ଆତ୍ମସମର୍ପଣ କଲେ ୬୬ ମାଓବାଦୀ
ଛତିଶଗଡ଼ : ଭୁସୁଡୁଛି ଲାଲ ଦୁର୍ଗ । ଆତ୍ମସମର୍ପଣ କରୁଛନ୍ତି ହାର୍ଡକୋର୍ ମାଓବାଦୀ । ଛତିଶଗଡର ପାଞ୍ଚଟି ଜିଲ୍ଲାରେ ମୋଟ ୬୬ ଜଣ ମାଓବାଦୀ ଏକାଥରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ନାଁରେ ୨.୫୪ କୋଟି ଟଙ୍କା ପୁରସ୍କାର ରାଶି ଥିଲା। ପ୍ରତ୍ୟେକଙ୍କୁ ପ୍ରାରମ୍ଭିକ ପ୍ରୋତ୍ସାହନ ସ୍ୱରୂପ ୫୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ସୁକୁମା ଜିଲ୍ଲାରେ ୫ ଜଣ ଓ ନାରାୟଣପୁର ଜିଲ୍ଲାରେ ୮ ଜଣ ମାଓବାଦୀ ଆତ୍ମସମର୍ପଣ କରିବା ପରେ ଦାନ୍ତେୱାଡ଼ା ଜିଲ୍ଲାରେ […]
ଛତିଶଗଡ଼ : ଭୁସୁଡୁଛି ଲାଲ ଦୁର୍ଗ । ଆତ୍ମସମର୍ପଣ କରୁଛନ୍ତି ହାର୍ଡକୋର୍ ମାଓବାଦୀ । ଛତିଶଗଡର ପାଞ୍ଚଟି ଜିଲ୍ଲାରେ ମୋଟ ୬୬ ଜଣ ମାଓବାଦୀ ଏକାଥରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ନାଁରେ ୨.୫୪ କୋଟି ଟଙ୍କା ପୁରସ୍କାର ରାଶି ଥିଲା। ପ୍ରତ୍ୟେକଙ୍କୁ ପ୍ରାରମ୍ଭିକ ପ୍ରୋତ୍ସାହନ ସ୍ୱରୂପ ୫୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି।
ସୁକୁମା ଜିଲ୍ଲାରେ ୫ ଜଣ ଓ ନାରାୟଣପୁର ଜିଲ୍ଲାରେ ୮ ଜଣ ମାଓବାଦୀ ଆତ୍ମସମର୍ପଣ କରିବା ପରେ ଦାନ୍ତେୱାଡ଼ା ଜିଲ୍ଲାରେ ପୁଣି ୧୫ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ୫ ଜଣଙ୍କ ମୁଣ୍ଡ ଉପରେ ପୂର୍ବରୁ ଛତିଶଗଡ଼ ସରକାର ୧୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ବିଜାପୁର ଜିଲ୍ଲାରେ ୨୫ ଜଣ ମାଓବାଦୀ ବସ୍ତର ଆଇଜି ପି.ସୁନ୍ଦରରାଜଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ SZCM ମାଓବାଦୀଙ୍କ ମୁଣ୍ଡ ଉପରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିବାବେଳେ ମୋଟ ୨୫ ମାଓବାଦୀଙ୍କ ମୁଣ୍ଡ ଉପରେ ପୁର୍ବରୁ ଛତିଶଗଡ଼ ସରକାର ୧ କୋଟି ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ।
ଗତ ୨୦ ବର୍ଷ ଧରି ଏମାନେ ମାଓ ସଂଗଠନ ରେ କାର୍ଯ୍ୟ କରିବା ସହ ବିଭିନ୍ନ ହିଂସାକାଣ୍ଡରେ ସାମିଲ ଥିଲେ । ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ ସୁକୁମା ଜିଲ୍ଲାର ଜାଗରକୋଣ୍ଡା ଓ ଚିନ୍ତଲନାଡ ଅଞ୍ଚଳରେ ସକ୍ରିୟ ଥିଲେ । ଛତିଶଗଡ଼ ସରକାରଙ୍କ ପୁନର୍ବାସ ନୀତି ଦ୍ୱାରା ପ୍ରଭାବିତ ହୋଇ ଏହି ମାଓବାଦୀ ମାନେ ଛତିଶଗଡ଼ର ପାଞ୍ଚଟି ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।




