ରାଜ୍ୟରେ ଖୁବଶୀଘ୍ର ପୂରଣ ହେବ ୫ ହଜାର ଡାକ୍ତର ଏବଂ ୩ ହଜାର ପାରା ମେଡିକାଲ ପଦବୀ – ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଖୁବ୍ ଶୀଘ୍ର ପୂରଣ ହେବ ଡାକ୍ତର ପଦବୀ । ୫ ହଜାର ଡାକ୍ତର ପଦବୀ ସହିତ ୩ ହଜାର ପାରାମେଡିକାଲ ଷ୍ଟାଫପଦବୀ ପୂରଣ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ ସ୍ବାସ୍ଥ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ସୂଚନାନୁସାରେ, ଆଜି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ବାରିପଦା ଯିବା ରାସ୍ତାରେ ଟଙ୍ଗାବିଲା ଠାରେ ତାଙ୍କୁ ଯଶୀପୁର ବିଧାୟକ ତଥା […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ଖୁବ୍ ଶୀଘ୍ର ପୂରଣ ହେବ ଡାକ୍ତର ପଦବୀ । ୫ ହଜାର ଡାକ୍ତର ପଦବୀ ସହିତ ୩ ହଜାର ପାରାମେଡିକାଲ ଷ୍ଟାଫପଦବୀ ପୂରଣ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ ସ୍ବାସ୍ଥ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।

ସୂଚନାନୁସାରେ, ଆଜି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ବାରିପଦା ଯିବା ରାସ୍ତାରେ ଟଙ୍ଗାବିଲା ଠାରେ ତାଙ୍କୁ ଯଶୀପୁର ବିଧାୟକ ତଥା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏବଂ ଦଳୀୟ କର୍ମୀମାନେ ସ୍ବାଗତ କରି ଯଶୀପୁର ମେଡ଼ିକାଲକୁ ଆଣିଥିଲେ । ସେଠାରେ ସ୍ବାସ୍ଥ୍ୟମନ୍ତ୍ରୀ ଯଶୀପୁର ମେଡ଼ିକାଲ ପରିଦର୍ଶନ କରିବା ସହ ବିଭିନ୍ନ ୱାର୍ଡ଼ ବୁଲି ରୋଗୀଙ୍କ ସହ କଥାବାର୍ତ୍ତା ହୋଇ ଫଳ ବାଣ୍ଟିଥିଲେ । ଆଗାମୀ ଦିନରେ ଯଶୀପୁର ମେଡ଼ିକାଲରେ ଆବଶ୍ୟକୀୟ ଡାକ୍ତର ପଦବୀ ପୂରଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହାସହ ରାଜ୍ୟରେ ଖୁବ୍ ଶୀଘ୍ର ୫ ହଜାର ଡାକ୍ତର ପଦବୀ ଓ ୩ ହଜାର ପାରା ମେଡ଼ିକାଲ ଷ୍ଟାଫ୍ ପଦବୀ ପୂରଣ କରାଯିବ ବୋଲି କହିଥିଲେ ।

Tags: