ପୁରୀରେ 5T ସଚିବ, ପରିକ୍ରମା ପ୍ରକଳ୍ପ କଲେ ଅନୁଧ୍ୟାନ

ପୁରୀ : ପୁରୀ ଗସ୍ତରେ ଯାଇଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ଆଜି ସକାଳୁ ପୁରୀ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ଏହାପରେ ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ପ୍ରକଳ୍ପ ଅଗ୍ରଗତିର ସରଜମିନ୍‌ ଅନୁଧ୍ୟାନ କରିଛନ୍ତି । ପ୍ରକଳ୍ପ କାର୍ଯ୍ୟ କେତେ ସରିଛି, ଆଉ କେତେ ବାକି ଅଛି ବୁଲି ଦେଖିଛନ୍ତି 5T ସଚିବ । ଗ୍ରୀନ, ୟେଲୋ ଓ ବଫର୍‌ ଜୋନରେ ଅଗ୍ରଗତିର ଅନୁଧ୍ୟାନ ସହ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଆସନ୍ତା […]

Samaya Live Picture
Published On

ପୁରୀ : ପୁରୀ ଗସ୍ତରେ ଯାଇଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ଆଜି ସକାଳୁ ପୁରୀ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ଏହାପରେ ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ପ୍ରକଳ୍ପ ଅଗ୍ରଗତିର ସରଜମିନ୍‌ ଅନୁଧ୍ୟାନ କରିଛନ୍ତି । ପ୍ରକଳ୍ପ କାର୍ଯ୍ୟ କେତେ ସରିଛି, ଆଉ କେତେ ବାକି ଅଛି ବୁଲି ଦେଖିଛନ୍ତି 5T ସଚିବ । ଗ୍ରୀନ, ୟେଲୋ ଓ ବଫର୍‌ ଜୋନରେ ଅଗ୍ରଗତିର ଅନୁଧ୍ୟାନ ସହ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଆସନ୍ତା ରଥଯାତ୍ରା ପୂର୍ବରୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ହେଉଛି ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ପ୍ରକଳ୍ପ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଫାଇଭ୍‌ ଟି ସଚିବ, ମୁଖ୍ୟ ସଚିବ ବିଭିନ୍ନ ସମୟରେ ପୁରୀ ଯାଇ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି । ବର୍ତ୍ତମାନ ଆଉଟର ଆସେସ ରୋଡ ର୍ନିମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏହା ସରିବା ପରେ ଇନର ଆସେସ ରୋଡ ,ମେଘନାଦ ପାଚେରୀ ସହ ଆଉଟର ଆସେସ ରୋଡର ସଂଯୋଗ,ଯାତ୍ରୀଙ୍କ ପ୍ରତୀକ୍ଷା ଓ ଧ୍ୟାନ କେନ୍ଦ୍ର,ଟ୍ରାଫିକ ସମସ୍ୟାକୁ ଏଡ଼ାଇବା ପାଇଁ କରିଡ଼ର ର୍ନିମାଣ କରାଯିବ ।

ପୁରୀ ଜିଲ୍ଲାପାଳ ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ 5T ସଚିବଙ୍କୁ ସବିଶେଷ ବୁଝାଇଥିଲେ । ସେହିପରି ଜଗନ୍ନାଥ ବଲ୍ଲଭ ମଠ ପରିସରରେ ନିର୍ମାଣାଧୀନ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଥିଲେ । ଶ୍ରୀସେତୁ ନିର୍ମାଣର ଅଗ୍ରଗତିର ସମୀକ୍ଷା କରିଥିଲେ 5T ସଚିବ ।

Tags: