ବରମୁଣ୍ଡା ଗାଁ ପୋଖରୀରେ ବୁଡି ୮ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ
ଭୁବନେଶ୍ୱର : ବରମୁଣ୍ଡା ଗାଁରେ ଅଘଟଣ । ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଛାତ୍ର । ଛାତ୍ର ଜଣକ ହେଲେ ବରମୁଣ୍ଡା ମୁନିସିପାଲ କର୍ପୋେସନ ହାଇସ୍କୁଲର ଛାତ୍ର ଓମ୍ ପ୍ରକାଶ ପ୍ରଧାନ ।ସେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ । ବରମୁଣ୍ଡା ଗାଁ ନୀଳକଣ୍ଠେଶ୍ଵର ମନ୍ଦିର ପୋଖରୀରେ ବୁଡି ଛାତ୍ରଙ୍କର ମୃତ୍ୟୁ ହୋଇଛି। ଖଣ୍ଡଗିରିସ୍ଥିତ ତପୋବନ ବଳିଆ ବାବା ଆଶ୍ରମରେ ଓମ ପ୍ରକଶ ସେ ରହୁଥିଲେ। ସୂଚନାନୁସାରେ,ଆଜି ସ୍କୁଲରେ ଜାତିର ପିତା ମହାତ୍ମା ଗାନ୍ଧୀ ଜୟନ୍ତୀ ପାଳନ ଥିବାରୁ,ତପୋବନ […]
ଭୁବନେଶ୍ୱର : ବରମୁଣ୍ଡା ଗାଁରେ ଅଘଟଣ । ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଛାତ୍ର । ଛାତ୍ର ଜଣକ ହେଲେ ବରମୁଣ୍ଡା ମୁନିସିପାଲ କର୍ପୋେସନ ହାଇସ୍କୁଲର ଛାତ୍ର ଓମ୍ ପ୍ରକାଶ ପ୍ରଧାନ ।ସେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ । ବରମୁଣ୍ଡା ଗାଁ ନୀଳକଣ୍ଠେଶ୍ଵର ମନ୍ଦିର ପୋଖରୀରେ ବୁଡି ଛାତ୍ରଙ୍କର ମୃତ୍ୟୁ ହୋଇଛି। ଖଣ୍ଡଗିରିସ୍ଥିତ ତପୋବନ ବଳିଆ ବାବା ଆଶ୍ରମରେ ଓମ ପ୍ରକଶ ସେ ରହୁଥିଲେ।
ସୂଚନାନୁସାରେ,ଆଜି ସ୍କୁଲରେ ଜାତିର ପିତା ମହାତ୍ମା ଗାନ୍ଧୀ ଜୟନ୍ତୀ ପାଳନ ଥିବାରୁ,ତପୋବନ ଆଶ୍ରମରୁ ୫ ଜଣ ଛାତ୍ର ସ୍କୁଲ ଅଭିମୁଖେ ବାହାରି ଥିଲେ। ହେଲେ ସ୍କୁଲ ନଯାଇ ବରମୁଣ୍ଡା ଗାଁ ସ୍ଥିତ ଉକ୍ତ ପୋଖରୀକୁ ଗାଧୋଇବା ପାଇଁ ସମସ୍ତେ ଯାଇଥିଲେ। ଗାଧୋଇବା ବେଳେ ଓମ ପ୍ରକାଶ ପ୍ରଧାନ ପାଣିରେ ବୁଡିଯାଇଥିଲେ I ସ୍ଥାନୀୟ ଲୋକେ ଏହା ଦେଖି ତାଙ୍କୁ ପାଣିରୁ ତୁରନ୍ତ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ I କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ଘଟିସାରିଥିଲା I ଏହି ଘଟଣା ଜଣାପଡିବା ପରେ ବରମୁଣ୍ଡା ମୁନିସିପାଲ କର୍ପୋେସନ ହାଇସ୍କୁଲରେ ଶୋକର ଛାୟା ଖେଳିଯାଇଛି I




