ଲ’ ଷଷ୍ଠ ସେମିଷ୍ଟାର ପରୀକ୍ଷାରେ ପ୍ରଶ୍ନପତ୍ର ବିଭ୍ରାଟ,ପରୀକ୍ଷା ବାତିଲ
ଭୁବନେଶ୍ୱର : ଲ’ ଷଷ୍ଠ ସେମିଷ୍ଟାର ପରୀକ୍ଷାରେ ପ୍ରଶ୍ନ ପତ୍ରକୁ ନେଇ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି I ଆଜି ସୋମବାର LLBର ଷଷ୍ଠ ସେମିଷ୍ଟାର ପରୀକ୍ଷା ଥିଲା I ଏଥିରେ ଆଉଟ ଅଫ ସିଲାବସ ଅର୍ଥାତ ପଞ୍ଚମ ସେମିଷ୍ଟର ପ୍ରଶ୍ନ ପତ୍ର ଆସିଥିଲା I ତେବେ ପରୀକ୍ଷାରେ ଏଭଳି ବିଭ୍ରାଟକୁ ନେଇ କଟକ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ପରିସର ଭିତରେ ପରୀକ୍ଷାର୍ଥୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଥିଲା I ଷଷ୍ଠ ସିଲାବସ ଅନୁଯାୟୀ ପରୀକ୍ଷାର୍ଥୀମାନେ […]
ଭୁବନେଶ୍ୱର : ଲ’ ଷଷ୍ଠ ସେମିଷ୍ଟାର ପରୀକ୍ଷାରେ ପ୍ରଶ୍ନ ପତ୍ରକୁ ନେଇ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି I ଆଜି ସୋମବାର LLBର ଷଷ୍ଠ ସେମିଷ୍ଟାର ପରୀକ୍ଷା ଥିଲା I ଏଥିରେ ଆଉଟ ଅଫ ସିଲାବସ ଅର୍ଥାତ ପଞ୍ଚମ ସେମିଷ୍ଟର ପ୍ରଶ୍ନ ପତ୍ର ଆସିଥିଲା I ତେବେ ପରୀକ୍ଷାରେ ଏଭଳି ବିଭ୍ରାଟକୁ ନେଇ କଟକ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ପରିସର ଭିତରେ ପରୀକ୍ଷାର୍ଥୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଥିଲା I ଷଷ୍ଠ ସିଲାବସ ଅନୁଯାୟୀ ପରୀକ୍ଷାର୍ଥୀମାନେ ପ୍ରସ୍ତୁତ ହୋଇ ଆସିଥିବାବେଳେ ପୁରୁଣା ସିଲାବସ ପ୍ରଶ୍ନପତ୍ରକୁ ଘାବରେଇ ଯାଇଥିଲେ ପରୀକ୍ଷାର୍ଥୀ I ପରୀକ୍ଷା ସମୟରେ ବିଶ୍ୱବିଦ୍ୟାଳୟର ଖାମଖିଆଲି ମନବୃତିକୁ ନେଇ ବର୍ଷିଥିଲେ ଛାତ୍ରଛାତ୍ରୀ I ଏହାପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଜିର ପରୀକ୍ଷାକୁ ବାତିଲ କରି ଦେଇଛନ୍ତି । ଏଥିସହ ଆଗାମୀ ଦିନରେ କେବେ ପରୀକ୍ଷା ହେବ ତାହା ସ୍ପଷ୍ଟ କରିବେ ବୋଲି ସୂଚନା ଦେଇଛନ୍ତି । ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୨୮ କଲେଜର ପେପର-୧ ପରୀକ୍ଷା ଆଜି ବାତିଲ ହୋଇଥିବା ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।




