ବସ-ଟ୍ରକ ଧକ୍କାରେ ୬ ଆହତ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ୧୪୩ ନମ୍ବର ଜାତୀୟ ରାଜପଥର କେନାଭଟା ନିକଟରେ ବସ୍-ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି I ଫଳରେ ୬ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ବଳମ୍ବିତ ରାତିରେ ‘ଶ୍ରୀରାମ ଜି’ନାମକ ଯାତୟୀବାହୀ ବସ୍ଟି ଯାତ୍ରୀମାନଙ୍କୁ ନେଇ ବାଲେଶ୍ଵରରୁ ରାଉରକେଲା ଅଭିମୁଖେ ଯାଉଥିଲା। କେନାଭଟା ନିକଟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ ସହ ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ୬ ଜଣ […]
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ୧୪୩ ନମ୍ବର ଜାତୀୟ ରାଜପଥର କେନାଭଟା ନିକଟରେ ବସ୍-ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି I ଫଳରେ ୬ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗତକାଲି ବଳମ୍ବିତ ରାତିରେ ‘ଶ୍ରୀରାମ ଜି’ନାମକ ଯାତୟୀବାହୀ ବସ୍ଟି ଯାତ୍ରୀମାନଙ୍କୁ ନେଇ ବାଲେଶ୍ଵରରୁ ରାଉରକେଲା ଅଭିମୁଖେ ଯାଉଥିଲା। କେନାଭଟା ନିକଟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ ସହ ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ୬ ଜଣ ଯାତ୍ରୀ ଆହତ ହୋଇଥିଲେ। ଆହତ ଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗତକାଲି ବିଳମ୍ବିତ ରାତିରେ ‘ଶ୍ରୀ ରାମଜୀ’ ନାମକ ଯାତ୍ରୀବାହୀ ବସଟି ବାଲେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିଲା I କେନାଭଟା ନିକଟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ ସହ ବସଟି ର ମୁହାଁମୁହିଁ ଧକ୍କା ହୋଇଥିଲା I ଏଥିରେ ୬ ଜଣ ବସ ଯାତ୍ରୀ ଗୁରୁତର ଆହତ ହୋଇଥିଲେ I ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ବଣାଇ ଡାକ୍ତରଖାନାରେ ଭର୍ତି କରାଯାଇଛି I ଦୁର୍ଘଟଣା ଘଟାଇବା ପରେ ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇ ଯାଇଛି I ଦୁର୍ଘଟଣା ଖବର ପାଇ ବଣାଇ ପୋଲିସ ପହଂଚି ତଦନ୍ତ ଜାରି ରଖିଛି I
ଅନ୍ୟପଟେ ବାଲେଶ୍ୱର ଜିଲ୍ଲା ଶେରଗଡ଼ ଉଦଳା ରାସ୍ତାରେ ବାସୁଦେବ ନାମକ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାର ସମ୍ମୁଖୀନ ହୋଇଛି I ମାତ୍ର ଏଥିରେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଯାତ୍ରୀମାନେ I ବସଟି ଭୁବନେଶ୍ୱରରୁ ବାରିପଦା ଯାଉଥିବାବେଳେ,ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ନୀଳଗିରି ଘାଟଘର ସାହି ପାନବରଜ ନିକଟରେ ରାସ୍ତାରୁ ତଳକୁ ଖସି ଯାଇଥିଲା I ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ଜଣା ପଡିଛି I




