୨ ଟ୍ରକ ମଝିରେ କାର ଚାପିହୋଇ ୬ ମୃତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ମର୍ମନ୍ତୁଦ ଦୁର୍ଘଟଣା । ଚମ୍ପୁଆ ଥାନା ୫୨୦ ନମ୍ବର ଜାତୀୟ ରାଜପଥ ରିମୁଳି ବାଇପାସରେ ଘଟିଛି ଭୟଙ୍କର ସିରିଜ ଦୁର୍ଘଟଣା । ୨ଟି ଟ୍ରକ ମଝିରେ ଏକ କାର ଚାପି ହୋଇଯିବା ଫଳରେ ଗୋଟିଏ ପରିବାରର ୬ ଜଣ ପ୍ରାଣ ହରାଇଛନ୍ତି । ମୃତକ ମାନଙ୍କ ମଧ୍ୟରେ ୨ ଜଣ ପୁରୁଷ ଥିବାବେଳେ ୩ ଜଣ ମହିଳାଙ୍କ ସହିତ ଜଣେ ଛୋଟ ଝିଅ ଥିବା ଜଣା ପଡିଛି I ସମସ୍ତ […]

Samaya Live Picture
Published On

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ମର୍ମନ୍ତୁଦ ଦୁର୍ଘଟଣା । ଚମ୍ପୁଆ ଥାନା ୫୨୦ ନମ୍ବର ଜାତୀୟ ରାଜପଥ ରିମୁଳି ବାଇପାସରେ ଘଟିଛି ଭୟଙ୍କର ସିରିଜ ଦୁର୍ଘଟଣା । ୨ଟି ଟ୍ରକ ମଝିରେ ଏକ କାର ଚାପି ହୋଇଯିବା ଫଳରେ ଗୋଟିଏ ପରିବାରର ୬ ଜଣ ପ୍ରାଣ ହରାଇଛନ୍ତି । ମୃତକ ମାନଙ୍କ ମଧ୍ୟରେ ୨ ଜଣ ପୁରୁଷ ଥିବାବେଳେ ୩ ଜଣ ମହିଳାଙ୍କ ସହିତ ଜଣେ ଛୋଟ ଝିଅ ଥିବା ଜଣା ପଡିଛି I ସମସ୍ତ ମୃତକ ମାନେ ବଡ଼ବିଲ ଭଦ୍ରାସାହି ଅଞ୍ଚଳର ଅଟନ୍ତି I

ସୂଚନା ଅନୁସାରେ ବଡ଼ବିଲ ଭଦ୍ରାସାହି ଅଞ୍ଚଳରୁ ହୀରାଲାଲ ପଲେଇ ତାଙ୍କ ପରିବାର ସହିତ ନିଜ କାରରେ ବାଂଶପାଳ ବ୍ଲକ ତରମାକାନ୍ତକୁ ଯାଉଥିଲେ I ତେବେ ତାଙ୍କ କାର ଆଗରେ ଏକ ଟ୍ରକ ଯାଉଥିବାବେଳେ ଟ୍ରକଟି ବ୍ରେକ ଦେବାରୁ ପଛରେ ଥିବା ହୀରାଲାଲଙ୍କ କାର ଟ୍ରକ ଦେହରେ ପିଟି ହୋଇଯାଇଥିଲା I ଏହିସମୟରେ ପଛରୁ ଆସୁଥିବା ଆଉ ଏକ ଟ୍ରକ କାର ଦେହରେ ପିଟି ହେବାରୁ ୨ ଟ୍ରକ ମଝିରେ କାରଟି ଚାପି ହୋଇ ରହିଯାଇଥିଲା I ଫଳରେ କାରଟି ସମ୍ପୂର୍ଣ୍ଣ ଚୁରମାର ହୋଇଯିବା ସହ କାର ଭିତରେ ମୃତଦେହ ଗୁଡିକ ଚାପି ହୋଇ ରହିଯାଇଥିଲା I ଦୁର୍ଘଟଣା ନେଇ ସ୍ଥାନୀୟ ଲୋକଙ୍କର ଠାରୁ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି I ତେବେ ଆଗ ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ପଛ ଟ୍ରକକୁ ଅଟକ ରଖିଛି ପୋଲିସ ।

Tags: