ବାଣ ବିସ୍ଫୋରଣ ଘଟି ୫ ଗୁରୁତର ୨ ମୃତ

ଭଦ୍ରକ : ଭଦ୍ରକରେ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ । ଭଦ୍ରକ-ଚାନ୍ଦବାଲି ହଳଦିଡ଼ିହ ବାଇପାସରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୭ଜଣ ଗୁରୁତର ହୋଇଛନ୍ତି । ବାଣ ତିଆରି କରୁଥିବା ବେଳେ ବିସ୍ଫୋରଣ ଘଟିଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ କରୁଛି । ଆଜି ସକାଳୁ ପ୍ରାୟ ୯.୩୦ ମିନିଟ ସମୟରେ ଭୟଙ୍କର ବିସ୍ଫୋରଣ ସହିତ ନିଆଁ ଲାଗିଯାଇଥିଲା । ଏଥିରେ […]

ବାଣ ବିସ୍ଫୋରଣ ଘଟି  ୫ ଗୁରୁତର ୨ ମୃତ
Samaya Live Picture
Published On

ଭଦ୍ରକ : ଭଦ୍ରକରେ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ । ଭଦ୍ରକ-ଚାନ୍ଦବାଲି ହଳଦିଡ଼ିହ ବାଇପାସରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୭ଜଣ ଗୁରୁତର ହୋଇଛନ୍ତି । ବାଣ ତିଆରି କରୁଥିବା ବେଳେ ବିସ୍ଫୋରଣ ଘଟିଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ କରୁଛି । ଆଜି ସକାଳୁ ପ୍ରାୟ ୯.୩୦ ମିନିଟ ସମୟରେ ଭୟଙ୍କର ବିସ୍ଫୋରଣ ସହିତ ନିଆଁ ଲାଗିଯାଇଥିଲା । ଏଥିରେ ଆଖପାଖରେ ଥିବା ଗଛପତ୍ର ସବୁ ଜଳିଯିବା ସହ ଘଟଣା କଣ ଜାଣିବା ପାଇଁ ସ୍ଥାନୀୟ ଅଞ୍ଚଳରୁ ଲୋକେ ଧାଇଁ ଆସିଥିଲେ ।

ଶେଷ ସୂଚନା ଅନୁସାରେ ବାଣ ନିଆଁରେ ଜଳିଯାଇ ଗୁରୁତର ଆହତ ହୋଇଥିବା ୭ ଜଣଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ଅଧିକ ଗୁରୁତର ହେବାରୁ ଜଣେ ମହିଳା ରତି ବିବି (୪୦) ଓ ଏସ କେ ମୁସରା (୧୨) ବର୍ଷ ନାମକ ଜଣେ ପିଲାକୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା । ଆଜି ସକାଳ ପ୍ରାୟ ୯:୩୦ ମିନିଟ୍ ସମୟରେ ବାଣ କାରଖାନାରେ ଏହି ଅଘଟଣ ଘଟିଥିଲା ।

Tags: