୫୬.୨୩ %ମାଟ୍ରିକ୍ ସପ୍ଲିମେଣ୍ଟାରୀ ପାସ ହାର
ଭୁବନେଶ୍ୱର : ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ବୋର୍ଡ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପ୍ରକାଶ ପାଇଛି । ଅପରାହ୍ନ ୨ଟା ପରେ ଓ୍ବେବସାଇଟ୍ରେ ରେଜଲ୍ଟ ଉପଲବ୍ଧ ହେବ । ସପ୍ଲିମେଣ୍ଟାରୀ ପାସ ହାର ୫୬.୨୩ ଶତକଡା ରହିଛି । ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାରେ ୩୪୫୭ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ ୧୮୪୪ ଜଣ ଛାତ୍ର ପାସ କରିଛନ୍ତି । ସେହିପରି ଓପନ ସ୍କୁଲ ଦ୍ୱିତୀୟ […]
ଭୁବନେଶ୍ୱର : ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ବୋର୍ଡ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପ୍ରକାଶ ପାଇଛି । ଅପରାହ୍ନ ୨ଟା ପରେ ଓ୍ବେବସାଇଟ୍ରେ ରେଜଲ୍ଟ ଉପଲବ୍ଧ ହେବ । ସପ୍ଲିମେଣ୍ଟାରୀ ପାସ ହାର ୫୬.୨୩ ଶତକଡା ରହିଛି । ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାରେ ୩୪୫୭ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ ୧୮୪୪ ଜଣ ଛାତ୍ର ପାସ କରିଛନ୍ତି । ସେହିପରି ଓପନ ସ୍କୁଲ ଦ୍ୱିତୀୟ ପରୀକ୍ଷା ୧୦, ୮୦୯ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୫୯୭୩ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ଓପନ ସ୍କୁଲ ଦ୍ୱିତୀୟର ପାସ ହାର ରହିଛି ୫୫.୨୬ ଶତକଡା ।
ଏହା ସହ ଛାତ୍ର ଛାତ୍ରୀ ମାନେ ମୋବାଇଲ ମାଧ୍ୟମରେ sms କରି ରେଜଲ୍ଟ ଜାଣି ପାରିବେ । ଆସନ୍ତା ସୋମବାର ଦିନ ଛାତ୍ରଛାତ୍ରୀ ମାନେ ସେମାନଙ୍କର ଡିଜିଟାଲ ସାର୍ଟିଫିକେଟ ନେଟରୁ ଡାଉନ ଲୋଡ କରିପାରିବେ । ଏକ ମାସ ପରେ ବିଦ୍ୟାଳୟରୁ ସାର୍ଟିଫିକେଟର ହାର୍ଡ କପି ଛାତ୍ରଛାତ୍ରୀ ମାନେ ସଂଗ୍ରହ କରିପାରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବୋର୍ଡର ସଭାପତି ଶ୍ରୀକାନ୍ତ ତାରାଇ ।




