ଭୁବନେଶ୍ୱର ବିମାନ ବନ୍ଦରରୁ ୮ କେଜିର ମାରିଜୁଆନା ଜବତ

ଭୁବନେଶ୍ୱର: ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୮ କେଜିର ମାରିଜୁଆନା ( ବିଦେଶୀ ଗଞ୍ଜେଇ) ଜବତ ହୋଇଛି । ଏହାର ହାରାହାରି ମୂଲ୍ୟ ୮କୋଟି ଟଙ୍କା ହେବ । ଶନିବାର ଥାଇଲାଣ୍ଡରୁ ଇଣ୍ଡିଗୋ ଫ୍ଲାଇଟରେ ଅହମ୍ମଦାବାଦରୁ ଜଣେ ବ୍ୟକ୍ତି ଆସୁଥିବା ବେଳେ ତାଙ୍କ ପାଖରୁ ଡିଆରଆଇ ଏହି ଗଞ୍ଜେଇ ଜବତ କରିଛି। କଷ୍ଟମ୍ସ ସହଯୋଗରେ ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ୮କୋଟି ଟଙ୍କା ହେବ ବୋଲି କୁହାଯାଉଛି। ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ମାଷ୍ଟରମାଇଣ୍ଡ କିଏ […]

ଭୁବନେଶ୍ୱର ବିମାନ ବନ୍ଦରରୁ ୮ କେଜିର ମାରିଜୁଆନା ଜବତ
Samaya Live Picture
Published On

ଭୁବନେଶ୍ୱର: ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୮ କେଜିର ମାରିଜୁଆନା ( ବିଦେଶୀ ଗଞ୍ଜେଇ) ଜବତ ହୋଇଛି । ଏହାର ହାରାହାରି ମୂଲ୍ୟ ୮କୋଟି ଟଙ୍କା ହେବ । ଶନିବାର ଥାଇଲାଣ୍ଡରୁ ଇଣ୍ଡିଗୋ ଫ୍ଲାଇଟରେ ଅହମ୍ମଦାବାଦରୁ ଜଣେ ବ୍ୟକ୍ତି ଆସୁଥିବା ବେଳେ ତାଙ୍କ ପାଖରୁ ଡିଆରଆଇ ଏହି ଗଞ୍ଜେଇ ଜବତ କରିଛି। କଷ୍ଟମ୍ସ ସହଯୋଗରେ ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ୮କୋଟି ଟଙ୍କା ହେବ ବୋଲି କୁହାଯାଉଛି। ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ମାଷ୍ଟରମାଇଣ୍ଡ କିଏ ତାକୁ ଧରିବାକୁ ତନାଘନା ଆରମ୍ଭ ହୋଇଛି।

ସେହିପରି ଗତ ୨ ଦିନ ପୂର୍ବରୁ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରୁ ୩୦ କୋଟିର ମାରିଜୁଆନା ଜବତ କରିଥିଲା କଷ୍ଟମ ବିଭାଗ । ୨ ଜଣ ଯାତ୍ରୀ ୩ ଟି ବ୍ୟାଗରେ ବ୍ୟାଙ୍କରୁ ଭୁବନେଶ୍ୱର ନେଇ ଆସୁଥିଲେ । କୌଣସି ସୁତ୍ରରୁ ଖବର ପାଇ ଏୟାରପୋର୍ଟରେ ଉପସ୍ଥିତ ଥିବା କଷ୍ଟମ ବିଭାଗର ଅଧିକାରୀମାନେ ଉକ୍ତ ଯାତ୍ରୀଙ୍କୁ ପଚରାଉଚରା କରିଥିଲେ , ପରେ ସେ ଆଣିଥିବା ସାମଗ୍ରୀକୁ ଯାଞ୍ଚ ବି କରିଥିଲେ । ସେଥିରୁ ବିପୁଳ ପରିମାଣରେ ମାରିଜୁଆନା ଥିବା କଷ୍ଟମ ବିଭାଗକୁ ମିଳିଥିଲା । ଯାହାର ମୂଲ୍ୟ ୩୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି ।

Tags: