ଫ୍ୟାକ୍ଟ୍ରିରେ ଗ୍ୟାସ ଟାଙ୍କି ବିସ୍ଫୋରଣ ଘଟି ୬ ଆହତ

ଗଞ୍ଜାମ : ଗ୍ୟାସ ଟାଙ୍କି ଫାଟି ୬ ଗୁରୁତର । ଏକ କେମିକାଲ ଫ୍ୟାକ୍ଟ୍ରିରେ ସଲଫ୍ୟୁରିକ ଗ୍ୟାସ ଟାଙ୍କି ଫାଟିବାରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି I ଆହତମାନଙ୍କ ଭିତରେ ୩ ଜଣ ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଗଞ୍ଜାମରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ସକାଳେ କାମ ଚାଲୁଥିବାବେଳେ ଫ୍ୟାକ୍ଟ୍ରିକୁ ସଂଯୋଗ କରୁଥିବା ସଲଫ୍ୟୁରିକ ଏସିଡ୍ ଟାଙ୍କି ଫାଟି ଏହି ଅଘଟଣ ଘଟିଛି। ଘଟଣାସ୍ଥଳରେ ଗଞ୍ଜାମ ଜିଲ୍ଲା ସଦର […]

Samaya Live Picture
Published On

ଗଞ୍ଜାମ : ଗ୍ୟାସ ଟାଙ୍କି ଫାଟି ୬ ଗୁରୁତର । ଏକ କେମିକାଲ ଫ୍ୟାକ୍ଟ୍ରିରେ ସଲଫ୍ୟୁରିକ ଗ୍ୟାସ ଟାଙ୍କି ଫାଟିବାରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି I ଆହତମାନଙ୍କ ଭିତରେ ୩ ଜଣ ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି।

ଗଞ୍ଜାମରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ସକାଳେ କାମ ଚାଲୁଥିବାବେଳେ ଫ୍ୟାକ୍ଟ୍ରିକୁ ସଂଯୋଗ କରୁଥିବା ସଲଫ୍ୟୁରିକ ଏସିଡ୍ ଟାଙ୍କି ଫାଟି ଏହି ଅଘଟଣ ଘଟିଛି। ଘଟଣାସ୍ଥଳରେ ଗଞ୍ଜାମ ଜିଲ୍ଲା ସଦର ଥାନା ପୋଲିସ ସହିତ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରି ଆହତମାନଙ୍କୁ ମେଡିକାଲରେ ଭର୍ତି କରିଛନ୍ତି I

Tags: