ନନ୍ଦନକାନନରେ ଜନ୍ମ ନେଲେ ୭ ଟି ହଳଦିଆ ଆନାକୋଣ୍ଡା

ଭୁବନେଶ୍ୱର : ପଶୁପ୍ରେମୀଙ୍କ ପାଇଁ ଖୁସି ଖବର । ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସରୀସୃପ ସାରଣୀ ଜନ୍ମ ନେଲେ ୭ ଟି ହଳଦିଆ ଆନାକୋଣ୍ଡା ଜନ୍ମ । ଏହି ନୂଆ ଛୁଆଙ୍କୁ ମିଶାଇ ଚିଡ଼ିଆଖାନାରେ ହଳଦିଆ ଆନାକୋଣ୍ଡା ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ସରୀସୃପ ସଂରକ୍ଷଣରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଛି ନନ୍ଦନକାନନ । ଏହା ପୂର୍ବରୁ ୨୦୨୨ ଜୁଲାଇ ୬ରେ ଗୋଟିଏ ଛୁଆ ଏବଂ ଜୁଲାଇ ୮ରେ ଆଉ ୮ଟି ଛୁଆ ଜନ୍ମ ହୋଇଥିଲେ। […]

ନନ୍ଦନକାନନରେ ଜନ୍ମ ନେଲେ ୭ ଟି ହଳଦିଆ ଆନାକୋଣ୍ଡା
Samaya Live Picture
Published On

ଭୁବନେଶ୍ୱର : ପଶୁପ୍ରେମୀଙ୍କ ପାଇଁ ଖୁସି ଖବର । ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସରୀସୃପ ସାରଣୀ ଜନ୍ମ ନେଲେ ୭ ଟି ହଳଦିଆ ଆନାକୋଣ୍ଡା ଜନ୍ମ । ଏହି ନୂଆ ଛୁଆଙ୍କୁ ମିଶାଇ ଚିଡ଼ିଆଖାନାରେ ହଳଦିଆ ଆନାକୋଣ୍ଡା ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ସରୀସୃପ ସଂରକ୍ଷଣରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଛି ନନ୍ଦନକାନନ ।

ଏହା ପୂର୍ବରୁ ୨୦୨୨ ଜୁଲାଇ ୬ରେ ଗୋଟିଏ ଛୁଆ ଏବଂ ଜୁଲାଇ ୮ରେ ଆଉ ୮ଟି ଛୁଆ ଜନ୍ମ ହୋଇଥିଲେ। ସେଥିମଧ୍ୟରୁ ୨ଟି ବୟସ୍କ ପୁରୁଷ, ୨ଟି ବୟସ୍କ ମାଈ ଏବଂ ୧୦ଟି ଛୋଟ ହଳଦିଆ ଆନାକୋଣ୍ଡା ଅଛନ୍ତି। ଶୀଘ୍ର ଆଉ ଗୋଟିଏ ମାଈ ଆନାକୋଣ୍ଡା ପ୍ରସବ କରିବାର ଆଶା କରାଯାଉଛି। ଏହି ଉଲ୍ଲେଖନୀୟ ପ୍ରଜାତିକୁ ସଂରକ୍ଷଣ କରିବାରେ ଏହା ଏକ ଉଲ୍ଲେଖନୀୟ ସଫଳତା।

୨୦୧୯ ଅକ୍ଟୋବର ୨୨ରେ ଚେନ୍ନାଇର ମାଡ୍ରାସ କୁମ୍ଭୀର ବ୍ୟାଙ୍କ ଟ୍ରଷ୍ଟରୁ ହଳଦିଆ ଆନାକୋଣ୍ଡାଙ୍କୁ ଅଣାଯାଇଥିଲା। ୨୦୨୨ ଜୁଲାଇରେ ଏମାନଙ୍କର ଶେଷ ପ୍ରଜନନ ରହିଥିଲା। ସରୀସୃପଙ୍କ ସୁରକ୍ଷା ଏବଂ ଯତ୍ନ ପାଇଁ ଚିଡ଼ିଆଖାନା ପକ୍ଷରୁ କରାଯାଉଥିବା ପ୍ରୟାସର ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ନନ୍ଦନକାନନ ଉପ-ନିର୍ଦ୍ଦେଶକ ସନତ କୁମାର ନାରାୟଣ ସୂଚନା ଦେଇଛନ୍ତି।

Tags: