ବାତ୍ୟା କ୍ଷୟକ୍ଷତି ୬୦୦ କୋଟି – ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର : ବାତ୍ୟା ‘ଦାନା’ ଦେଇ ଯାଇଛି ବେଦନା । ପ୍ରାଥମିକ ଆକଳନ ଅନୁସାରେ ଆସିଛି କ୍ଷୟକ୍ଷତି ରିପୋର୍ଟ । ପ୍ରାୟ ୬୦୦ କୋଟିର କ୍ଷତି ଆକଳନ କରାଯାଇଛି । କେନ୍ଦ୍ରାପଡା,ଭଦ୍ରକ,ବାଲେଶ୍ୱର ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ । ଜଗତସିଂପୁର,କଟକ ଏବଂ ଯାଜପୁର ମଧ୍ୟ ପ୍ରଭାବିତ ହୋଇଛି । ସେହିପରି ୧୪ ଜିଲ୍ଲା ପ୍ରଭାବିତ ହୋଇଛି । ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, କଟକ, ଗଞ୍ଜାମ, ଜଗତସିଂହପୁର, ମୟୁରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା ପରି ଜିଲ୍ଲା ପ୍ରଭାବିତ ହୋଇଥିଲା […]

Samaya Live Picture
Published On

ଭୁବନେଶ୍ୱର : ବାତ୍ୟା ‘ଦାନା’ ଦେଇ ଯାଇଛି ବେଦନା । ପ୍ରାଥମିକ ଆକଳନ ଅନୁସାରେ ଆସିଛି କ୍ଷୟକ୍ଷତି ରିପୋର୍ଟ । ପ୍ରାୟ ୬୦୦ କୋଟିର କ୍ଷତି ଆକଳନ କରାଯାଇଛି । କେନ୍ଦ୍ରାପଡା,ଭଦ୍ରକ,ବାଲେଶ୍ୱର ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ । ଜଗତସିଂପୁର,କଟକ ଏବଂ ଯାଜପୁର ମଧ୍ୟ ପ୍ରଭାବିତ ହୋଇଛି । ସେହିପରି ୧୪ ଜିଲ୍ଲା ପ୍ରଭାବିତ ହୋଇଛି । ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, କଟକ, ଗଞ୍ଜାମ, ଜଗତସିଂହପୁର, ମୟୁରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା ପରି ଜିଲ୍ଲା ପ୍ରଭାବିତ ହୋଇଥିଲା ।

ପଞ୍ଚାୟତି ରାଜ ବିଭାଗ ଛାଡ ଅନ୍ୟ ସବୁ ବିଭାଗର ରିପୋର୍ଟ ଆସି ସାରିଛି । ସଂଧ୍ୟାସୁଦ୍ଧା ସମସ୍ତ ବିଭାଗର ରିପୋର୍ଟ ଆସି ସାରିଲେ କ୍ଷୟକ୍ଷତି ଆକଳନ ରିପୋର୍ଟ ଚୂଡାନ୍ତ ହେବ । କେନ୍ଦ୍ରର ସହାୟତା ରାଶି ପହଞ୍ଚିବା ପୂର୍ବରୁ ନିଜସ୍ୱ ପାଣ୍ଠି ବାଣ୍ଟିବେ ରାଜ୍ୟ ସରକାର I

ବାତ୍ୟା ‘ଦାନା’ରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଶକ୍ତି ବିଭାଗ । ୧୪ ଜିଲ୍ଲାର ୧୬୬ ବ୍ଲକ ଅଛି। ଏଥିରୁ ୧୩୧ କ୍ଷତି ସହିଛନ୍ତି। ୧୧୬୩୭ଗାଁ ବନ୍ୟା ଓ ବାତ୍ୟାରେ ପ୍ରଭାବିତ ହୋଇଛି। ସମୁଦାୟ ୪୧ ଲକ୍ଷ ୪୩୫୭ ଲୋକ ପ୍ରଭାବିତ ହୋଇଛନ୍ତି। ୧୬୪୧୭ ଘର କ୍ଷତିଗ୍ରସ୍ତ ହୋଇଛି। ସମ୍ପୂର୍ଣ୍ଣ ନଷ୍ଟ କଚାଘର ସଂଖ୍ୟା ୨୭, ସେହିପରି ୧୪୬୮୦ ଆଂଶିକ ଭାବେ ଘର ଭାଙ୍ଗିଛି। ୪୦ ହଜାର ପାଖାପାଖି କୁକଡ଼ା କ୍ଷତି ହୋଇଛି। ୭୧ ଗୃହପାଳିତ ପଶୁ ନଷ୍ଟ ହୋଇଛନ୍ତି। ଦିନେ ୨ ଦିନ ମଧ୍ୟରେ ଫସଲ ଓ ଘର କ୍ଷତିପୂରଣ ପ୍ରଦାନ କରାଯିବ । ତା ପରେ ବିଭାଗୀୟ କ୍ଷତିପୂରଣ ଦିଆଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

ନଭେମ୍ବର ଦୁଇ ତାରିଖ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳ ଓ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଶିଶୁ ଖାଦ୍ୟ, ରିଲିଫ ସେଣ୍ଟର, ରନ୍ଧା ଖାଦ୍ୟ, ଫସଲ ଓ ଘର ଭଙ୍ଗା ଆଦିର ପ୍ରଥମ ରିପୋର୍ଟ ଆସି ପହଞ୍ଚିଛି । ପଞ୍ଚାୟତିରାଜ ସୁଦ୍ଧା ଅନ୍ୟ ସବୁ ବିଭାଗ ରିପୋର୍ଟ ଦେଇଛନ୍ତି। ରିପୋର୍ଟକୁ ତର୍ଜମା କରାଯାଇ ଆଜି ସନ୍ଧ୍ୟା ସୁଦ୍ଧା ଚୂଡାନ୍ତ ହେବ କ୍ଷୟକ୍ଷତିର ହିସାବ। ଆସନ୍ତାକାଲି ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦିଆଯିବ। ରିପୋର୍ଟ ଆସିବା ପରେ କେନ୍ଦ୍ରୀୟ ଟିମ ଆସିବ। ସେମାନେ ରିପୋର୍ଟକୁ ଅପେକ୍ଷା କରିଛନ୍ତି। ରାଜ୍ୟ ସରକାରଙ୍କ ସହ ଆଲୋଚନାରେ କେନ୍ଦ୍ର ଅଛି। କେବେ ଆସିବ ଟିମ ସେ ନେଇ ଖୁବ ଶୀଘ୍ର ଜଣା ପଡିବ।

Tags: