୨ଟି ସ୍ଥାନରେ ଦୁର୍ଘଟଣା ଘଟି ୯ ମୃତ ,୭ ଗୁରୁତର

ଭୁବନେଶ୍ୱର : ୨ଟି ସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଆଜି ସକାଳୁ ଏକ କୀର୍ତ୍ତିନିଆଙ୍କ ଟାଟା ମ୍ୟାଜିକ ଗାଡି ଏକ ଟ୍ରଲର ପଛରେ ମାଡ଼ ହେବା ଫଳରେ ଘଟଣାସ୍ଥଳରେ ୭ ଜଣ କୀର୍ତ୍ତନିଆଙ୍କ ମୃତ୍ୟୁ ଘଟିବା ସହିତ ଗାଡ଼ିରେ ଥିବା ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଥିଲେ । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଗାଏକନ୍ ପାଲି ନିକଟରେ ଏହି […]

Samaya Live Picture
Published On

ଭୁବନେଶ୍ୱର : ୨ଟି ସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଆଜି ସକାଳୁ ଏକ କୀର୍ତ୍ତିନିଆଙ୍କ ଟାଟା ମ୍ୟାଜିକ ଗାଡି ଏକ ଟ୍ରଲର ପଛରେ ମାଡ଼ ହେବା ଫଳରେ ଘଟଣାସ୍ଥଳରେ ୭ ଜଣ କୀର୍ତ୍ତନିଆଙ୍କ ମୃତ୍ୟୁ ଘଟିବା ସହିତ ଗାଡ଼ିରେ ଥିବା ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଥିଲେ । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଗାଏକନ୍ ପାଲି ନିକଟରେ ଏହି ଦୁର୍ଘଟଣା ଘଟିଥିଲା ।

ସୂଚନା ମୁତାବକ, ଗଏକନପାଲି ଗାଁ ନିକଟ ଚକାପାଲି ଗାଁରେ ଜଣଙ୍କ ଘରେ ସଙ୍କୀର୍ତ୍ତନ କରିବାକୁ ଯାଇଥିଲେ ଦଳ । କୀର୍ତ୍ତନ ସାରି ସେଠାରୁ ଆଜି ଭୋର ସମୟରେ ଫେରିବା ବେଳେ ଗଏକନପାଲି ରାସ୍ତା କଡରେ ଏକ କୋଇଲା ବୋଝଇ ଟ୍ରଲର ପଛପଟେ ପିଟିହୋଇଥିଲା ଟାଟା ମ୍ୟାଜିକ୍ ଗାଡି । ଫଳରେ ଘଟଣାସ୍ଥଳରେ ୬ ଜଚ୍ଚଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁତରଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ତେବେ ହସ୍ପିଟାଲରେ ଅନ୍ୟ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ କନ୍ଦଗୋଡା ଗାଁ ଓ ସମରପିଣ୍ଡା ଗାଁର ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି । କ୍ଷତିପୂରଣ ଦାବି କରି ରାସ୍ତା ରୋକ କରିଥିଲେ ଉତ୍ୟକ୍ତ ଲୋକେ ।

ସେହିପରି ଦିଗପହଣ୍ଡିରେ ଘଟିଛି ଅନ୍ୟ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଟୋ ସହ ବାଇକ ଧକ୍କା ହୋଇ ୨ ଜଣଙ୍କର ମୃତ୍ୟୁ ଘଟିବା ସହିତ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ବାଙ୍କେଶ୍ୱରୀ ମନ୍ଦିରରୁ ଦର୍ଶନ କରି ଫେରିବା ବାଟରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଚଣାରେ ବାଇକ୍ ଚାଳକଙ୍କ ବାଇକରେ ବସିଥିବା ମହିଳାଙ୍କର ମଧ୍ୟ ମୃତ୍ୟୁ ଘଟିଛି । ବାଇକ୍ ଚାଳକଙ୍କ ନାମ ଏସ୍ ସୀମାଞ୍ଚଳ ରେଡ୍ଡୀ ଏବଂ ବାଇକ୍‌ରେ ବସିଥିବା ମହିଳା କୁନ୍ତୀ ଗୌଡ଼ । ସେହିପରି ଅଟୋରେ ବସିଥିବା ୨ ଜଣ ଲୋକ ଆହତ ହୋଇଥିବା ଜଣାପଡିଛି ।

Tags: