ମର୍ମନ୍ତୁଦ ଟ୍ରକ ଦୁର୍ଘଟଣାରେ ୭ ମୃତ
ଯାଜପୁର : ଆଜି ସକାଳୁ ସକାଳୁ ଯାଜପୁରରେ ଘଟି ଯାଇଛି ମର୍ମନ୍ତୁଦ ଦୁର୍ଘଟଣା I ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଦୁର୍ଘଟଣାଗ୍ରସ୍ତ ଟ୍ରକ୍କୁ ଏକ ଆଇଚର ପିଟିବାରୁ ୭ ଜଣଙ୍କ ମୃତ୍ୟୁ ହୋଇଛି I ଘଟଣାଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ନିକଟରେ I ଘଟନାନୁସାରେ, ଗତ ୪ ଦିନ ହେବ ନେଉଳପୁର ସେଣ୍ଟ୍ରାଲ ବ୍ୟାଙ୍କ ପାଖରେ ଦୁର୍ଘଟଣାଗ୍ରସ୍ତ ଏକ ଲୁହା ଗୁଣ୍ଡ ବୋଝେଇ ଗାଡ଼ି ଛିଡ଼ା ହୋଇଥିଲା । ଆଜି ସକାଳେ […]
ଯାଜପୁର : ଆଜି ସକାଳୁ ସକାଳୁ ଯାଜପୁରରେ ଘଟି ଯାଇଛି ମର୍ମନ୍ତୁଦ ଦୁର୍ଘଟଣା I ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଦୁର୍ଘଟଣାଗ୍ରସ୍ତ ଟ୍ରକ୍କୁ ଏକ ଆଇଚର ପିଟିବାରୁ ୭ ଜଣଙ୍କ ମୃତ୍ୟୁ ହୋଇଛି I ଘଟଣାଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ନିକଟରେ I
ଘଟନାନୁସାରେ, ଗତ ୪ ଦିନ ହେବ ନେଉଳପୁର ସେଣ୍ଟ୍ରାଲ ବ୍ୟାଙ୍କ ପାଖରେ ଦୁର୍ଘଟଣାଗ୍ରସ୍ତ ଏକ ଲୁହା ଗୁଣ୍ଡ ବୋଝେଇ ଗାଡ଼ି ଛିଡ଼ା ହୋଇଥିଲା । ଆଜି ସକାଳେ କଲିକତା ପଟୁ ଦ୍ରୁତ ଗତିରେ ଏକ କୁକୁଡ଼ା ବୋଝେଇ ଆଇଚର ଗାଡ଼ି ଆସି ଭାରସାମ୍ୟ ହରାଇ ଛିଡ଼ା ହୋଇଥିବା ଟ୍ରକ୍ ପଛପଟେ ପିଟି ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ ଆଇଚର ଟି ଟ୍ରକରେ ଧକ୍କା ହୋଇ ଟ୍ରକ ଉପରକୁ ଚଢି ଯାଇଥିଲା I ଏଥିରେ ଆଇଚରେ ଥିବା ୭ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି I ତେବେ ଟ୍ରକଟି ପୁରା ଖାଲି ଥିବାରୁ ଟ୍ରକ ଡ୍ରାଇଭରଙ୍କର କିଛି ହୋଇନାହିଁ ।
ଘଟଣା ସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶ୍ରମ ବାହିନୀ ପହଞ୍ଚି ମୃତଦେହ ଗୁଡିକୁ ଉଦ୍ଧାର କରିବା ସହ ଆହତ ବ୍ୟକ୍ତିଙ୍କୁ ବଡ଼ଚଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ I ମୃତକଙ୍କ ପରିଚୟ ମିଳିପାରିନଥିବାବେଳେ ଆଇଚର ଟି କଲିକତା ଅଂଚଳର ହୋଇଥିବା ଜଣାପଡିଛି I ଦୁର୍ଘଟଣା ସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି I




