ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୪ ତମ ପ୍ରତିଷ୍ଠା ଦିବସ ପାଳନ

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଆଜି ୬୪ ତମ ପ୍ରତିଷ୍ଠା ଦିବସ I ୧୯୬୦ ମସିହା ଡିସେମ୍ବର ୨୯ ତାରିଖରେ ବରଙ୍ଗରେ ଅଳ୍ପ କିଛି ଜୀବଜନ୍ତୁଙ୍କୁ ନେଇ ପ୍ରତିଷ୍ଠା କରାଯାଇଥିଲା ପ୍ରାଣୀ ଉଦ୍ୟାନ I ୧୯୮୧ ମସିହାରେ ଏହି ପ୍ରାଣୀ ଉଦ୍ୟାନକୁ ‘ନନ୍ଦନକାନନ’ ନାମରେ ନାମିତ କରାଗଲା I ଆଜି ଏହାର ୬୪ ତମ ପ୍ରତିଷ୍ଠା ଦିବସରେ ଜଙ୍ଗଲ-ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି,ଆଗାମୀ ବର୍ଷକ ମଧ୍ୟରେ ନନ୍ଦନକାନନକୁ ବିଶ୍ୱସ୍ତରୀୟ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ […]

Samaya Live Picture
Published On

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଆଜି ୬୪ ତମ ପ୍ରତିଷ୍ଠା ଦିବସ I ୧୯୬୦ ମସିହା ଡିସେମ୍ବର ୨୯ ତାରିଖରେ ବରଙ୍ଗରେ ଅଳ୍ପ କିଛି ଜୀବଜନ୍ତୁଙ୍କୁ ନେଇ ପ୍ରତିଷ୍ଠା କରାଯାଇଥିଲା ପ୍ରାଣୀ ଉଦ୍ୟାନ I ୧୯୮୧ ମସିହାରେ ଏହି ପ୍ରାଣୀ ଉଦ୍ୟାନକୁ ‘ନନ୍ଦନକାନନ’ ନାମରେ ନାମିତ କରାଗଲା I ଆଜି ଏହାର ୬୪ ତମ ପ୍ରତିଷ୍ଠା ଦିବସରେ ଜଙ୍ଗଲ-ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି,ଆଗାମୀ ବର୍ଷକ ମଧ୍ୟରେ ନନ୍ଦନକାନନକୁ ବିଶ୍ୱସ୍ତରୀୟ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଆଗାମୀ ୮ରୁ ୧୦ ମାସ ଭିତରେ ନନ୍ଦନକାନନର ରୂପରେଖ ବଦଳିଯିବ । ପ୍ରାଣୀ ଅଦଳବଦଳ ପ୍ରକ୍ରିୟା ଜରିଆରେ ବହୁ ନୂଆ ଜୀବଜନ୍ତୁ ଆସିଛନ୍ତି । ରୋପ୍ ୱେ, ବୋଟିଂ ବ୍ୟବସ୍ଥା ହୋଇଛି । ଦୁବାଇରୁ ଚିତା ବାଘ ଓ ଧଳା ସିଂହ ସାବକ ବି ଆସିବେ । କାଂଜିଆ ହ୍ରଦ ବିକାଶ ଲାଗି ଏସ୍ଆରସି ପାଣ୍ଠିରୁ ୧୭ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହି ଅବସରରେ ବାଉଁଶ ଉଦ୍ୟାନ ଓ ମୋଗଲ ଗାର୍ଡେନ ଉଦଘାଟିତ ହୋଇଛି। ବଟନିକାଲ ଗାର୍ଡେନରେ ନୂଆ ଉଦ୍ୟାନ ଉଦଘାଟିତ ହୋଇଛି। ନନ୍ଦନକାନନ ଚିଡିଆଖାନା ଚୁଡଙ୍ଗ ଯାଏଁ ବଢିବା ସହ ଖୁବଶୀଘ୍ର ନାଇଟ୍ ସଫାରି ମଧ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

Tags: