ଖୋଲିଲା ହୀରାକୁଦର ଆଉ ୮ଟି ଗେଟ

ସମ୍ବଲପୁର : ହୀରାକୁଦର ଆଉ ୮ଟି ଗେଟ ଖୋଲିଲା l ଗତକାଲି ଦୁଇଟି ଗେଟ ଖୋଲାଯାଇଥିଲା l ଫଳରେ ଏବେ ହୀରାକୁଦ ଡ୍ୟାମର ୧୦ଟି ଗେଟ ଦେଇ ଜଳନିଷ୍କାସିତ ହେଉଛି l ତଥ୍ୟାନୁସାରେ ,ହୀରାକୁଦର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଗେଟ ଖୋଲାଯାଇଛି l ବାମରୁ ୬ଟି ଓ ଡାହାଣରୁ ୪ଟି ଗେଟ୍ ଖୋଲାରହିଛି l ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୮.୭୧ ଘନଫୁଟ ରହିଥିବା ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ l ଜଳଭଣ୍ଡାରକୁ ପ୍ରତି […]

Samaya Live Picture
Published On

ସମ୍ବଲପୁର : ହୀରାକୁଦର ଆଉ ୮ଟି ଗେଟ ଖୋଲିଲା l ଗତକାଲି ଦୁଇଟି ଗେଟ ଖୋଲାଯାଇଥିଲା l ଫଳରେ ଏବେ ହୀରାକୁଦ ଡ୍ୟାମର ୧୦ଟି ଗେଟ ଦେଇ ଜଳନିଷ୍କାସିତ ହେଉଛି l
ତଥ୍ୟାନୁସାରେ ,ହୀରାକୁଦର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଗେଟ ଖୋଲାଯାଇଛି l ବାମରୁ ୬ଟି ଓ ଡାହାଣରୁ ୪ଟି ଗେଟ୍ ଖୋଲାରହିଛି l ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୮.୭୧ ଘନଫୁଟ ରହିଥିବା ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ l ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୪୨ ହଜାର ୭୨ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୭୨ ହଜାର ୧୯୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି l ପାଣିପାଗ ବିଭାଗ ସୂଚନା ଅନୁସାରେ ବଡ଼ ବର୍ଷାର ସମ୍ଭାବନା ଥିବାରୁ ଜଳଭଣ୍ଡାରର ଜଳସ୍ତର ସ୍ଥିର ରଖିବାକୁ ଗେଟ ଖୋଲାଯାଇଛି l ଯଦି ଜଳଭଣ୍ଡାରକୁ ଜଳ ପ୍ରବେଶ ବୃଦ୍ଧି ପାଏ ତେବେ ଅଧିକ ଗେଟ ଖୋଲାଯିବ l .

Tags: