ଡ଼ଙ୍ଗାବୁଡି ଘଟଣାରେ ୭ ମୃତଦେହ ଉଦ୍ଧାର,ଜଣେ ନିଖୋଜ
ଝାରସୁଗୁଡା : ମହାନଦୀରେ ଡଙ୍ଗା ବୁଡ଼ି ଘଟଣା I ଉଦ୍ଧାର ହେଲା ୭ ଜଣଙ୍କ ମୃତଦେହ । ଏମାନଙ୍କ ମଧ୍ୟରେ ୪ ଜଣ ମହି ଓ ୩ ଜଣ ନାବାଳକ ଥିବାବେଳେ ବର୍ତ୍ତମାନ ସୁଦ୍ଧା ଜଣେ ନିଖୋଜ ଥିବା ଜଣ ପଡିଛି I ୨ଟି ଓଡ୍ରାଫ ଟିମ ସହିତ ୫ ସ୍କୁବା ଡାଇଭିଙ୍ଗ ଟିମ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି I ଆଜି ସକାଳୁ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନ୍ ପରେ ୬ ଜଣଙ୍କ […]
ଝାରସୁଗୁଡା : ମହାନଦୀରେ ଡଙ୍ଗା ବୁଡ଼ି ଘଟଣା I ଉଦ୍ଧାର ହେଲା ୭ ଜଣଙ୍କ ମୃତଦେହ । ଏମାନଙ୍କ ମଧ୍ୟରେ ୪ ଜଣ ମହି ଓ ୩ ଜଣ ନାବାଳକ ଥିବାବେଳେ ବର୍ତ୍ତମାନ ସୁଦ୍ଧା ଜଣେ ନିଖୋଜ ଥିବା ଜଣ ପଡିଛି I ୨ଟି ଓଡ୍ରାଫ ଟିମ ସହିତ ୫ ସ୍କୁବା ଡାଇଭିଙ୍ଗ ଟିମ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି I ଆଜି ସକାଳୁ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନ୍ ପରେ ୬ ଜଣଙ୍କ ମୃତଦେହ ମିଳିଛି । ଗତକାଲି ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତକ ମାନେ ହେଲେ ନବୀନ ରାଠିଆ,ପିକେଶ୍ୱର ରାଠିଆ,ରାଧିକା ରାଠିଆ,ଲଚ୍ଛାମି ରାଠିଆ,ତେରବସାଇ ରାଠିଆ ଓ କୁନାଲ ରାଠିଆ I ସମସ୍ତ ମୃତକ ଛତିଶଗଡ଼ ଖରସିଆଁ ଅଞ୍ଚଳର ବୋଲି ଜଣା ପଡିଛି I
ସୂଚନାନୁସାରେ, ଗତକାଲି ଦଙ୍ଗାରେ ୫୦ ଜଣ ଯାତ୍ରୀ ବରଗଡ଼ ବାଞ୍ଜିପାଲିରୁ ପୂଜାର୍ଚ୍ଚନା ସାରି ଝାରସୁଗୁଡା ଶରଧା ଡଙ୍ଗା ଘାଟକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା । ୪୩ ଜଣଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଉଦ୍ଧାର କରିଥିଲେ । ଡଙ୍ଗାରେ ଥିବା ବରଗଡ଼ ଏବଂ ଝାରସୁଗୁଡା ଅଞ୍ଚଳର ୯ ଜଣଙ୍କ ସହିତ ଛତିଶଗଡ଼ ଅଞ୍ଚଳର ୩୬ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିଲା I ତେବେ କେମିତି ଏବଂ କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା, ସେନେଇ ସ୍ପଷ୍ଟ ହୋଇନାହିଁ ।
କୁହାଯାଉଛି, ଏହା ଏକ ପୁରୁଣା ଡଙ୍ଗା ଥିଲା । ତେଣୁ ଓଭରଲୋଡିଂ ଯୋଗୁଁ ହୁଏତ ବୁଡ଼ିଯାଇଛି । ଏପରିକି ଡଙ୍ଗାରେ କୌଣସି ଲାଇଫ୍ ଜାକେଟ୍ ବି ନଥିଲା ବୋଲି ସୂଚନା ମିଳିଛି । ସେପଟେ ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ଛତିଶଗଡ଼ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ । ଦିବଙ୍ଗତ ଆତ୍ମାର ସଦଗତି କାମନା କରିଛନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଉଦ୍ଧାର ପାଇଥିବା ଛତିଶଗଡ଼ ଯାତ୍ରୀ ମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛତିଶ ଗଡ଼ ଜିଲ୍ଲା ପ୍ରଶାସନ ନିଜ ଜିଲ୍ଲାକୁ ଫେରାଇ ନେଇଛି I




