ଓଡ଼ିଶା ପୁଲିସରେ ୯୩୫ ନୂଆ ପଦବୀ ସୃଷ୍ଟି
ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ଓଡ଼ିଶା ପୁଲିସରେ ସୃଷ୍ଟି ହେଲା ୯୩୫ ନୂଆ ପଦବୀ। ଗୃହ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସବ୍-ଇନସ୍ପେକ୍ଟର ପାଇଁ ୩୫ଟି ନୂଆ ପଦବୀ ସୃଷ୍ଟି ହୋଇଛି। ସେହିପରି ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ପାଇଁ ୧୮୦ଟି ପଦବୀ । କନଷ୍ଟେବଳ ପାଇଁ ୭୨୦ଟି ନୂଆ ପଦବୀ ରହିଛି। ସେହିପରି ଗ୍ରୁପ୍-ଡିରେ ୭୭୮ ନୂଆ ପଦବୀ ସୃଷ୍ଟି ହୋଇଛି। ଡାର୍କ ରୁମ୍ ଆଟେଡାଣ୍ଟ ପାଇଁ ୪, ବୋଟ୍ […]
ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ଓଡ଼ିଶା ପୁଲିସରେ ସୃଷ୍ଟି ହେଲା ୯୩୫ ନୂଆ ପଦବୀ। ଗୃହ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସବ୍-ଇନସ୍ପେକ୍ଟର ପାଇଁ ୩୫ଟି ନୂଆ ପଦବୀ ସୃଷ୍ଟି ହୋଇଛି। ସେହିପରି ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ପାଇଁ ୧୮୦ଟି ପଦବୀ । କନଷ୍ଟେବଳ ପାଇଁ ୭୨୦ଟି ନୂଆ ପଦବୀ ରହିଛି।
ସେହିପରି ଗ୍ରୁପ୍-ଡିରେ ୭୭୮ ନୂଆ ପଦବୀ ସୃଷ୍ଟି ହୋଇଛି। ଡାର୍କ ରୁମ୍ ଆଟେଡାଣ୍ଟ ପାଇଁ ୪, ବୋଟ୍ ମ୍ୟାନ୍- ୩,ସୁଇପର୍ ଜମାଦାର, ମାଳି, ଜଗୁଆଳି ଓ କବଲର୍ ପାଇଁ ଗୋଟିଏ ଲେଖାଏଁ ପଦବୀ ସୃଷ୍ଟି ହୋଇଛି। ଝାଡ଼ୁଦାର ପାଇଁ ୫୫ ପଦବୀ ସୃଷ୍ଟି ହୋଇଛି।
ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଉନ୍ନତ କରିବା ପାଇଁ ସରକାର ପୋଲିସ ବିଭାଗରେ ମୋଟ ୧୨ ,୦୦୦ ଖାଲି ପଦବୀ ପୂରଣ କରିବାକୁ ଯୋଜନା କରଖିଛନ୍ତି । ଏହାଦ୍ୱାରା ଓଡିଶା ପୋଲିସ ଅଧିକ ସୁଦୃଢ ହେବ ।




