‘ଓଡ଼ିଶା ଲୋକସେବା ଆୟୋଗ’କୁ ୭୫ ବର୍ଷ, ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
ଭୁବନେଶ୍ୱର :୭୫ ବର୍ଷରେ ପାଦ ଥାପିଲା ଓଡ଼ିଶା ଲୋକସେବା ଆୟୋଗ I ଭୁବନେଶ୍ବର ଠାରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ଏହି ଅବସରରେ ସେ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜ୍ଞାପନ କରି କହିଛନ୍ତି,ଓଡ଼ିଶା ଲୋକସେବା ଆୟୋଗ ସଶକ୍ତ ଓଡ଼ିଶା ଗଠନ ଦିଗରେ ସହାୟକ ହେବ I ସେହିପରି ନିଯୁକ୍ତିରେ ସ୍ବଚ୍ଛତା ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଓଡିଶା ଲୋକସେବା […]
ଭୁବନେଶ୍ୱର :୭୫ ବର୍ଷରେ ପାଦ ଥାପିଲା ଓଡ଼ିଶା ଲୋକସେବା ଆୟୋଗ I ଭୁବନେଶ୍ବର ଠାରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ଏହି ଅବସରରେ ସେ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜ୍ଞାପନ କରି କହିଛନ୍ତି,ଓଡ଼ିଶା ଲୋକସେବା ଆୟୋଗ ସଶକ୍ତ ଓଡ଼ିଶା ଗଠନ ଦିଗରେ ସହାୟକ ହେବ I ସେହିପରି ନିଯୁକ୍ତିରେ ସ୍ବଚ୍ଛତା ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଓଡିଶା ଲୋକସେବା ଆୟୋଗକୁ ଧନ୍ୟବାଦ ଜଣାଇଛନ୍ତି I
ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ କି,ଆୟୋଗକୁ ଅଧିକ ସଶକ୍ତ କରିବା ପାଇଁ କାମ ଜାରି ରହିଛି । ଏହାର ନୂଆ ବିଲ୍ଡିଂ ନିର୍ମାଣ ଚାଲିଛି । ଏଥିପାଇଁ ୧୪କୋଟି ଟଙ୍କା ମଞ୍ଜୁର ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଡକ୍ଟର ସତ୍ୟଜିତ ମହାନ୍ତି ସ୍ବାଗତ ଭାଷଣ ଦେଇଥିବା ବେଳେ ଅନ୍ୟତମ ଅତିଥି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓଡ଼ିଶା ଲୋକସେବା ଆୟୋଗର କାର୍ଯ୍ୟର ପ୍ରଶଂସା କରିଥିଲେ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଲୋକସେବା ଆୟୋଗର କେତେକ କର୍ମଚାରୀଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ। ଏହାଛଡ଼ା ମୁଖ୍ୟମନ୍ତ୍ରୀ ଏକ ସ୍ମରଣିକା ଉନ୍ମୋଚନ କରିଥିଲେ। ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ସନତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।




