ରାଜ୍ୟରେ ୫ମ କରୋନା ଆକ୍ରାନ୍ତ ଚିହ୍ନଟ

ସମୟ ଲାଇଭ୍‍,,୧/୪; ରାଜ୍ୟରେ ୫ମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତ ବ୍ୟକ୍ତି ଭୁବନେଶ୍ୱରସ୍ଥିତ ସୂର୍ୟ୍ୟନଗରର ବାସିନ୍ଦା ଅଛନ୍ତି। ତାଙ୍କ ବୟସ ୬୦ ବର୍ଷ ହୋଇଥିବାବେଳେ ସେ ଏମସ୍‍ ରେ ଚିକିତ୍ସିତ ହେଉଛନ୍ତି। ସୂଚନା ଥାଉ କି, ପୂର୍ବରୁ ଓଡ଼ିଶାରେ ୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଦ୍ୱିତୀୟ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଅନ୍ୟ ତିନିଜଣ ଚିକିତ୍ସାଧୀନ ଥିଲେ। ତେବେ ପୂର୍ବରୁ ଚିହ୍ନଟ ସମସ୍ତ ରୋଗୀ ଭୁବନେଶ୍ୱର […]

Samaya Live Picture
Published On

ସମୟ ଲାଇଭ୍‍,,୧/୪; ରାଜ୍ୟରେ ୫ମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତ ବ୍ୟକ୍ତି ଭୁବନେଶ୍ୱରସ୍ଥିତ ସୂର୍ୟ୍ୟନଗରର ବାସିନ୍ଦା ଅଛନ୍ତି। ତାଙ୍କ ବୟସ ୬୦ ବର୍ଷ ହୋଇଥିବାବେଳେ ସେ ଏମସ୍‍ ରେ ଚିକିତ୍ସିତ ହେଉଛନ୍ତି।
ସୂଚନା ଥାଉ କି, ପୂର୍ବରୁ ଓଡ଼ିଶାରେ ୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଦ୍ୱିତୀୟ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଅନ୍ୟ ତିନିଜଣ ଚିକିତ୍ସାଧୀନ ଥିଲେ। ତେବେ ପୂର୍ବରୁ ଚିହ୍ନଟ ସମସ୍ତ ରୋଗୀ ଭୁବନେଶ୍ୱର ହୋଇଥିବାବେଳେ ଜଣେ ଭଦ୍ରକ ଅଞ୍ଚଳର ଥିଲେ। ତାଙ୍କୁ ଗତକାଲି ଚିହ୍ନଟ କରାଯାଇଥିଲା।
ଗତକାଲି ପର୍ୟ୍ୟନ୍ତ ୬୧୦ଟି ନମୂନା ପରୀକ୍ଷା ପାଇଁ ନିଆଯାଇଥିଲା। ସେଥି ମଧ୍ୟରୁ ୨୯୦ ଟି ନମୂନା ଆଜି ପରୀକ୍ଷଣ କରାଯାଇଥିଲା। ୨୨୬ଟି ନମୂନାକୁ ଆରଏମ୍‍ଆରସି ପରୀକ୍ଷଣ ପାଇଁ ପଠାଯାଇଥିଲା ଏବଂ ସେଥିରୁ ଗୋଟିଏ ନମୂନା ପଜିଟିଭ୍‍ ଆସିଛି।

Tags: