ଗୁଜରାଟରୁ ଉଦ୍ଧାର ହୋଇ ଫେରିଲେ ୯ଜଣ ଶ୍ରମିକ
ରାୟଗଡ଼:ଗୁଜରାଟରେ କାମପାଇଁ ଯାଇଥିବା ରାୟଗଡ ଜିଲ୍ଲାର ୯ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଘରକୁ ଫେରାଇ ଆଣିଲା ଜିଲ୍ଲାପ୍ରଶାସନ।ଏହି ଶ୍ରମିକ ମାନେ ଗୁଜରାଟର ଏକ କମ୍ପାନୀରେ କାମ କରିବା ପାଇଁ ଯାଇଥିଲେ। କମ୍ପାନୀ ଦ୍ୱାରା ସେଠାରେ ସେମାନଙ୍କୁ ଅଟକ ରଖାଇଯାଇଥିଲା। କୌଣସି ସୂତ୍ରରୁ ଜିଲ୍ଲାଶ୍ରମ ବିଭାଗ ଖବର ପାଇ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ପ୍ରଚେଷ୍ଟାରେ ରାଜ୍ୟ ସରକାରଙ୍କ ଶ୍ରମବିଭାଗ ତରଫରୁ ଗୁଜୁରାଟ ସରକାରଙ୍କ ସହିତ ଯୋଗାଯୋଗ କରି ସେମାଙ୍କୁ ଉଦ୍ଧlର କରାଯାଇ ଟ୍ରେନ ଯୋଗେ ରାୟଗଡକୁ ପଠାଇଥିଲେ। […]
ରାୟଗଡ଼:ଗୁଜରାଟରେ କାମପାଇଁ ଯାଇଥିବା ରାୟଗଡ ଜିଲ୍ଲାର ୯ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଘରକୁ ଫେରାଇ ଆଣିଲା ଜିଲ୍ଲାପ୍ରଶାସନ।ଏହି ଶ୍ରମିକ ମାନେ ଗୁଜରାଟର ଏକ କମ୍ପାନୀରେ କାମ କରିବା ପାଇଁ ଯାଇଥିଲେ। କମ୍ପାନୀ ଦ୍ୱାରା ସେଠାରେ ସେମାନଙ୍କୁ ଅଟକ ରଖାଇଯାଇଥିଲା। କୌଣସି ସୂତ୍ରରୁ ଜିଲ୍ଲାଶ୍ରମ ବିଭାଗ ଖବର ପାଇ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ପ୍ରଚେଷ୍ଟାରେ ରାଜ୍ୟ ସରକାରଙ୍କ ଶ୍ରମବିଭାଗ ତରଫରୁ ଗୁଜୁରାଟ ସରକାରଙ୍କ ସହିତ ଯୋଗାଯୋଗ କରି ସେମାଙ୍କୁ ଉଦ୍ଧlର କରାଯାଇ ଟ୍ରେନ ଯୋଗେ ରାୟଗଡକୁ ପଠାଇଥିଲେ। ଉଦ୍ଧାର ହୋଇଥିବା ଶ୍ରମିକ ମାନଙ୍କ ମଧ୍ୟରୁ ଵିଷମ କଟକ ବ୍ଲକର ୬ଜଣ ଓ କାଶୀପୁର ବ୍ଲକରୁ ୩ବୋଲି ଜିଲ୍ଲା ଶ୍ରମ ଅଧିକାରୀ ଗୋପାଳ ମଙ୍ଗରାଜ ସୂଚନା ଦେଇଥିଲେ।ଏହି ଘଟଣା ଏବେ ତଦନ୍ତ ପରିସରଭୁକ୍ତ ରହିଅଛି ଓ ଏଥିରେ ସମ୍ପୃକ୍ତ ଥିବା ଦଲାଲ କୁ ଚିନ୍ହଟ କରାଯିବା ସହିତ ଶ୍ରମିକ ମାନଙ୍କ ର ବକେୟା ଥିବା ପ୍ରାପ୍ୟ ପ୍ରଦାନ କରାଯିବା ସମ୍ବନ୍ଧୀୟ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାଧୀନ ରହିଛି।




