ଆଜି ୫୭୬ ହିନ୍ଦୀ, ସଂସ୍କୃତ ଶିକ୍ଷକ ନିଯୁକ୍ତି ପାଇଲେ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ୫୭୬ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ଏହି ନିଯୁକ୍ତି ପର୍ବ ଗୁରୁବାର ଲୋକସେବା ଭବନର କନଭେନଶନ୍‌ ସେଣ୍ଟରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବା ସହିତ ଶିକ୍ଷକମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ନୂତନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ଶିକ୍ଷା ଗୋଟିଏ […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ୫୭୬ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ଏହି ନିଯୁକ୍ତି ପର୍ବ ଗୁରୁବାର ଲୋକସେବା ଭବନର କନଭେନଶନ୍‌ ସେଣ୍ଟରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବା ସହିତ ଶିକ୍ଷକମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ।

ନୂତନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ଶିକ୍ଷା ଗୋଟିଏ ଜାତିର ଚିନ୍ତା, ଚେତନାରେ ପରିବର୍ତ୍ତନ ଆଣିଥାଏ । ଛାତ୍ରଛାତ୍ରୀଙ୍କୁ ବଡ ସ୍ବପ୍ନ ଦେଖିବା ପାଇଁ ପ୍ରେରଣା ଦେଇଥାଏ। ଶିକ୍ଷକମାନେ ନିଜର ଜ୍ଞାନ ଓ ମୂଲ୍ୟବୋଧ ଦ୍ବାରା ଛାତ୍ରଛାତ୍ରୀଙ୍କ ପାଇଁ ଆଦର୍ଶ ସୃଷ୍ଟି କରନ୍ତୁ।

ସୂଚନାଯୋଗ୍ୟ, ହାଇସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ଜରିଆରେ ୪ ହଜାର ୬୦୫ଟି ନୂଆ କ୍ଲାସରୁମ୍,୧୬ ହଜାର ୯୨୦ଟି ସ୍ମାର୍ଟ କ୍ଲାସରୁମ, ୭ ହଜାର ୮୬୩ଟି ଆଧୁନିକ ଲାବୋରେଟୋରି, ୭ ହଜାର ୯୨୦ଟି ଇ-ଲାଇବ୍ରେରୀ ସୃଷ୍ଟି କରାଯାଇଛି। ରାଜ୍ୟରେ ଶିକ୍ଷକ ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯାଉଛି। ଏହି କାର୍ଯ୍ୟକ୍ରମରେ ୩୦ ଜିଲାରୁ ନିଯୁକ୍ତି ପାଇଥିବା ୩୬୮ଜଣ ହିନ୍ଦୀ ଏବଂ ୨୦୮ଜଣ ସଂସ୍କୃତ ଶିକ୍ଷକ ଯୋଗଦେଇ ନିଯୁକ୍ତିପତ୍ର ଗ୍ରହଣ କରିଛନ୍ତି । ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ଶୈକ୍ଷିକ ବାତାବରଣର ବିକାଶ ପାଇଁ ରାଜ୍ୟ ସରକାର ଅନେକ କାର୍ଯ୍ୟକ୍ରମ ହାତକୁ ନେଉଥିବାବେଳେ ଶିକ୍ଷକ ନିଯୁକ୍ତି ଉପରେ ପ୍ରାଥମିକତା ଦେଉଛନ୍ତି। ବାଲେଶ୍ୱର ଜିଲାରେ ୩୩, ଅନୁଗୋଳ ୧୭, କଟକ ୩୫, ଗଞ୍ଜାମ ୩୭, ଜଗତ୍‌ସିଂହପୁର ୨୫, ଯାଜପୁର ୩୩, କୋରାପୁଟ ୩୪, ଖୋର୍ଦ୍ଧା ୪୦, ପୁରୀ ୨୭ ଓ ମୟୂରଭଞ୍ଜରେ ୨୬ଜଣ ଲେଖାଏ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ପାଇଛନ୍ତି ।

Tags: