ଶୋକାକୁଳ ପରିବେଶ ମଧ୍ୟରେ ସରିଲା ସିମୁଳିଆ BDO ଙ୍କ ଅନ୍ତିମ ସଂସ୍କାର
ବାରିପଦା : ଗତକାଲି ଆତ୍ମହତ୍ୟା କରିଥିଲେ ସିମୁଳିଆ ବିଡ଼ିଓ I ଗତକାଲି ବିଳମ୍ବିତ ରାତିରେ ଶୋକାକୂଳ ପରିବେଶ ମଧ୍ୟରେ ସରିଛି ବିଡ଼ିଓ ବିଶ୍ୱ ରଞ୍ଜନ ମହାନ୍ତିଙ୍କ ଶେଷକୃତ୍ୟ । ପରିବାର ଓ ପ୍ରିୟଜନଙ୍କ ଉପସ୍ଥିତିରେ ବାରିପଦା ବାରୁଣୀଘାଟ ସ୍ମଶାନରେ ଶବ ସଂସ୍କାର ହୋଇଛି I ସ୍ବର୍ଗତଃ ବିଡ଼ିଓ ବିଶ୍ୱରଞ୍ଜନ ମହାନ୍ତିଙ୍କର ମା’ଙ୍କର ଦେଢ଼ ବର୍ଷ ତଳୁ ଦେହାନ୍ତ ହୋଇଥିବା ବେଳେ I ତାଙ୍କର ୮୮ ବର୍ଷର ବୃଦ୍ଧ ବାପା ଅଛନ୍ତି I ସୂଚନାନୁସାରେ, ଗତ ୨ ମାସ […]
ବାରିପଦା : ଗତକାଲି ଆତ୍ମହତ୍ୟା କରିଥିଲେ ସିମୁଳିଆ ବିଡ଼ିଓ I ଗତକାଲି ବିଳମ୍ବିତ ରାତିରେ ଶୋକାକୂଳ ପରିବେଶ ମଧ୍ୟରେ ସରିଛି ବିଡ଼ିଓ ବିଶ୍ୱ ରଞ୍ଜନ ମହାନ୍ତିଙ୍କ ଶେଷକୃତ୍ୟ । ପରିବାର ଓ ପ୍ରିୟଜନଙ୍କ ଉପସ୍ଥିତିରେ ବାରିପଦା ବାରୁଣୀଘାଟ ସ୍ମଶାନରେ ଶବ ସଂସ୍କାର ହୋଇଛି I ସ୍ବର୍ଗତଃ ବିଡ଼ିଓ ବିଶ୍ୱରଞ୍ଜନ ମହାନ୍ତିଙ୍କର ମା’ଙ୍କର ଦେଢ଼ ବର୍ଷ ତଳୁ ଦେହାନ୍ତ ହୋଇଥିବା ବେଳେ I ତାଙ୍କର ୮୮ ବର୍ଷର ବୃଦ୍ଧ ବାପା ଅଛନ୍ତି I
ସୂଚନାନୁସାରେ, ଗତ ୨ ମାସ ହେବ ସିମୁଳିଆରେ ବିଡ଼ିଓ ଭାବରେ ନିଯୁକ୍ତି ହୋଇଥିଲେ ବିଶ୍ବରଞ୍ଜନ ମହାନ୍ତି I ବିଶ୍ବରଂଜନ ମହାନ୍ତିଙ୍କ ପୈତୃକ ଘର ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ୍ ଅଣ୍ଡାରାଇ ପଞ୍ଚାୟତରେ। ହେଲେ ସେ ଦୀର୍ଘ ବର୍ଷ ଧରି ମୟୂରଭଞ୍ଜ ଜିଲ୍ଲା ବାରିପଦା ୱାର୍ଡ ନମ୍ବର ୧୬ରେ ସ୍ଥାୟୀ ଭାବରେ ରହି ଆସୁଥିଲେ । କିନ୍ତୁ ତାଙ୍କ ପତ୍ନୀ କପ୍ତିପଦା ବ୍ଲକ୍ ଅଧୀନ ଶରତ ଅଞ୍ଚଳର ଏକ ହାଇସ୍କୁଲ୍ରେ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ପାଇଥିବାରୁ ସେ ପ୍ରାୟ ୨୦ ବର୍ଷ ହେବ ପତ୍ନୀ ଓ ପୁଅ ସହ ଉଦଳାରେ ଭଡ଼ା ନେଇ ରହୁଥିଲେ । ଶ୍ରୀ ମହାନ୍ତିଙ୍କ ପ୍ରାରମ୍ଭିକ ଚାକିରି ଜୀବନ ଉଦଳରେ କଟିଛି। ସେ ଉଦଳା ତହସିଲ କାର୍ଯ୍ୟାଳୟରେ ଜୁନିଅର୍ କ୍ଲର୍କ ଭାବେ ଚାକିରି ଆରମ୍ଭ କରିଥିଲେ। ପରେ ଚାକିରିକାଳରେ ତାଙ୍କୁ ପଦୋନ୍ନତି ପ୍ରଥମେ ଉଦଳା ଗୋପବନ୍ଧୁନଗର ବ୍ଲକ୍ର ତହସିଲଦା ଓ ଗତବର୍ଷ ଅକ୍ଟୋବର ମାସ ୨୮ ତାରିଖ ଦିନ ସିମୁଳିଆ ବିଡିଓ ଭାବେ ନୂଆ ଦାୟିତ୍ବ ଗ୍ରହଣ କରିଥିଲେ।
ବିଡ଼ିଓଙ୍କ ମୃତ୍ୟୁ ହତ୍ୟାଜନିତ ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ ପୁଲିସର ତଦନ୍ତ ପରେ ପ୍ରକୃତ ରହସ୍ୟ ଜଣାପଡିବ ବୋଲି କୁହାଯାଇଛି। ତେବେ ବିଡ଼ିଓଙ୍କ ବାପା ଅଭିଯୋଗ କରିଛନ୍ତି ଯେ ସିମୁଳିଆରେ କାର୍ଯ୍ୟରେ ଯୋଗଦେବା ପରେ ତାଙ୍କ ପୁଅକୁ ଜିଲାପାଳ ଦତ୍ତାତ୍ରୟ ସିନ୍ଦେଙ୍କଠାରୁ ତାଙ୍କୁ ଛୁଟି ମିଳୁ ନଥିଲା। ଫଳରେ ସେ ମାସ ମାସ ଧରି ଘରକୁ ଆସିପାରୁ ନଥିଲେ। ତେଣୁ ସେ ଅଧିକ ଚାପରେ ଥିଲେ। ଏପରିକି ସେ ସିମୁଳିଆ ଯିବା ପରେ ଥରେ ହେଲେ ବି ଘରକୁ ଆସିନାହାଁନ୍ତି। ସେପଟେ ଜିଲାପାଳ କହିଛନ୍ତି ବିଶ୍ୱଜିତ ଛୁଟି ନେବା ପାଇଁ ତାଙ୍କୁ କୌଣସି ଦରଖାସ୍ତ ଦେଇନଥିଲେ ଓ ସ୍ୱାଭାବିକ ଭାବେ କାମ କରୁଥିଲେ।
ଅନ୍ୟପଟେ ବିଡିଓଙ୍କ ଶେଷକୃତ୍ୟ ପରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମୃତ ବିଡିଓଙ୍କ ପତ୍ନୀ ନିବେଦିତା ରାଉତ । କହିଛନ୍ତି, ସ୍ୱାମୀ ତାଙ୍କର ବିଡିଓ ଥିଲେ, କିନ୍ତୁ ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେଲେ ନାହିଁ କୌଣସି ପ୍ରଶାସନିକ ଅଧିକାରୀ ।




