ସାମ୍ଭାବ୍ୟ ବନ୍ୟାସ୍ଥିତି ଉପରେ ନଜର ରଖିବେ ୮ ବରିଷ୍ଠ ଯନ୍ତ୍ରୀ, SRC

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷ ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟାସ୍ଥିତି ଉପରେ ନଜର ରଖିବେ ୮ ବରିଷ୍ଠ ଯନ୍ତ୍ରୀ। ଆଜି ଏକ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକରେ SRC ଏହି ନିର୍ଦ୍ଦେଶ ଦେଇଛନ୍ତି। ମମହାନଦୀରେ ବନ୍ୟାକୁ ଦେଖି ଜଳସମ୍ପଦ ବିଭାଗର ୮ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ, ଚିନ୍ମୟ ରଞ୍ଜନ ରାଉତଙ୍କୁ ପୁରୀ, ଆର୍ତ୍ତତ୍ରାଣ ସାହୁଙ୍କୁ କେନ୍ଦ୍ରାପଡ଼ା, ବିଘ୍ନରାଜ ପୁରୋହିତ ଖୋର୍ଦ୍ଧା ଜିଲାରେ ବନ୍ୟାସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି […]

Samaya Live Picture
Published On

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷ ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟାସ୍ଥିତି ଉପରେ ନଜର ରଖିବେ ୮ ବରିଷ୍ଠ ଯନ୍ତ୍ରୀ। ଆଜି ଏକ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକରେ SRC ଏହି ନିର୍ଦ୍ଦେଶ ଦେଇଛନ୍ତି। ମମହାନଦୀରେ ବନ୍ୟାକୁ ଦେଖି ଜଳସମ୍ପଦ ବିଭାଗର ୮ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ, ଚିନ୍ମୟ ରଞ୍ଜନ ରାଉତଙ୍କୁ ପୁରୀ, ଆର୍ତ୍ତତ୍ରାଣ ସାହୁଙ୍କୁ କେନ୍ଦ୍ରାପଡ଼ା, ବିଘ୍ନରାଜ ପୁରୋହିତ ଖୋର୍ଦ୍ଧା ଜିଲାରେ ବନ୍ୟାସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପ୍ରତୀକ ଦୀକ୍ଷିତ କଟକ ମହାନଦୀ ବ୍ୟାରେଜ, ଶକ୍ତି ପ୍ରସାଦ ଦାଶ ନୃତ୍ତାଙ୍ଗ ଅଞ୍ଚଳ, ହିମାଂଶୁ କୁମାର ଜେନା ପୁରୀ ଜିଲା ବଳଙ୍ଗା ଅଞ୍ଚଳ ବନ୍ୟାସ୍ଥିତି ଉପରେ ନଜର ରଖିବାକୁ ନିର୍ଦେଶ ଦିଆଯାଇଥିବା ଜଣାପଡ଼ିଛି।
ରାଜୁଆ ନଦୀ ବନ୍ୟାଜଳ ଉପରେ ନଜର ରଖିବେ ଏନ. ଏସ. କେ. ଚୌଧୁରୀ। ତନୁଜ କିଶୋର ରାଉତ ସାକ୍ଷୀଗୋପାଳ ଅଞ୍ଚଳରେ ବନ୍ୟାସ୍ଥିତି ଅନୁଧ୍ୟାନ କରିବେ। ଏହା ସହିତ ଦୁର୍ବଳ ନଦୀ ବନ୍ଧ ଅଂଚଳରେ ୨୪ ଘଣ୍ଟିଆ ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Tags: