କେନାଲକୁ ବରଯାତ୍ରୀ ଗାଡି ଖସି ୭ ମୃତ
ସମ୍ବଲପୁର : କ୍ଷଣିକ ମଧ୍ୟରେ ବାହାଘର ଖୁସି ପାଣି ଫୋଟକା ପରି ମିଳେଇଗଲା I ହସ ଖୁସିରେ କନିଆଁ ଘରୁ ଭୋଜି ଖାଇ ଫେରୁଥିବା ବେଳେ ବାଟରେ ଛକି ଥିଲା ଯମ I କେନାଲ ଭିତରକୁ ବରଯାତ୍ରୀ ଗାଡି ଓଲଟି ୭ ଜଣଙ୍କର ମୃତ୍ୟୁ ଘଟିଛି I ମୃତକମାନେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ଅନ୍ତର୍ଗତ ବଡ଼ଧରା ଗାଁର ବୋଲି ଜଣାପଡ଼ିଛି। ସେମାନେ ପରମାଣପୁରକୁ ବରଯାତ୍ରୀ ଆସିଥିଲେ। ଗତକାଲି ବିଳମ୍ବିତ ରାତି ୨ଟା ବେଳେ ଏହି ଦୁର୍ଘଟଣା […]
ସମ୍ବଲପୁର : କ୍ଷଣିକ ମଧ୍ୟରେ ବାହାଘର ଖୁସି ପାଣି ଫୋଟକା ପରି ମିଳେଇଗଲା I ହସ ଖୁସିରେ କନିଆଁ ଘରୁ ଭୋଜି ଖାଇ ଫେରୁଥିବା ବେଳେ ବାଟରେ ଛକି ଥିଲା ଯମ I କେନାଲ ଭିତରକୁ ବରଯାତ୍ରୀ ଗାଡି ଓଲଟି ୭ ଜଣଙ୍କର ମୃତ୍ୟୁ ଘଟିଛି I ମୃତକମାନେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ଅନ୍ତର୍ଗତ ବଡ଼ଧରା ଗାଁର ବୋଲି ଜଣାପଡ଼ିଛି। ସେମାନେ ପରମାଣପୁରକୁ ବରଯାତ୍ରୀ ଆସିଥିଲେ।
ଗତକାଲି ବିଳମ୍ବିତ ରାତି ୨ଟା ବେଳେ ଏହି ଦୁର୍ଘଟଣା ଘଟିଛି । ଝାରସୁଗୁଡା ଜିଲ୍ଲା କନକତୁରା ବଡ଼ଧରା ଅଞ୍ଚଳରୁ ପରମାନପୁରକୁ ଆସିଥିଲେ ବରଯାତ୍ରୀ । ଭୋଜି ଖାଇ ଫେରୁଥିବା ସମୟରେ ବୁଲାଣି ପାଖରେ ଶାସନ କେନାଲ ନିକଟରେ ଗାଡ଼ିଟି କେନାଲକୁ ଖସି ପଡ଼ିଥିଲା। ଦୁର୍ଘଟଣାବେଳେ ବୋଲେରୋରେ ୧୧ ଜଣ ଥିଲେ ବୋଲି ଜଣାପଡ଼ିଛି। ଏଥିରୁ ଆଶଙ୍କା କରାଯାଉଛି, ହୁଏତ ଡ୍ରାଇଭର ଭାରସାମ୍ୟ ହରାଇଥିବାରୁ ଗାଡ଼ିଟି କେନାଲକୁ ଖସି ପଡ଼ିଛି। ବେଳେ ବିଶାଳଖିଣ୍ଡା ବୁଲାଣି ନିକଟରେ ଭାରସାମ୍ୟ ହରାଇ ଗାଡ଼ିଟି ସିଧା ଶାସନ କେନାଲ ଭିତରେ ପଶି ଯାଇ ଓଲଟି ପଡିଥିଲା l ଫଳରେ ଗାଡ଼ି ଭିତରେ ଥିବା ଲୋକମାନେ ବାହାରି ପାରି ନଥିଲେ । କୌଶଳ କ୍ରମେ ଜଣେ ଯୁବକ ବାହାରି ସମ୍ପର୍କୀୟଙ୍କୁ ଫୋନ୍ କରିଥିଲେ । ପରେ ୩ ଜଣ ବାହାରି ପାରିଥିଲେ । ଆଉ ୬ ଜଣ ବାହାରି ପାରି ନଥିଲେ । ବର୍ତ୍ତମାନ ସୁଦ୍ଧା ଗାଡ଼ି ଚାଳକଙ୍କ କୌଣସି ପତ୍ତା ମିଳିନାହିଁ । ଗାଡ଼ିରେ ପ୍ରକୃତରେ କେତେ ଜଣ ଥିଲେ ସ୍ପଷ୍ଟ ହୋଇନାହିଁ ।




