ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ମାଓବାଦୀ ନିହତ

ମାଲକାନଗିରି : ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୭ ମାଓବାଦୀ । ଦାନ୍ତେୱାଡା-ନାରାୟଣପୁର ସୀମାନ୍ତରେ ଏନକାଉଣ୍ଟର । ଆଜି ଭୋର ସମୟରୁ ଛତିଶଗଡ଼ ଆବୁଜମଡ ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ । ସୁରକ୍ଷାକର୍ମୀଂକ ଗୁଳିରେ ୭ ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟମାନେ ଛତ୍ରଭଙ୍ଗ ଦେଇଛନ୍ତି । ଏହି ଗୁଳିବିନିମୟରେ କୋଣ୍ଡାଗାଓଁ ଓ ବସ୍ତର ପୋଲିସ ମିଳିତ ଅପରେସନ କରିଥିଲେ । ଏହି ଅପରେସନରେ ଡିଆଇଜି, ଏସଟିଏଫ, ସିଆରପିଏଫ ମଧ୍ୟ ସାମିଲ ହୋଇଥିଲେ । ସର୍ଚ୍ଚ ଅପରେସନରେ ବହୁ […]

Samaya Live Picture
Published On

ମାଲକାନଗିରି : ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୭ ମାଓବାଦୀ । ଦାନ୍ତେୱାଡା-ନାରାୟଣପୁର ସୀମାନ୍ତରେ ଏନକାଉଣ୍ଟର । ଆଜି ଭୋର ସମୟରୁ ଛତିଶଗଡ଼ ଆବୁଜମଡ ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ । ସୁରକ୍ଷାକର୍ମୀଂକ ଗୁଳିରେ ୭ ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟମାନେ ଛତ୍ରଭଙ୍ଗ ଦେଇଛନ୍ତି । ଏହି ଗୁଳିବିନିମୟରେ କୋଣ୍ଡାଗାଓଁ ଓ ବସ୍ତର ପୋଲିସ ମିଳିତ ଅପରେସନ କରିଥିଲେ । ଏହି ଅପରେସନରେ ଡିଆଇଜି, ଏସଟିଏଫ, ସିଆରପିଏଫ ମଧ୍ୟ ସାମିଲ ହୋଇଥିଲେ । ସର୍ଚ୍ଚ ଅପରେସନରେ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

Tags: