ପାଣି ସୁଅରେ ଭାସିଗଲେ ୬ ଡାକ୍ତରୀ ଛାତ୍ର,୨ ମୃତ ୩ ନିଖୋଜ

ମାଲକାନଗିରି : ଜଳପ୍ରପାତ ବୁଲିବାକୁ ଯାଇ ଭାସିଗଲେ ୬ ଡାକ୍ତରୀ ଛାତ୍ର । ଝରଣାକୂଳରେ ବସିଥିବା ବେଳେ ହଠାତ ମାଡି ଆସିଥିଲା ପ୍ରଖର ଜଳ । ଜଳ ସୁଅରେ ୪ ଜଣ ଛାତ୍ରୀଙ୍କ ସହିତ ୨ ଜଣ ଛାତ୍ର ଭାସି ଯାଇଥିଲେ । ଘଟଣାସ୍ଥଳରୁ ଜଣଙ୍କୁ ଉଦ୍ଧାର କରାଯାଇ ରାଜମହେନ୍ଦ୍ରୀ ଡାକ୍ତରଖାନାରେ ଭର୍ତି କରାଯାଇଛି । ନିଖୋଜଙ୍କ ମଧ୍ୟରୁ ୨ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଆଉ ୩ ଜଣ ନିଖୋଜ ଅଛନ୍ତି । […]

Samaya Live Picture
Published On

ମାଲକାନଗିରି : ଜଳପ୍ରପାତ ବୁଲିବାକୁ ଯାଇ ଭାସିଗଲେ ୬ ଡାକ୍ତରୀ ଛାତ୍ର । ଝରଣାକୂଳରେ ବସିଥିବା ବେଳେ ହଠାତ ମାଡି ଆସିଥିଲା ପ୍ରଖର ଜଳ । ଜଳ ସୁଅରେ ୪ ଜଣ ଛାତ୍ରୀଙ୍କ ସହିତ ୨ ଜଣ ଛାତ୍ର ଭାସି ଯାଇଥିଲେ । ଘଟଣାସ୍ଥଳରୁ ଜଣଙ୍କୁ ଉଦ୍ଧାର କରାଯାଇ ରାଜମହେନ୍ଦ୍ରୀ ଡାକ୍ତରଖାନାରେ ଭର୍ତି କରାଯାଇଛି । ନିଖୋଜଙ୍କ ମଧ୍ୟରୁ ୨ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଆଉ ୩ ଜଣ ନିଖୋଜ ଅଛନ୍ତି । ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶର ଏକ ଜଳପ୍ରପାତରେ ଏଭଳି ଅଘଟଣ ଘଟିଛି ।

ସୂଚନା ଅନୁଯାୟୀ ରବିବାର ଦିନ ମାଲକାନଗିରି ଜିଲ୍ଲାର ମୋଟୁ ଠାରୁ ପ୍ରାୟ ୪୦କିମି ଦୂରରେ ଥିବା ଆନ୍ଧ୍ରପ୍ରଦେଶର ଆଲୁରି ଜିଲ୍ଲାର ଜଳତରଙ୍ଗିନୀ ନାମକ ଝରଣାକୁ ୧୩ଜଣ ଡାକ୍ତରୀ ଛାତ୍ର ବୁଲିବାକୁ ଯାଇଥିଲେ । ତେବେ ଜଳ ପ୍ରପାତ ନିକଟରେ ସମସ୍ତେ ବସିଥିବା ବେଳେ ହଠାତ ପ୍ରଖର ସ୍ରୋତର ଜଳ ଆସିବାରୁ ୪ଜଣ ଛାତ୍ରୀ ଓ ୨ ଛାତ୍ର ପାଣି ମଧ୍ୟରେ ଭାସି ଯାଇଥିଲେ। ସେଠାରୁ ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ଉଦ୍ଧାର କରଯାଇଥିଲା ଏବଂ ଅନ୍ୟ ୩ଜଣ ଛାତ୍ରୀ ପାଣି ମଧ୍ୟରେ ଭାସି ଯାଇଥିଲେ। ଯାହାଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ରାତି ହେବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା । ଆଜି ସକାଳୁ ନିଖୋଜ ଛାତ୍ରୀଙ୍କ ତଲାସି ଜାରି ଥିବା ଜଣାପଡିଛି। ଏହି ଛାତ୍ରଛାତ୍ରୀମାନେ ଏଲୁର ମେଡିକାଲ କଲେଜର ବୋଲି ଜଣାପଡିଛି ।

ତେବେ

Tags: