ପାଚେରି ପଡ଼ି ୧୦ ବର୍ଷୀୟ ନାବାଳକ ମୃତ

ମୟୂରଭଞ୍ଜ : ପାଚେରି ପଡ଼ି ୧୦ ବର୍ଷୀୟ ନାବାଳକ ମୃତ I ଘଟଣାଟି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଚଢ଼େଇଭୋଳ ଫାଣ୍ଡି ଅଧୀନ ମୁର୍ଗାପାଟ ଗ୍ରାମରେ ଘଟିଛି I ଏଥିପାଇଁ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଛି I ସୂଚନାନୁସାରେ, ଆଜି ମୁର୍ଗାପାଟ ଗ୍ରାମ ନିକଟସ୍ଥ ପଡ଼ିଆରେ ପିଲାମାନେ ଫୁଟବଲ ଖେଳୁଥିଲେ I ପଡ଼ିଆ ନିକଟରେ ଏକ ଜରାଜୀର୍ଣ୍ଣ ଘର ରହିଥିଲା I ତେବେ ପିଲାମାନେ ଖେଳୁଥିବା ବେଳେ ବଲଟି ଉକ୍ତ ଜରାଜୀର୍ଣ୍ଣ ଘର ପାଚେରି ପାଖକୁ […]

Samaya Live Picture
Published On

ମୟୂରଭଞ୍ଜ : ପାଚେରି ପଡ଼ି ୧୦ ବର୍ଷୀୟ ନାବାଳକ ମୃତ I ଘଟଣାଟି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଚଢ଼େଇଭୋଳ ଫାଣ୍ଡି ଅଧୀନ ମୁର୍ଗାପାଟ ଗ୍ରାମରେ ଘଟିଛି I ଏଥିପାଇଁ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଛି I
ସୂଚନାନୁସାରେ, ଆଜି ମୁର୍ଗାପାଟ ଗ୍ରାମ ନିକଟସ୍ଥ ପଡ଼ିଆରେ ପିଲାମାନେ ଫୁଟବଲ ଖେଳୁଥିଲେ I ପଡ଼ିଆ ନିକଟରେ ଏକ ଜରାଜୀର୍ଣ୍ଣ ଘର ରହିଥିଲା I ତେବେ ପିଲାମାନେ ଖେଳୁଥିବା ବେଳେ ବଲଟି ଉକ୍ତ ଜରାଜୀର୍ଣ୍ଣ ଘର ପାଚେରି ପାଖକୁ ଯାଇଥିଲା I ଏହି ସମୟରେ ଉକ୍ତ ଗ୍ରାମର ନାଣ୍ଡୁ ବାନରାଙ୍କ ୧୦ ବର୍ଷୀୟ ପୁଅ ତୁରାମ ବାନରା ବଲ ଆଣିବାକୁ ଯିବା ସମୟରେ ପାଚେରିଟି ଖସି ପଡ଼ିଥିଲା I ଯାହାଫଳରେ ତୁରାମର ମୃତ୍ୟୁ ଘଟିଥିଲା I ଖବର ପାଇ ଘଟଣାସ୍ଥଳରେ ଚଢ଼େଇଭୋଳ ଫାଣ୍ଡି ଅଧିକାରୀ ସାଲଖାନ୍ ହେମ୍ବ୍ରମ୍ ପହଞ୍ଚି ମୃତଦେହ ଉଦ୍ଧାର କରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି I ତେବେ ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି I ଅନ୍ୟପଟେ ଏହି ଘଟଣା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଛି I

Tags: