ପୂରଣ ହେବ ୫୨୪୮ ଏମବିବିଏସ ଏବଂ ୧୨୬ ଟି ଦନ୍ତ ଚିକିତ୍ସକ ପଦବୀ

ଭୁବନେଶ୍ବର: ଚଳିତ ବର୍ଷ ଖାଲିଥିବା ୫୨୪୮ ଏମବିବିଏସ ଡାକ୍ତର ପଦବୀ ପୂରଣ ନିମନ୍ତେ ଲୋକସେବା ଆୟୋଗକୁ ଅନୁରୋଧ କରାଯାଇଛି । ଠିକ୍ ସେହିପରି ୧୨୬ଟି ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ନିମନ୍ତେ ଆୟୋଗକୁ ସୁପାରିଶ କରାଯାଇଛି। ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆହୁରି ସୂଚନା ଦେଇଛନ୍ତି ଯେ ସବୁ ଜିଲ୍ଲାହସ୍ପିଟାଲରେ ହେବ କ୍ୟାନସର ଚିକିତ୍ସା । ହସ୍ପିଟାଲ ମାନଙ୍କରେ ଡେ କେୟାର ସେଣ୍ଟର […]

ପୂରଣ ହେବ ୫୨୪୮ ଏମବିବିଏସ ଏବଂ ୧୨୬ ଟି ଦନ୍ତ ଚିକିତ୍ସକ ପଦବୀ
Samaya Live Picture
Published On

ଭୁବନେଶ୍ବର: ଚଳିତ ବର୍ଷ ଖାଲିଥିବା ୫୨୪୮ ଏମବିବିଏସ ଡାକ୍ତର ପଦବୀ ପୂରଣ ନିମନ୍ତେ ଲୋକସେବା ଆୟୋଗକୁ ଅନୁରୋଧ କରାଯାଇଛି । ଠିକ୍ ସେହିପରି ୧୨୬ଟି ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ନିମନ୍ତେ ଆୟୋଗକୁ ସୁପାରିଶ କରାଯାଇଛି। ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ।

ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆହୁରି ସୂଚନା ଦେଇଛନ୍ତି ଯେ ସବୁ ଜିଲ୍ଲାହସ୍ପିଟାଲରେ ହେବ କ୍ୟାନସର ଚିକିତ୍ସା । ହସ୍ପିଟାଲ ମାନଙ୍କରେ ଡେ କେୟାର ସେଣ୍ଟର ଓ କେମୋଥେରାପି ବ୍ୟବସ୍ଥା କରାଯିବ। ସହରରେ ଥିବା ପୁରୁଣା ଜିଲ୍ଲା ମୁଖ୍ୟାଳୟକୁ ସାଟେଲାଇଟ ସେଣ୍ଟର ଭାବେ ବ୍ୟବହାର କରିବାକୁ ସରକାର ଯୋଜନା କରୁଛନ୍ତି । ସାଟେଲାଇଟ ସେଣ୍ଟରର ଉଦ୍ଦେଶ୍ୟ ହେଉଛି, ଯେଉଁ ପୁରୁଣା ଭିତ୍ତିଭୂମି ଅଛି, ତାହା ବ୍ୟବହାର କରିବା ସହ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇବା । ଏଥିପାଇଁ ରାଜ୍ୟ ବଜେଟରୁ ଖର୍ଚ୍ଚ ହେବ ଟଙ୍କା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଥିବା 9ଟି DHHକୁ ସେଟଲାଇଟ ସେଣ୍ଟର କରାଯିବ। ଏଠାରେ ୧୦ଟି ବେଡ଼ ସହ ୨୪ ଘଣ୍ଟା କାମ କରୁଥିବା ଆମ୍ବୁଲାନ୍ସ ରହିବ । ରୋଗୀଙ୍କ ଚିକିତ୍ସା ପାଇଁ କିଛି ସ୍ପେସାଲିଷ୍ଟ ଡାକ୍ତର ମଧ୍ୟ ରହିବେ। ଭଦ୍ରକ, ଝାରସୁଗୁଡା, ଢେଙ୍କାନାଳ, କେନ୍ଦ୍ରାପଡ଼ା, ସୁବର୍ଣ୍ଣପୁର, ଦେବଗଡ଼, କଳାହାଣ୍ଡି, ଯାଜପୁର ଓ ବୌଦ୍ଧରେ ସାଟେଲାଇଟ ସେଣ୍ଟର ଖୋଲିବା ପାଇଁ ପ୍ରସ୍ତବ ରଖିଛନ୍ତି ରାଜ୍ୟ ସରକାର । ଗୃହରେ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

Tags: