ଓଡ଼ିଶା ପାଇଁ ୯୦୨୩ କୋଟି ଟଙ୍କାର ୧୩ ଟି ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ବର:ଓଡ଼ିଶାରେ ୪ ହଜାର ୧୭୩ କୋଟି ଟଙ୍କା ବ୍ୟୟରେ ପ୍ରାୟ ୧୫୪ କିଲୋମିଟର ଦୀର୍ଘ ୧୯ଟି ସଡ଼କ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡ଼କରୀ।୮୪୫ କୋଟିରେ ଦୁଇଟି ସଡ଼କ ପ୍ରକଳ୍ପର ଲୋକାର୍ପଣ, 3332 କୋଟି ଟଙ୍କା ବ୍ୟୟ ଅଟକଳ ସହିତ ୧୭ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ଭୂମିପୂଜନ ହୋଇଛି।ଓଡ଼ିଶା ପାଇଁ ୯୦୨୩ କୋଟି ଟଙ୍କାର ୧୩ ଟି ପ୍ରକଳ୍ପ ମଞ୍ଜୁର କଲେ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ […]

ଓଡ଼ିଶା ପାଇଁ ୯୦୨୩ କୋଟି ଟଙ୍କାର ୧୩ ଟି ପ୍ରକଳ୍ପ ମଞ୍ଜୁର
Samaya Live Picture
Published On

ଭୁବନେଶ୍ବର:ଓଡ଼ିଶାରେ ୪ ହଜାର ୧୭୩ କୋଟି ଟଙ୍କା ବ୍ୟୟରେ ପ୍ରାୟ ୧୫୪ କିଲୋମିଟର ଦୀର୍ଘ ୧୯ଟି ସଡ଼କ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡ଼କରୀ।୮୪୫ କୋଟିରେ ଦୁଇଟି ସଡ଼କ ପ୍ରକଳ୍ପର ଲୋକାର୍ପଣ, 3332 କୋଟି ଟଙ୍କା ବ୍ୟୟ ଅଟକଳ ସହିତ ୧୭ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ଭୂମିପୂଜନ ହୋଇଛି।ଓଡ଼ିଶା ପାଇଁ ୯୦୨୩ କୋଟି ଟଙ୍କାର ୧୩ ଟି ପ୍ରକଳ୍ପ ମଞ୍ଜୁର କଲେ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ମଞ୍ଜୁର କଲେ।ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧରେ ସେଣ୍ଟ୍ରାଲ ରୋଡ୍ ଇନ୍‍ଫ୍ରାଷ୍ଟ୍ରକ୍ଚର ପାଣ୍ଠିରୁ 800 କୋଟି ଟଙ୍କା ମଞ୍ଜୁର । ଓଡ଼ିଶାରେ ଏବେ ୨ ଲକ୍ଷ କୋଟି ଟଙ୍କାର କାମ ଚାଲିଛି, ଆସନ୍ତା ୨ ବର୍ଷରେ ୩ ଲକ୍ଷ କୋଟି ଟଙ୍କାର କାମ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ।ପୁଞ୍ଜି ଆକର୍ଷଣରେ ଆମେ ଅପାର ସଫଳତା ପାଇଛୁ, ଶିଳ୍ପ ପ୍ରକଳ୍ପ ଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନା ଯୋଗ୍ୟ ଯେ, ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରୁ ୮୪୫ କୋଟିରେ ଦୁଇଟି ସଡ଼କ ପ୍ରକଳ୍ପର ଲୋକାର୍ପଣ, 3332 କୋଟି ଟଙ୍କା ବ୍ୟୟ ଅଟକଳ ସହିତ ୧୭ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ଭୂମିପୂଜନ କରାଯାଇଛି। ଏହାଦ୍ୱାରା ଓଡ଼ିଶାରେ ବିକାଶର ଗତି ତ୍ୱରାନ୍ୱିତ ହେବ େବାଲି ବକ୍ତାମାନେ ମତ ଦେଇଥିଲେ।କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରସ୍ତାବିତ ୧୩ ଟି ପ୍ରକଳ୍ପ ମଞ୍ଜୁର କରିଥିଲେ। ଏହି ପ୍ରକଳ୍ପ ଗୁଡ଼ିକର ମୁଲ୍ୟ ୯୦୨୩ କୋଟି ଟଙ୍କା।

Tags: