ଜାତୀୟ ଶିକ୍ଷାନୀତି ପାଠ୍ୟକ୍ରମ ପାଇଁ ୧୬ ଜଣିଆ କମିଟି ଗଠିତ

ଭୁବନେଶ୍ୱର : ଆସନ୍ତା ଶିକ୍ଷା ବର୍ଷରୁ ସ୍କୁଲ ସ୍ତରରେ ଲାଗୁ ହେବ ଜାତୀୟ ଶିକ୍ଷାନୀତି ୨୦୨୦ ବା NEP (ନ୍ୟାସନାଲ ଏଜୁକେସନାଲ ପଲିସି)। ଗଠନ ହେଲା ଷ୍ଟିଅରିଙ୍ଗ କମିଟି । NEP କାର୍ୟ୍ୟକାରୀ କରିବାକୁ ୧୬ ଜଣ ସଦସ୍ୟଙ୍କୁ ନେଇ ଷ୍ଟିଅରିଙ୍ଗ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ଏହାର ଅଧ୍ୟକ୍ଷ ଭାବେ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନଙ୍କୁ ନିଯୁକ୍ତ କରାଯାଇଛି। ଓଡ଼ିଶା ଭିତ୍ତିକ ପାଠ୍ୟ ଖସଡ଼ା ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ […]

Samaya Live Picture
Published On

ଭୁବନେଶ୍ୱର : ଆସନ୍ତା ଶିକ୍ଷା ବର୍ଷରୁ ସ୍କୁଲ ସ୍ତରରେ ଲାଗୁ ହେବ ଜାତୀୟ ଶିକ୍ଷାନୀତି ୨୦୨୦ ବା NEP (ନ୍ୟାସନାଲ ଏଜୁକେସନାଲ ପଲିସି)। ଗଠନ ହେଲା ଷ୍ଟିଅରିଙ୍ଗ କମିଟି । NEP କାର୍ୟ୍ୟକାରୀ କରିବାକୁ ୧୬ ଜଣ ସଦସ୍ୟଙ୍କୁ ନେଇ ଷ୍ଟିଅରିଙ୍ଗ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ଏହାର ଅଧ୍ୟକ୍ଷ ଭାବେ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନଙ୍କୁ ନିଯୁକ୍ତ କରାଯାଇଛି। ଓଡ଼ିଶା ଭିତ୍ତିକ ପାଠ୍ୟ ଖସଡ଼ା ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ । ଏନେଇ ପ୍ରତିକ୍ରିୟା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏହା ଐତିହାସିକ ପଦକ୍ଷେପ । ଶିକ୍ଷା ସରଳୀକାରଣ ହେବ। FLMର ନିପୁଣ ଓଡ଼ିଶା ଲାଗୁ କରାଯିବ । ପ୍ରାଥମିକ ସ୍ତରରେ ପିଲାମାନେ ଭିତ୍ତିଠିକ ରହିବା ନେଇ ପ୍ରତି ପଞ୍ଚାୟତରେ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କରିବାକୁ ଯାଉଛନ୍ତି ସରକାର ବୋଲି କହିଛନ୍ତି ।

ଜାତୀୟ ଶିକ୍ଷାନୀତି ଲାଗୁ କରିବା ଦ୍ବାରା ଶିକ୍ଷା ବ୍ୟବସ୍ଥାରେ ସରଳୀକରଣ ହେବା ନେଇ ଆଶା କରାଯାଉଛି । ବିଦ୍ୟାଳୟ ସ୍ତରରେ ଧନ୍ଦାମୂଳକ ଶିକ୍ଷା ବି ଦିଆଯିବ। ବିଶେଷ କରି ଓଡ଼ିଆ ଭାଷା କଳା ଓ ସଂକୃତିକୁ ବି ଏଥିରେ ପ୍ରଚାର ପ୍ରସାର କରାଯିବ । NEP ଲାଗୁ ହେଲେ ଜିରୋ ଡ୍ରପ ଆଉଟ ହେବା ଗୁଣାତ୍ମକ ଶିକ୍ଷା ମିଳିପାରିବ । ଏଥିରେ ୧୫୬ କୋଟି ବ୍ୟୟ ବରାଦ ହୋଇଛି ।

ଷ୍ଟିଅରିଂ କମିଟି ଗଠନ ହେବା ପରେ ପ୍ରତିକ୍ରିୟା ଦେଇଛନ୍ତି ପ୍ରଫେସର ନିତ୍ୟାନ୍ଦ ପ୍ରଧାନ । ସେ କହିଛନ୍ତି, ନ୍ୟାସନାଲକୁ କପି କରିବୁନି । ଆମର ଯେଉଁ ପାଠ୍ୟଖସଡା ହେବ ତାହା ଜାତୀୟ ଫ୍ରେମର କପି କରିବନି । ଓଡ଼ିଶା ଭିତ୍ତିକ ପାଠ୍ୟ ଖସଡ଼ା ପ୍ରସ୍ତୁତ କରାଯିବ ।

ସୂଚନା ଅନୁସାରେ ଗତକାଲି ଗଣଶିକ୍ଷା ବିଭାଗରେ ଲାଗୁ ହୋଇଛି ଜାତୀୟ ଶିକ୍ଷା ନୀତି-୨୦୨୦ । ଉଚ୍ଚ ଶିକ୍ଷା ପରେ ଏବେ ଗଣଶିକ୍ଷା ବିଭାଗରେ NEP ଲାଗୁ କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି । ଶିକ୍ଷା ବିଭାଗକୁ ସୁଦୃଢ଼ କରିବା ପାଇଁ ଏହି ନିଷ୍ପତ୍ତି ହୋଇଛି । ୧୦,+୨ ଢାଞ୍ଚାରେ ପରିବର୍ତ୍ତନ କରାଯାଇ, ୫,+୩,+୩,+୪ ଢାଞ୍ଚାରେ ପାଠ ପଢିବା ଉପରେ ଗୁରୁତ୍ବ ଦିଆଯାଇଛି । ଏହି ନୂଆ ଶିକ୍ଷା ନୀତି ଅନୁସାରେ ୩ ବର୍ଷରୁ ପିଲା ସ୍କୁଲ ଯିବେ। ୩ ବର୍ଷରୁ ଅଙ୍ଗନୱାଡି ଯାଇ ପାଠ ପଢିବେ । ୩ରୁ ୬ ବର୍ଷ ପିଲା ଅଙ୍ଗନୱାଡି, ପ୍ରି-ସ୍କୁଲ, ବାଳବାଟିକା ପଢିବେ । ୬ରୁ ୮ ବର୍ଷ ପ୍ରଥମ, ଦ୍ବିତୀୟ ଶ୍ରେଣୀରେ ପଢିବେ । ଏହାପରେ ତୃତୀୟରୁ ପଞ୍ଚମ ୩ ବର୍ଷ ପ୍ରିପେୟାରେଟୋରୀ ପାଠପଢା । ଷଷ୍ଠରୁ ଅଷ୍ଟମ, ତିନି ବର୍ଷ ମିଡିଲ୍ ସ୍କୁଲ ପାଠ ପଢା । ପରେ ନବମରୁ ଦ୍ବାଦଶ ସେକେଣ୍ଡାରୀ ଶ୍ରେଣୀରେ ପାଠ ପଢିବେ । ଜାତୀୟ ଶିକ୍ଷା ନୀତି ଅନୁସାରେ ୧୮ ବର୍ଷରେ ଦ୍ବାଦଶ ପାସ୍ କରିବେ ଛାତ୍ରଛାତ୍ରୀ ।

Tags: