ମାଟ୍ରିକ ପରୀକ୍ଷାରେ କପି କରି ଧରାପଡ଼ିଲେ ୮ ପରୀକ୍ଷାର୍ଥୀ

କଟକ: ଆଜି ମାଟ୍ରିକ ପରୀକ୍ଷାର ୨ୟ ଦିନ I ପ୍ରଥମ ଦିନ ମାତୃଭାଷା ଥିବାବେଳେ ଆଇ ଦ୍ୱିତୀୟ ଦିନରେ ଇଂରାଜୀ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ଇଂରାଜୀ ପରୀକ୍ଷା ବେଳେ କପି କରି ଧରା ପଡ଼ିଛନ୍ତି ୮ ଜଣ ପରୀକ୍ଷାର୍ଥୀ । ପରୀକ୍ଷା କେନ୍ଦ୍ରରେ ଲାଗିଥିବା କ୍ୟାମେରାରେ ପରୀକ୍ଷାର୍ଥୀ କପି କରୁଥିବା ମାଧ୍ୟମିକ ଶିକ୍ଷା ପରିଷଦ ମୁଖ୍ୟାଳୟରେ ଥିବା କଣ୍ଟ୍ରୋଲ ରୁମ୍‌ର ଅଧିକାରୀ ଦେଖିଥିଲେ । ଏହା ପରେ କପି କରୁଥିବା ୮ ଜଣଙ୍କୁ ଧରା ଯାଇଥିବା […]

ମାଟ୍ରିକ ପରୀକ୍ଷାରେ କପି କରି ଧରାପଡ଼ିଲେ ୮ ପରୀକ୍ଷାର୍ଥୀ
Samaya Live Picture
Published On

କଟକ: ଆଜି ମାଟ୍ରିକ ପରୀକ୍ଷାର ୨ୟ ଦିନ I ପ୍ରଥମ ଦିନ ମାତୃଭାଷା ଥିବାବେଳେ ଆଇ ଦ୍ୱିତୀୟ ଦିନରେ ଇଂରାଜୀ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ଇଂରାଜୀ ପରୀକ୍ଷା ବେଳେ କପି କରି ଧରା ପଡ଼ିଛନ୍ତି ୮ ଜଣ ପରୀକ୍ଷାର୍ଥୀ । ପରୀକ୍ଷା କେନ୍ଦ୍ରରେ ଲାଗିଥିବା କ୍ୟାମେରାରେ ପରୀକ୍ଷାର୍ଥୀ କପି କରୁଥିବା ମାଧ୍ୟମିକ ଶିକ୍ଷା ପରିଷଦ ମୁଖ୍ୟାଳୟରେ ଥିବା କଣ୍ଟ୍ରୋଲ ରୁମ୍‌ର ଅଧିକାରୀ ଦେଖିଥିଲେ । ଏହା ପରେ କପି କରୁଥିବା ୮ ଜଣଙ୍କୁ ଧରା ଯାଇଥିବା ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଭାପତି ଡକ୍ଟର ନିହାର ରଂଜନ ମହାନ୍ତି ଏନେଇ ସୂଚନା ଦେଇଛନ୍ତି ।

କପି ରୋକିବାକୁ ବୋର୍ଡ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ରରେ ଲାଗିଛି ସିସିଟିଭି କ୍ୟାମେରା । ପ୍ରଥମ ଦିନ ମାତୃଭାଷା ପରୀକ୍ଷାରେ ଏଆଇ ଦ୍ୱାରା କେତେକ ପରୀକ୍ଷା କେନ୍ଦ୍ରରୁ ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଥିବା ବେଳେ ତ୍ରୁଟି ସୁଧାରିବାକୁ ସଜାଗ ହୋଇଛି ବୋର୍ଡ । ପରୀକ୍ଷା ସୁପରିଚାଳନା ପାଇଁ ଏଥର ବିଶେଷ ବ୍ୟବସ୍ଥା କରାଯାଇଛି । କପି ରୋକିବାକୁ ୪୨ଟି ବୋର୍ଡ ସ୍କ୍ୱାଡ, ୭୨ଟି ଫ୍ଲାଇଂ ସ୍କ୍ୱାଡ ଗଠନ ହୋଇଛି ।

Tags: