ପୃଥକ ଦୁର୍ଘଟଣାରେ ୮ ମୃତ,୧୦ ଆହତ
ଦଶପଲ୍ଲା : ପବିତ୍ର ଧନୁ ସଂକ୍ରାନ୍ତରେ ଘଟି ଯାଇଛି ଏକ ବଡ଼ ଅଘଟଣ । ମାଆ ଓ ଦୁଇ ପୁଅଙ୍କୁ ଧକ୍କା ଦେଲା କାର୍ ଘଟଣାସ୍ଥଳରେ ସାନ ପୁଅର ମୃତ୍ୟୁ ଘଟିଥିବାବେଳେ ମା’ ଏବଂ ବଡ଼ ପୁଅ ଗୁରୁତର ହୋଇ ମେଡିକାଲରେ ଭର୍ତି ହୋଇଛନ୍ତି । ଏଭଳି ଦୁଖଦଃ ଘଟଣା ଘଟିଛି ଦଶପଲ୍ଲା ବାଣୀଗୋଛା ଥାନା ଅନ୍ତର୍ଗତ କୁଲୁରୁକୁମ୍ପା ଛକରେ । ଆଜି ସକାଳେ ମା’ ଓ ୨ ପୁଅ ବିଲକୁ ଯାଉଥିବା ବେଳେ ଏହି ଅଘଟଣ […]
ଦଶପଲ୍ଲା : ପବିତ୍ର ଧନୁ ସଂକ୍ରାନ୍ତରେ ଘଟି ଯାଇଛି ଏକ ବଡ଼ ଅଘଟଣ । ମାଆ ଓ ଦୁଇ ପୁଅଙ୍କୁ ଧକ୍କା ଦେଲା କାର୍ ଘଟଣାସ୍ଥଳରେ ସାନ ପୁଅର ମୃତ୍ୟୁ ଘଟିଥିବାବେଳେ ମା’ ଏବଂ ବଡ଼ ପୁଅ ଗୁରୁତର ହୋଇ ମେଡିକାଲରେ ଭର୍ତି ହୋଇଛନ୍ତି । ଏଭଳି ଦୁଖଦଃ ଘଟଣା ଘଟିଛି ଦଶପଲ୍ଲା ବାଣୀଗୋଛା ଥାନା ଅନ୍ତର୍ଗତ କୁଲୁରୁକୁମ୍ପା ଛକରେ । ଆଜି ସକାଳେ ମା’ ଓ ୨ ପୁଅ ବିଲକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଛି । ଘଟଣାସ୍ଥଳରେ କାର୍ ଚାଲକଙ୍କୁ ଅଟକ ରଖାଯାଇଛି।
ଅନ୍ୟପଟେ ଆଜି ସକାଳେ ହାଇୱା ଧକ୍କାରେ ଜଣେ ୬ ବର୍ଷର ଶିଶୁର ମୁତ୍ୟୁ ଘଟିଥିବାବେଳେ ବାପା ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଶାଗ ବେହେଲି ଗ୍ରାମରେ । ମୃତ ଶିଶୁର ନାଁ କ୍ଷୀରୋଦ ନାଏକ ଏବଂ ବାପା ହୃଷିକେଷ ନାଏକ । ଆଜି ସକାଳେ ବାପା ହୃଷିକେଶ ତାଙ୍କ ୬ ବର୍ଷର ପୁଅକୁ ନେଇ ବାଇକରେ ଶ୍ୱଶୁର ଘର ଦଙ୍ଗାରୀଗୁଡା ଆସୁଥିବାବେଳେ ଏକ ହାଇୱା ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ପୁଅ କ୍ଷୀରୋଦଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭବାନୀପାଟଣା
ସେହିପରି ଆଜି ଛତିଶଗଡ଼ରେଘଟିଛି ଆଉ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ କାର ସହ ଟ୍ରକ ମୁହାଁମୁହିଁ କାରକୁ ମୁହାଁମୁହିଁ ଧକ୍କା ହେବାରୁ ୬ ଜଣଙ୍କ ପ୍ରାଣହାନି ଘଟିଛି। ଏଥିସହ ୭ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରାଯାଇଛି। ବାଲୋଡ ଜିଲ୍ଲା ଭାନୁପ୍ରତାପପୁର-ଦଲିରାଝରା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର ଫେରାର ଅଛି।




