5T ସଚିବଙ୍କୁ କାଳି ମାଡ଼

ସତ୍ୟବାଦୀ : ୫-ଟି ସଚିବଙ୍କୁ କାଳିମାଡ I ଆଜି ପୁରୀ ସତ୍ୟବାଦୀ ଗସ୍ତରେ ଥିବା ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ଉପରକୁ କାଳିମାଡ ହୋଇଛି। ତାଙ୍କ ସହିତ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପରେ ମଧ୍ୟ କାଳିମାଡ଼ ହୋଇଛି । କାଳିମାଡ଼ କରିଥିବା ଯୁବକଙ୍କୁ କାବୁ କରାଯାଇଛି I ତାଙ୍କ ନାଁ ଭାସ୍କର ସାହୁ ହୋଇଥିବାବେଳେ ତାଙ୍କ ଘର କଣାସ ଅଞ୍ଚଳରେ । ସେ ଏଲଆଇସି ଏଜେଣ୍ଟ ଭାବେ କାମ କରନ୍ତି ଭାସ୍କର ।ଏହି ଘଟଣାରେ ପୋଲିସ […]

Samaya Live Picture
Published On

ସତ୍ୟବାଦୀ : ୫-ଟି ସଚିବଙ୍କୁ କାଳିମାଡ I ଆଜି ପୁରୀ ସତ୍ୟବାଦୀ ଗସ୍ତରେ ଥିବା ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ଉପରକୁ କାଳିମାଡ ହୋଇଛି। ତାଙ୍କ ସହିତ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପରେ ମଧ୍ୟ କାଳିମାଡ଼ ହୋଇଛି । କାଳିମାଡ଼ କରିଥିବା ଯୁବକଙ୍କୁ କାବୁ କରାଯାଇଛି I ତାଙ୍କ ନାଁ ଭାସ୍କର ସାହୁ ହୋଇଥିବାବେଳେ ତାଙ୍କ ଘର କଣାସ ଅଞ୍ଚଳରେ । ସେ ଏଲଆଇସି ଏଜେଣ୍ଟ ଭାବେ କାମ କରନ୍ତି ଭାସ୍କର ।ଏହି ଘଟଣାରେ ପୋଲିସ ଭାସ୍କରଙ୍କୁ ନିଜ ହେପାଜତରେ ରଖିଛି ।

ସୂଚନାନୁଯାୟୀ,ଆଜି ପୁରୀ ଗସ୍ତର ଦ୍ୱିତୀୟ ଦିନରେ ସତ୍ୟବାଦୀରେ ପହଞ୍ଚିଥିଲେ ୫-ଟି ସଚିବ ଭି.କେ ପାଣ୍ଡିଆନ । କାକଟପୁର ଏବଂ ନିମାପଡ଼ାରେ କାର୍ଯ୍ୟକ୍ରମ ଶେଷ କରି ଦିନ ୨ଟା ୧୦ରେ ସାକ୍ଷୀଗୋପାଳ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପଡ଼ିଆରେ ପହଞ୍ଚିଥିଲେ ୫ ଟି ସଚିବ। ମହିଳାଙ୍କ ଠାରୁ ଦାବିପତ୍ର ଗ୍ରହଣ କରୁଥିବା ବେଳେ ଜଣେ ଯୁବକ ତାଙ୍କ ମୁହଁକୁ କାଳି ଫିଙ୍ଗି ଥିଲେ। ପୁଲିସ ସୁରକ୍ଷା ବଳୟ ଭେଦକରି କାଳି ମାଡ଼ ପାଇଁ ଯୁବକ ଭିତରେ ପ୍ରବେଶ କରିଥିଲେ। କାଳି ମାଡ଼ ସତ୍ତ୍ୱେ ସଭାରେ ୫ ଟି ସଚିବ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହାସହ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ପାଇଁ ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି। ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ବାମ ଆଖି ରେ କାଳି ପଡିଥିବା ଜଣାପଡିଛି। ଏହି ସମୟରେ ସେଠାରେ କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ଆଶିଷ କୁମାର ସିଂହ ଏବଂ ଆରକ୍ଷୀ ଅଧିକ୍ଷକ କନ୍ଵର ବିଶାଳ ସିଂହ ମଧ୍ୟ ଉପସ୍ଥିତ ଥିଲେ। ତେବେ ଭାସ୍କର କାହିଁକି ପାଣ୍ଡିଆନଙ୍କୁ କାଳିମାଡ଼ କଲେ, ତାହା ଜଣାପଡ଼ି ନାହିଁ।

Tags: