ ଚର୍ଚ୍ଚାରେ ବୁର୍ଲା ଭିମସାର ମେଡିକାଲ । ଗତକାଲି ମେଡିକାଲ ପରିସରରୁ ୩ ଦିନର ଶିଶୁପୁତ୍ର ଚୋରି ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ପଦାକୁ ଆସିବା ପରେ ବୁର୍ଲା ପୁଲିସ୍ ବୁର୍ଲା ସୀମା ସିଲ୍ କରିବା ସହ ୪ଟିମ୍ ଗଠନ କରାଯାଇଛି । ଚୋରି ଶିଶୁକୁ ଉଦ୍ଧାର ପାଇଁ ରାତି ତମାମ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା । ୪ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବୁର୍ଲା ସହରର ୪ଟି ରାସ୍ତା ବ୍ଲକ କରିଥିଲା । କିନ୍ତୁ ଏପର୍ଯ୍ୟନ୍ତ ଅଭିଯୁକ୍ତ ର ଟେର ପାଇନାହିଁ ପୋଲିସ । ଶିଶୁ ଚୋରି ଘଟଣାର ସମସ୍ତ ଦୃଶ୍ୟ ହସ୍ପିଟାଲ ସିସିଟିଭିରେ କଏଦ୍ ହୋଇଛି। ପୁଲିସ୍ ଫୁଟେଜ୍କୁ ଆଧାର କରି ଉକ୍ତ ମହିଳାଙ୍କୁ ଠାବ କରିବା ପାଇଁ ଚେଷ୍ଟା ଚଳାଇଛି ।
ସୂଚନାନୁସାରେ, ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା ବସନା ଥାନା ବଡେସଜା ଗାଁର ମୋହନ ଦାସଙ୍କ ସ୍ତ୍ରୀ ସୀତାଙ୍କ ପ୍ରସବ ବେଦନା ହେବାରୁ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ରବିବାର ଦିନ ବରଗଡ଼ ଖେଦାପାଲି ହସ୍ପିଟାଲରୁ ତାଙ୍କୁ ବୁର୍ଲା ଭିମସାର ସ୍ଥାନାନ୍ତର ହୋଇଥିଲେ। ସେହିଦିନ ଭିମସାର୍ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ସୀତା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ତାଙ୍କୁ ସ୍ତ୍ରୀ ଓ ପ୍ରସୂତି ବିଭାଗର ପ୍ରଥମ ମହଲାର ୪୩ ନମ୍ୱର ବେଡ ପ୍ରଦାନ କରାଯାଇଥିଲା। ସୀତାଙ୍କ ସାଙ୍ଗରେ ତାଙ୍କର ଭଉଣୀ ମଧ୍ୟ ଦେଖାଶୁଣା ପାଇଁ ରହୁଥିଲେ। ଏହି ସମୟରେ ସମ୍ବଲପୁର ଅଞ୍ଚଳର ଜଣେ ମହିଳା ଶିଶୁପୁତ୍ରର ମାଉସୀଙ୍କ ସହ କଥା ହୋଇ ସମ୍ପର୍କ ବଢ଼ାଇ ଥିଲେ । ମଙ୍ଗଳବାର ଅପରାହ୍ନ ୪ଟାରେ ସୀତା ଖାଉଥିବାବେଳେ ଛୁଆଟି କାନ୍ଦିବାରୁ ସଂପୃକ୍ତ ମହିଳା ଜଣକ ଶିଶୁପୁତ୍ରକୁ କୋଳକୁ ନେଇ ଖେଳାଉଥିଲେ । ଏହିସମୟରେ ସୀତା ଏବଂ ତାଙ୍କ ସ୍ୱାମୀ ମୋହନର ଅନ୍ୟମନସ୍କତାର ସୁଯୋଗ ନେଇ ସମ୍ପୃକ୍ତ ମହିଳା ଜଣକ ଶିଶୁପୁତ୍ରକୁ ନେଇ ଧୀରେ ଧୀରେ ବାହାରକୁ ଚାଲିଯାଇ କୌଶଳକ୍ରମେ ଫେରାର ମାରିଥିଲେ । ଦୀର୍ଘ ସମୟ ଧରି ମହିଳାଜଣଙ୍କ ନଆସିବାରୁ ମୋହନ ଓ ସୀତା ତାଙ୍କୁ ହସ୍ପିଟାଲ ସାରା ଖୋଜିଥିଲେ ହେଁ ପାଇନଥିଲେ। ପରେ ଏ ସଂପର୍କରେ ସେମାନେ ବୁର୍ଲା ପୁଲିସ୍ର ଦ୍ବାରସ୍ଥ ହୋଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ଉକ୍ତ ମହିଳା ଜଣକ ଶିଶୁପୁତ୍ରକୁ ନେଇ ପଳାଉଥିବାର ଦେଖିବାକୁ ମିଳିଥିଲା । ଏହି ଘଟଣାରେ ପୋଲିସ ବୁର୍ଲା ସହରକୁ ସିଲ୍ କରି ଛାନଭିନ୍ ଜାରି ରଖିଛି। ଡାକ୍ତରଖାନା କର୍ତ୍ତୃପକ୍ଷ ମଧ୍ୟ ଏକ ଦଳ ଗଠନ କରି ତଦନ୍ତ ଆରମ୍ଭ କରିଛନ୍ତି।




