ଆଜି ଧଉଳି ଶାନ୍ତିସ୍ତୂପର ୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ: ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଜି ଧଉଳି ଶାନ୍ତିସ୍ତୁପ କୁ ୫୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ପାଳନ ହେଉଛି ସୁବର୍ଣ୍ଣ ଜୟନ୍ତୀ I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଉଦଘାଟନ କରିବେ । ଏଥିରେ ଯୋଗ ଦେବାପାଇଁ ଦେଶ ବିଦେଶରୁ ଆସିଛନ୍ତି ବୌଦ୍ଧ ଧର୍ମାବଲମ୍ବୀ ମାନେ । ପ୍ରାୟ ୫୦ ବର୍ଷ ତଳେ ଜାପାନ ସରକାରଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା ଧଉଳି ଶାନ୍ତିସ୍ତୂପ । ସେବେଠାରୁ ଆଜି ପର୍ଯ୍ୟନ୍ତ ଶାନ୍ତି ଓ ମୈତ୍ରୀର ପ୍ରତୀକ ସାଜିଛି […]
ଭୁବନେଶ୍ୱର : ଆଜି ଧଉଳି ଶାନ୍ତିସ୍ତୁପ କୁ ୫୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ପାଳନ ହେଉଛି ସୁବର୍ଣ୍ଣ ଜୟନ୍ତୀ I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଉଦଘାଟନ କରିବେ । ଏଥିରେ ଯୋଗ ଦେବାପାଇଁ ଦେଶ ବିଦେଶରୁ ଆସିଛନ୍ତି ବୌଦ୍ଧ ଧର୍ମାବଲମ୍ବୀ ମାନେ । ପ୍ରାୟ ୫୦ ବର୍ଷ ତଳେ ଜାପାନ ସରକାରଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା ଧଉଳି ଶାନ୍ତିସ୍ତୂପ । ସେବେଠାରୁ ଆଜି ପର୍ଯ୍ୟନ୍ତ ଶାନ୍ତି ଓ ମୈତ୍ରୀର ପ୍ରତୀକ ସାଜିଛି ଧଉଳି । ଆଜି ସୂବର୍ଣ୍ଣ ଜୟନ୍ତୀ ଅବସରରେ ଆୟୋଜନ ହେଉଛି ଭବ୍ୟ କାର୍ଯ୍ୟକ୍ରମ । ସୁବର୍ଣ୍ଣ ଜୟନ୍ତୀ ଅବସରରେ ଆଜି ପୂଜାପାଠ, ମନ୍ତ୍ର ଉଚାରଣ ଓ ଶାନ୍ତି ପ୍ରାର୍ଥନା ହେବ । ଆଜି ସକାଳ ୮ଟାରୁ ଦିନ ଗୋଟାଏ ଯାଏ ସର୍ବସାଧାରଣଙ୍କ ପାଇଁ ଶାନ୍ତିସ୍ତୁପ ପରିଦର୍ଶନ ବନ୍ଦ ରହିବ ।

୨୬୧ ମସିହାରେ ମୌର୍ଯ୍ୟ ସମ୍ରାଟ ଅଶୋକ କଳିଙ୍ଗ ବିଜୟ ପାଇଁ ଆସି ଦୟା ନଦୀ କୂଳରେ ଥିବା ଧଉଳି ଘାଟି ନିକଟରେ ଭୟଙ୍କର ଯୁଦ୍ଧ କରିଥିଲେ I ଯୁଦ୍ଧ ପରେ ପାଖାପାଖି ଏକ ଲକ୍ଷ ଓଡ଼ିଆ ବୀର ଙ୍କ ମୁଣ୍ଡ ଗଡିଥିଲା I ସେହି ସମୟରେ ଦୟାନଦୀର ପାଣି ରକ୍ତରଞ୍ଜିତ ହୋଇ ଲାଲ ଦେଖାଯାଉଥିଲା I ଦେଢ଼ଲକ୍ଷ ଲୋକ ବନ୍ଦୀହୋଇ ଦେଶାନ୍ତରକୁ ପ୍ରେରିତ ହୋଇଥିଲେ ଏବଂ ପ୍ରାୟ ସେହି ସଂଖ୍ୟକ ବ୍ୟକ୍ତି ଯୁଦ୍ଧ ପର ଅବସ୍ଥାରେ ଆହତ , ରୋଗାକ୍ରାନ୍ତ କିମ୍ବା ବୁଭୁକ୍ଷୁ ହୋଇ ମୃତ୍ୟୁମୂଖରେ ପଡ଼ିଥିଲେ । ଏହାଦେଖି ସମ୍ରାଟ ଅଶୋକଙ୍କ ମନ ଆତ୍ମଗ୍ଲାନିରେ ଭରିଯାଇଥିଲା I କଳିଙ୍ଗ ଯୁଦ୍ଧ ବୌଦ୍ଧ ଧର୍ମ ତଥା ପୃଥିବୀର ଇତିହାସରେ ଏକ ଯୁଗାନ୍ତକାରୀ ଘଟଣା । ଏହି ଯୁଦ୍ଧର ଦାରୁଣ ପରିଣତି ଅଶୋକଙ୍କ ମନରେ ଗଭୀର ଦୁଃଖ ଓ ଅନୁତାପ ଜାତ କରିଥିଲା । ହିଂସା ପ୍ରଣୋଦିତ ତରବାରିର ଜୟ ଜୟ ନୁହେଁ, ମାନବ-ହୃଦୟକୁ ଜୟ କରିବା ହିଁ ପ୍ରକୃତ ଜୟ ବୋଲି ଅନୁଭବ କରି ଅଶୋକ ଦୟା ନଦୀ କୁଳରେ ବସି ଅସ୍ତ୍ର ତ୍ୟାଗ କରିଥିଲେ I ସେ ଭଗବାନ ଗୌତ୍ତମ ବୁଦ୍ଧ ଙ୍କର ପରମଶିଷ୍ୟ ଉପଗୁପ୍ତଙ୍କ ଠାରୁ ବୌଦ୍ଧ ଧର୍ମ ଦୀକ୍ଷା ଗ୍ରହଣ କରି ଚଣ୍ଡାଶୋକରୁ ଧର୍ମାଶୋକ ଵନିଯାଇଥିଲେ I ସେହିଦିନ ଠାରୁ ସେ ଧଉଳିରେ ଗୌତମବୁଦ୍ଧଙ୍କର ଏକ ସ୍ତମ୍ଭ (ସ୍ତୁପ) ଗଢ଼ିଥିଲେ I

ଏହାପରେ ୧୯୭୦ରେ ଜାପାନ ବୁଦ୍ଧ ସଙ୍ଘ ଓ କଳିଙ୍ଗ ବୁଦ୍ଧ ସଙ୍ଘର ମିଳିତ ଚେଷ୍ଟାରେ ଧଉଳି ପାହାଡ଼ ଉପରେ ଏକ ଶାନ୍ତି ସ୍ତୁପ ତୋଳାଯାଇଥିଲା । ଆଜି ଏହାର ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯାଉଛି Iଏଥିପାଇଁ ବିଦେଶରୁ ବୌଦ୍ଧ ଭିକ୍ଷୁକ ଓ ପ୍ରଚାରକ ଭୁବନେଶ୍ୱର ଆସିଛନ୍ତି । ଜାପାନରୁ ୩୯, ଆମେରିକାରୁ ୧୦ ଜଣ ବୌଦ୍ଧ ସନ୍ୟାସୀ ଯୋଗ ଦେଇଛନ୍ତି । ଗତକାଲି ଏକ ଶାନ୍ତି ଶୋଭଯାତ୍ରା ଅନୁଷ୍ଠିତ ହୋଇଥିଲା । ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବୌଦ୍ଧ ଧର୍ମଗୁରୁ ଓ ପ୍ରଚାରକ ଯୋଗଦେଇ ଶାନ୍ତି ବାର୍ତ୍ତା ବାଣ୍ଟିଥିଲେ ।





