ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ,ବରେଣ୍ୟ ସାହିତ୍ୟିକ ସାତକଡି ହୋତାଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନ ସହ କରାଯିବ
ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ସାତକଡ଼ି ହୋତାଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି I ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟ ଜଣେ ବିଶିଷ୍ଟ ସାହିତ୍ୟିକଙ୍କୁ ହରାଇଲା I ବରେଣ୍ୟ ସାହିତ୍ୟିକ ସାତକଡ଼ି ହୋତାଙ୍କର ଅନେକ ସୁନାମ ରହିଛି I ଅନେକ ଗଳ୍ପ,ଉପନ୍ୟାସ,ସାହିତ୍ୟ,ରଚନା ମାଧ୍ୟମରେ ସାହିତ୍ୟ ଜଗତରେ ସେ ତାଙ୍କର ଅମଳିନ ସ୍ମୃତି ଛାଡି ଯାଇଛନ୍ତି I ସାତକଡ଼ି ହୋତାଙ୍କର ଜଣେ ଦକ୍ଷ […]
ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ସାତକଡ଼ି ହୋତାଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି I ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟ ଜଣେ ବିଶିଷ୍ଟ ସାହିତ୍ୟିକଙ୍କୁ ହରାଇଲା I ବରେଣ୍ୟ ସାହିତ୍ୟିକ ସାତକଡ଼ି ହୋତାଙ୍କର ଅନେକ ସୁନାମ ରହିଛି I ଅନେକ ଗଳ୍ପ,ଉପନ୍ୟାସ,ସାହିତ୍ୟ,ରଚନା ମାଧ୍ୟମରେ ସାହିତ୍ୟ ଜଗତରେ ସେ ତାଙ୍କର ଅମଳିନ ସ୍ମୃତି ଛାଡି ଯାଇଛନ୍ତି I ସାତକଡ଼ି ହୋତାଙ୍କର ଜଣେ ଦକ୍ଷ ପ୍ରଶାସକ ଓ ସାମ୍ବାଦିକ ହିସାବରେ ଅନେକ ସୁନାମ ରହିଛି ତାଙ୍କ ବିୟୋଗରେ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି I
ସ୍ବର୍ଗତ ସାତକଡ଼ି ହୋତାଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି I ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନୟକ ସ୍ବର୍ଗତ ହୋତାଙ୍କରଆମର ଆତ୍ମାର ସଦଗତି କାମନା କରିବା ସହିତ ତାଙ୍କ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି I




