ହୀରାକୁଦ ଡ୍ୟାମ୍ର ୬ ଗେଟ୍ ବନ୍ଦ ହେଲା
ସମ୍ବଲପୁର : ରାଜ୍ୟରେ କମିଛି ଲଘୁଚାପ ଜନିତ ବର୍ଷାର ପ୍ରଭାବ I ଉପରମୁଣ୍ଡରେ ବର୍ଷ ପାଣି କମିବାରୁ ହୀରାକୁଦ ଜଳଭଣ୍ଡାରର ଜଳପ୍ରବେଶ ହାର ମଧ୍ୟ କମିଛି I ଫଳରେ ଆଜି ଜଳଭଣ୍ଡାରରର ୬ ଗେଟ୍ ବନ୍ଦ କରିଦିଆଯାଇଛି। ଜଳଭଣ୍ଡାର ଭିତରକୁ ଇନଫ୍ଲୋ କମିବା ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ ୬ଟି ଗେଟ୍ ବନ୍ଦ କରିବା ପରେ ବର୍ତ୍ତମାନ ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି । ହୀରକୁଦ ଜଳଭଣ୍ଡାରକୁ ଇନଫ୍ଲୋ କମିବା ସହ ଜଳଭଣ୍ଡାରର ଜଳସ୍ତର […]
ସମ୍ବଲପୁର : ରାଜ୍ୟରେ କମିଛି ଲଘୁଚାପ ଜନିତ ବର୍ଷାର ପ୍ରଭାବ I ଉପରମୁଣ୍ଡରେ ବର୍ଷ ପାଣି କମିବାରୁ ହୀରାକୁଦ ଜଳଭଣ୍ଡାରର ଜଳପ୍ରବେଶ ହାର ମଧ୍ୟ କମିଛି I ଫଳରେ ଆଜି ଜଳଭଣ୍ଡାରରର ୬ ଗେଟ୍ ବନ୍ଦ କରିଦିଆଯାଇଛି। ଜଳଭଣ୍ଡାର ଭିତରକୁ ଇନଫ୍ଲୋ କମିବା ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ ୬ଟି ଗେଟ୍ ବନ୍ଦ କରିବା ପରେ ବର୍ତ୍ତମାନ ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି । ହୀରକୁଦ ଜଳଭଣ୍ଡାରକୁ ଇନଫ୍ଲୋ କମିବା ସହ ଜଳଭଣ୍ଡାରର ଜଳସ୍ତର କମିବା ପରେ ଏହିି ନିଷ୍ପତ୍ତି ନିଆଯାଇଛି। ଗେଟ୍ ଖୋଲିବା ଦିନ ଜଳଭଣ୍ଡାରର ଜଳସ୍ତର ୬୧୪.୮୭ ଫୁଟ ଥିବାବେଳେ ତାହା ହ୍ରାସ ପାଇ ୬୦୭.୧୫ ଫୁଟରେ ପହଞ୍ଚିଛି। ସେହିପରି ଜଳପ୍ରବେଶ ପୂର୍ବରୁ ପ୍ରତି ସେକେଣ୍ଡରେ ୧ଲକ୍ଷ ୫୭ ହଜାର କ୍ୟୁସେକ ଛୁଇଁଥିବାବେଳେ ଆଜି ତାହା ୪୮ ହଜାର ୧୩୪ କ୍ୟୁସେକରେ ପହଞ୍ଚିଥିବା ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ତେବେ ୬୦ ପ୍ରତିଶତ ଇନଫ୍ଲୋ କମିବା ପରେ ଆଜି ଏକା ସାଙ୍ଗରେ ୬ ଟି ଗେଟ୍ କୁ ବନ୍ଦ କରାଯାଇଛି। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବାବେଳେ ଆଜି ୬୦୭.୧୫ ଫୁଟରେ ଜଳସ୍ତର ପହଞ୍ଚିଛି। ଡ୍ୟାମ କର୍ତ୍ତୃପକ୍ଷ ସାମ୍ଭାବ୍ୟ ବର୍ଷାକୁ ଆଖିଆଗରେ ରଖି ଡ୍ୟାମର ଜଳସ୍ତର୬୦୫ ଫୁଟକୁ ଖସାଇବେ ବୋଲି ସୂଚନା ଦେଇଛନ୍ତି। ତେବେ ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୬୮ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଥିବାବେଳେ ଆଉ ଗେଟ୍ ଖୋଲିବାର ବର୍ତ୍ତମାନ କୌଣସି ସମ୍ଭାବନା ନଥିବା ଜଣାପଡିଛି। ଆଗକୁ ଯଦି ବର୍ଷା ହୁଏ ତେବେ ଡ୍ୟାମ କର୍ତ୍ତୃପକ୍ଷ ଏନେଇ ନିଷ୍ପତ୍ତି ନେଇ ପାରନ୍ତି ବୋଲି ଜଣାପଡିଛି।




