ଶ୍ରୀମନ୍ଦିରରେ ଦର୍ଶନ ବେଳେ ଦଳା ଚକଟା,ଅଚେତ ହେଲେ ୮ ଛାତ୍ରୀ
ପୁରୀ : ଆଗକୁ ଆସୁଛି ନୂଆବର୍ଷ I ବଡ଼ ଦିନ ଠାରୁ ସ୍କୁଲ କଲେଜ ସବୁ ଛୁଟି ଅଛି I ବର୍ତ୍ତମାନ ପର୍ଯ୍ୟଟନ ଋତୁ ଥିବାରୁ ଚାରିଆଡେ ଗହଳି ଲାଗି ରହିଛି I ପରିବାର ଲୋକଙ୍କ ସହ ଶ୍ରଜୀଉଙ୍କୁ ଦର୍ଶନ ସହ ବୁଲାବୁଲି ପାଇଁ ବି ପୁରୀ ଆସଉଛନ୍ତି ଲୋକ । ମହାବାହୁଙ୍କ ଦର୍ଶନ ସହ ସମୁଦ୍ର କୂଳରେ ବୁଲି ମଜା ନେଉଛନ୍ତି ପର୍ଯ୍ୟଟକ । ଏହାରି ଭିତରେ ଆଜି ଶ୍ରୀମନ୍ଦିର ଭିତରେ ଘଟିଲା ଅଭାବନୀୟ ଘଟଣା […]
ପୁରୀ : ଆଗକୁ ଆସୁଛି ନୂଆବର୍ଷ I ବଡ଼ ଦିନ ଠାରୁ ସ୍କୁଲ କଲେଜ ସବୁ ଛୁଟି ଅଛି I ବର୍ତ୍ତମାନ ପର୍ଯ୍ୟଟନ ଋତୁ ଥିବାରୁ ଚାରିଆଡେ ଗହଳି ଲାଗି ରହିଛି I ପରିବାର ଲୋକଙ୍କ ସହ ଶ୍ରଜୀଉଙ୍କୁ ଦର୍ଶନ ସହ ବୁଲାବୁଲି ପାଇଁ ବି ପୁରୀ ଆସଉଛନ୍ତି ଲୋକ । ମହାବାହୁଙ୍କ ଦର୍ଶନ ସହ ସମୁଦ୍ର କୂଳରେ ବୁଲି ମଜା ନେଉଛନ୍ତି ପର୍ଯ୍ୟଟକ । ଏହାରି ଭିତରେ ଆଜି ଶ୍ରୀମନ୍ଦିର ଭିତରେ ଘଟିଲା ଅଭାବନୀୟ ଘଟଣା । ଅଣନିଶ୍ୱାସୀ ହୋଇପଡିବାରୁ ଅଚେତ ହୋଇଗଲେ ୮ ଜଣ ଛାତ୍ରୀ । ସମସ୍ତ ଛାତ୍ରୀ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ହୃଦାନନ୍ଦ ହାଇସ୍କୁଲର ଅଟନ୍ତି । ଆଜି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ହାଇସ୍କୁଲର ୭୦ ଜଣ ଛାତ୍ରଛାତ୍ରୀ ଶ୍ରୀମନ୍ଦିର ବାଇଶିପାହାଚ ଦେଇ ଯିବାବେଳେ ପ୍ରଥମେ ୬ ଜଣ ଓ କିଛି ସମୟ ପରେ ଆଉ ୨ଜଣ ଛାତ୍ରୀ ବେହୋସ୍ ହୋଇପଡିଥିଲେ । ଶ୍ରୀମନ୍ଦିର ସେବାୟତଙ୍କ ସହଯୋଗରେ ଗୁରୁତର ଛାତ୍ରୀ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସମସ୍ତ ଛାତ୍ରୀଙ୍କୁ ସାଲାଇନ୍,ଇଞ୍ଜକ୍ସନ ଦିଆଯାଇ ପ୍ରାଥମିକ ଚିକିତ୍ସ୍ୟା ପ୍ରଦାନ କରାଯାଇଥିଲା । ତେବେ କିଛି ଛାତ୍ରୀଙ୍କ ଅବସ୍ଥା ଅତି ଗୁରୁତର ହୋଇପଡିବାରୁ ସେମାନଙ୍କୁ ଅକ୍ସିଜେନ୍ ଦିଆଯାଇଥିଲା । ଆହତ ଛାତ୍ରୀମାନେ ହେଉଛନ୍ତି ସୁଭଦ୍ରା ଦାସ, ଲିଜା ଟୁଡୁ,କ୍ରୀଷ୍ଣା ପରିଡା, ଇତିଶ୍ରୀ ଜେନା ,ବିଷ୍ଣୁପ୍ରିୟା ବେହେରା, ଓ ବର୍ଷା ରାଣୀ ପରିଡା, ରଶ୍ମିତା ସାହୁ ଓ ପୁଷ୍ପାଞ୍ଜଳି ବେହେରା Iଏମାନେ ନବମ ଓ ଦଶମ ଶ୍ରେଣୀର ଛାତ୍ରୀ ପଢୁଛନ୍ତି । ଅନ୍ୟପଟେ କରୋନା କଟକଣା ହଟିବା ପରେ ପ୍ରତ୍ୟେକ ଦିନ ଶ୍ରୀମନ୍ଦିରକୁ ଲକ୍ଷଲକ୍ଷ ସଂଖ୍ୟାରେ ଭକ୍ତମାନେ ଆସୁଛନ୍ତି । ତେବେ ପ୍ରବଳ ଗହଳି ଯୋଗୁଁ ଛାତ୍ରୀମାନେ ଅଣନିଶ୍ୱାସ ହୋଇପଡିବାରୁ ଏଭଳି ଘଟଣା ଘଟିଲା ବୋଲି ଆହତ ଛାତ୍ରୀଙ୍କ ସହପାଠୀନି ମତ ପ୍ରକାଶ କରିଥିଲେ । ସେପଟେ ମରଚିକୋଟ ଛକରୁ ବ୍ୟାରିକେଡ ଲମ୍ବିଛି ସିଂହଦ୍ୱାର ପର୍ଯ୍ୟନ୍ତ ସେଠାରେ କୌଣସି ଆନୁଷଙ୍ଗିକ ବ୍ୟବସ୍ଥା ନାହିଁ । ପବନ ଚଳାଚଳ ହେଉନାହିଁ । ଫ୍ୟାନ ନାହିଁ । ପିଇବା ପାଇଁ ପାଣି ବ୍ୟବସ୍ତା ମଧ୍ୟ ନାହିଁ । ଫଳରେ ଏଭଳି ଘଟଣା ଘଟିଲା ବୋଲି କହିଥିଲେ ପ୍ରଧାନ ଶିକ୍ଷକ ଜୋତିନ୍ଦ୍ରନାଥ ଦତ୍ତ ।




