ଭୁବନେଶ୍ୱର ବିମାନବନ୍ଦରରୁ ୭୫ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରୁ ୭୫ ଲକ୍ଷ ଟଙ୍କା ଜବତ I ୨ ବ୍ୟକ୍ତିଙ୍କ ଲଗେଜରୁ ଏହି ଟଙ୍କା ଜବତ ହେବା ସହ ପୋଲିସ ଉଭୟଙ୍କୁ ଅଟକ ରଖିଛି I ବିମାନ ବନ୍ଦରରେ ଲଗେଜ ସ୍କାନିଂ ବେଳେ ଏହା ଜଣାପଡିଥିଲା I ଏମାନଙ୍କ ମଧ୍ୟରୁ ଜଣେ ଚେନ୍ନାଇରୁ ଭୁବନେଶ୍ୱରକୁ ଆସୁଥିବାବେଳେ ଅନ୍ୟଜଣେ ଦିଲ୍ଲୀରୁ ଆସୁଥିଲେ I ତେବେ ନିର୍ବାଚନ ସମୟରେ କେଉଁଠୁ ଓ କ’ଣ ପାଇଁ ଏତେ ଟଙ୍କା ଆସୁଥିଲା ତାର ତଦନ୍ତ କରୁଛି ଆୟକର […]

Samaya Live Picture
Published On

ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରୁ ୭୫ ଲକ୍ଷ ଟଙ୍କା ଜବତ I ୨ ବ୍ୟକ୍ତିଙ୍କ ଲଗେଜରୁ ଏହି ଟଙ୍କା ଜବତ ହେବା ସହ ପୋଲିସ ଉଭୟଙ୍କୁ ଅଟକ ରଖିଛି I ବିମାନ ବନ୍ଦରରେ ଲଗେଜ ସ୍କାନିଂ ବେଳେ ଏହା ଜଣାପଡିଥିଲା I ଏମାନଙ୍କ ମଧ୍ୟରୁ ଜଣେ ଚେନ୍ନାଇରୁ ଭୁବନେଶ୍ୱରକୁ ଆସୁଥିବାବେଳେ ଅନ୍ୟଜଣେ ଦିଲ୍ଲୀରୁ ଆସୁଥିଲେ I ତେବେ ନିର୍ବାଚନ ସମୟରେ କେଉଁଠୁ ଓ କ’ଣ ପାଇଁ ଏତେ ଟଙ୍କା ଆସୁଥିଲା ତାର ତଦନ୍ତ କରୁଛି ଆୟକର ବିଭାଗ ।

Tags: