ଓଡ଼ିଶାରେ ମୁତୟନ ହେବେ ୭୫ ପ୍ଲାଟୁନ ପୋଲିସ

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ଓଡ଼ିଶାରେ ମୁତୟନ ହେବେ ୭୫ ପ୍ଲାଟୁନ ପୋଲିସ I ଓଡିଶା ଆସୁଛି ସେଣ୍ଟ୍ରାଲ ଆର୍ମଡ଼ ପୋଲିସ ଫୋର୍ସ I ପ୍ରଥମ ପର୍ଯ୍ୟାୟରେ ଶନିବାର ୧୫ପ୍ଲାଟୁନ ଫୋର୍ସ ପହଞ୍ଚିବେ। ଏମାନଙ୍କୁ ୧୫ ଟି ଜିଲ୍ଲାରେ ମୁତୟନ କରାଯିବ I ଦ୍ୱିତୀୟ ପର୍ଯ୍ୟାୟରେ ୬୦ ପ୍ଲାଟୁନ ଫୋର୍ସ ପହଞ୍ଚିବା ନେଇ ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର ସୂଚନା ଦେଇଛନ୍ତି। ଏହି ସମସ୍ତ ପୋଲିସ ଗଞ୍ଜାମ, ସମ୍ବଲପୁର, ଅନୁଗୁଳରେ ଙ୍କୁ ମୁତୟନ କରାଯିବା ସମ୍ଭାବନା ରହିଛି। […]

Samaya Live Picture
Published On

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ଓଡ଼ିଶାରେ ମୁତୟନ ହେବେ ୭୫ ପ୍ଲାଟୁନ ପୋଲିସ I ଓଡିଶା ଆସୁଛି ସେଣ୍ଟ୍ରାଲ ଆର୍ମଡ଼ ପୋଲିସ ଫୋର୍ସ I ପ୍ରଥମ ପର୍ଯ୍ୟାୟରେ ଶନିବାର ୧୫ପ୍ଲାଟୁନ ଫୋର୍ସ ପହଞ୍ଚିବେ। ଏମାନଙ୍କୁ ୧୫ ଟି ଜିଲ୍ଲାରେ ମୁତୟନ କରାଯିବ I ଦ୍ୱିତୀୟ ପର୍ଯ୍ୟାୟରେ ୬୦ ପ୍ଲାଟୁନ ଫୋର୍ସ ପହଞ୍ଚିବା ନେଇ ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର ସୂଚନା ଦେଇଛନ୍ତି। ଏହି ସମସ୍ତ ପୋଲିସ ଗଞ୍ଜାମ, ସମ୍ବଲପୁର, ଅନୁଗୁଳରେ ଙ୍କୁ ମୁତୟନ କରାଯିବା ସମ୍ଭାବନା ରହିଛି। ପରିସ୍ଥିତି ଅନୁସାରେ ଫୋର୍ସ ଆହୁରି ବଢିପାରେ ବୋଲି ଏଡିଜି ସଞ୍ଜୟ କୁମାର କହିଛନ୍ତି। ନିର୍ବାଚନ କମିଶନଙ୍କ ଆବଶ୍ୟକତା ମୁତାବକ ପୋଲିସ ଫୋର୍ସ ମାନଙ୍କୁ ଅଧିକ ନକ୍ସଲ ପ୍ରବଣ ଅଞ୍ଚଳରେ ନିୟୋଜିତ କରାଯିବ I

Tags: