ନିର୍ମାଣ ହେବ ୮ଶହ ବାତ୍ୟା ଆଶ୍ରୟସ୍ଥଳୀ – ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ନିର୍ମାଣ ହେବ ୮ଶହ ବାତ୍ୟା ଆଶ୍ରୟସ୍ଥଳୀ । ବାତ୍ୟା ଆଶ୍ରୟସ୍ଥଳୀ ବହୁମୁଖୀ ହେବ । ଆଜି ଏହା ଘୋଷଣା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଦିଲ୍ଲୀ ଗସ୍ତ ବେଳେ ସେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଭେଟି ଏହି ଦାବି ଉଠାଇଛନ୍ତି । ମନ୍ତ୍ରୀ ପୂଜାରୀ କହିଛନ୍ତି ଯେ, ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ସ୍କୁଲଗୁଡ଼ିକ ନିକଟରେ ଏହି ଆଶ୍ରୟସ୍ଥଳୀଗୁଡ଼ିକ ନିର୍ମାଣ ହେବ। ଏଗୁଡ଼ିକ ବହୁମୁଖୀ ହେବ, ଯାହା ବିପର୍ଯ୍ୟୟ ସମୟରେ […]

ନିର୍ମାଣ ହେବ ୮ଶହ ବାତ୍ୟା ଆଶ୍ରୟସ୍ଥଳୀ – ରାଜସ୍ବ ମନ୍ତ୍ରୀ
Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ନିର୍ମାଣ ହେବ ୮ଶହ ବାତ୍ୟା ଆଶ୍ରୟସ୍ଥଳୀ । ବାତ୍ୟା ଆଶ୍ରୟସ୍ଥଳୀ ବହୁମୁଖୀ ହେବ । ଆଜି ଏହା ଘୋଷଣା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଦିଲ୍ଲୀ ଗସ୍ତ ବେଳେ ସେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଭେଟି ଏହି ଦାବି ଉଠାଇଛନ୍ତି ।

ମନ୍ତ୍ରୀ ପୂଜାରୀ କହିଛନ୍ତି ଯେ, ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ସ୍କୁଲଗୁଡ଼ିକ ନିକଟରେ ଏହି ଆଶ୍ରୟସ୍ଥଳୀଗୁଡ଼ିକ ନିର୍ମାଣ ହେବ। ଏଗୁଡ଼ିକ ବହୁମୁଖୀ ହେବ, ଯାହା ବିପର୍ଯ୍ୟୟ ସମୟରେ ଆଶ୍ରୟ ପ୍ରଦାନ କରିବ ଏବଂ ଅନ୍ୟ ସମୟରେ ସାମାଜିକ କାର୍ଯ୍ୟ ପାଇଁ ବ୍ୟବହୃତ ହେବ। ଏହାଦ୍ବାରା ଆଶ୍ରୟସ୍ଥଳୀଗୁଡ଼ିକ ଅବହେଳିତ ଅବସ୍ଥାରେ ରହିବ ନାହିଁ। ଏହି ଯୋଜନା ରାଜ୍ୟର ବିପର୍ଯ୍ୟୟ ପରିଚାଳନା କ୍ଷମତାକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।

ଏହି ସମୟରେ ରାଜସ୍ବ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଧାନ ଛଡ଼ା ଅନ୍ୟ ଫସଲକୁ ବି ପ୍ରୋତ୍ସାହନ ମିଳିବ। ସରକାର ଏ ନେଇ ଯୋଜନା କରୁଛନ୍ତି । ଗୋଟିଏ ସମସ୍ୟାର ସମାଧାନ ହେଲେ ଆଉ ଗୋଟିଏ ଉପୁଜେ ।

ସରକାର ଧାନ ପାଇଁ ୮୦୦ ଟଙ୍କା ଇନପୁଟ ସହାୟତା ଦେଉଛନ୍ତି। ଯେଉଁମାନେ ଅନ୍ୟ ଚାଷ କରୁଥିଲେ ସେମାନେ ବି ଧାନ ଚାଷ କରୁଛନ୍ତି। ଏଥିପାଇଁ ଅନ୍ୟ ଫସଲ ପ୍ରଭାବିତ ହୋଇପାରେ। ଏଥିପାଇଁ ଅନ୍ୟ ଫସଲକୁ କିପରି ପ୍ରୋତ୍ସାହନ ମିଳିବ ସେଥିପାଇଁ ଯୋଜନା କରୁଛୁ ବୋଲି କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।

ସେହିଭଳି ରାଜ୍ୟରେ ଜମି ବନ୍ଦୋବସ୍ତ ନେଇ ନେଇ ବହୁ ସମସ୍ୟା ଅଛି । ତେଣୁ ଜମିଜମା ମାମଲାର ସମାଧାନ ପାଇଁ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନଙ୍କ ସହ ଆଲୋଚନା କରିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ । ଏହାସହ FCI ଚାଉଳ ଉଠିବା ପାଇଁ ମଧ୍ୟ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ରାଜସ୍ଵ ମନ୍ତ୍ରୀ ।

Tags: