ମାର୍ଚ୍ଚ ୬ରୁ ନବମ ଶ୍ରେଣୀ ପରୀକ୍ଷା

ଭୁବନେଶ୍ୱର : ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଉଚ୍ଚବିଦ୍ୟାଳୟ ଓ ମଧ୍ୟମା ବିଦ୍ୟାଳୟର ନବମ ଶ୍ରେଣୀ ପରୀକ୍ଷା ଆସନ୍ତା ମାର୍ଚ୍ଚ ୬ ତାରିଖରୁ ଆରମ୍ଭ ହେବ। ଏହି ପରୀକ୍ଷା ୧୩ ତାରିଖ ଯାଏଁ ନିଜ ବିଦ୍ୟାଳୟରେ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରଶ୍ନପତ୍ର ଅନ୍‌ଲାଇନ୍‌ ମାଧ୍ୟମରେ ପରୀକ୍ଷା ଦିନ ବିଦ୍ୟାଳୟଗୁଡ଼ିକୁ ପ୍ରଦାନ କରାଯିବ। ବିଦ୍ୟାଳୟର ଆଇଡି ପାସୱାର୍ଡ ବ୍ୟବହାର କରି ସକାଳ ୭ରୁ ୧୧ଟା ଯାଏଁ ପ୍ରଶ୍ନପତ୍ର ଡାଉନଲୋଡ କରିପାରିବେ। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା […]

Samaya Live Picture
Published On

ଭୁବନେଶ୍ୱର : ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଉଚ୍ଚବିଦ୍ୟାଳୟ ଓ ମଧ୍ୟମା ବିଦ୍ୟାଳୟର ନବମ ଶ୍ରେଣୀ ପରୀକ୍ଷା ଆସନ୍ତା ମାର୍ଚ୍ଚ ୬ ତାରିଖରୁ ଆରମ୍ଭ ହେବ। ଏହି ପରୀକ୍ଷା ୧୩ ତାରିଖ ଯାଏଁ ନିଜ ବିଦ୍ୟାଳୟରେ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରଶ୍ନପତ୍ର ଅନ୍‌ଲାଇନ୍‌ ମାଧ୍ୟମରେ ପରୀକ୍ଷା ଦିନ ବିଦ୍ୟାଳୟଗୁଡ଼ିକୁ ପ୍ରଦାନ କରାଯିବ। ବିଦ୍ୟାଳୟର ଆଇଡି ପାସୱାର୍ଡ ବ୍ୟବହାର କରି ସକାଳ ୭ରୁ ୧୧ଟା ଯାଏଁ ପ୍ରଶ୍ନପତ୍ର ଡାଉନଲୋଡ କରିପାରିବେ। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ସରିବା ପରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ତତ୍ୱାବଧାନରେ ବିଦ୍ୟାଳୟରେ ଖାତାଦେଖା ହେବ। ନୂତନ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ଅର୍ଥାତ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ।

Tags: