ଧାନର ଏମଏସପି ବୃଦ୍ଧିକୁ ନେଇ ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର I ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପ ସଭାପତି ଦେବୀ ମିଶ୍ର । ସେ କହିଛନ୍ତି, ଓଡ଼ିଶାର କେବଳ ନୁହେଁ ସାରା ଭାରତର ଚାଷୀ ଏମଏସପି ବୃଦ୍ଧି ପାଇଁ ଦାବି କରି ଆସିଛନ୍ତି । ଯାହାକୁ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ମଧ୍ୟ କହି ଆସୁଛନ୍ତି କି ଖର୍ଚ୍ଚର ଦେଢ଼ ଗୁଣା ଏମଏସପିରେ ଆମେ ଦେବୁ । ହେଲେ ସେ […]

Samaya Live Picture
Published On

ଭୁବନେଶ୍ୱର : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର I ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପ ସଭାପତି ଦେବୀ ମିଶ୍ର । ସେ କହିଛନ୍ତି, ଓଡ଼ିଶାର କେବଳ ନୁହେଁ ସାରା ଭାରତର ଚାଷୀ ଏମଏସପି ବୃଦ୍ଧି ପାଇଁ ଦାବି କରି ଆସିଛନ୍ତି । ଯାହାକୁ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ମଧ୍ୟ କହି ଆସୁଛନ୍ତି କି ଖର୍ଚ୍ଚର ଦେଢ଼ ଗୁଣା ଏମଏସପିରେ ଆମେ ଦେବୁ । ହେଲେ ସେ ଯାଏଁ ବର୍ତ୍ତମାନ ପର୍ୟ୍ୟନ୍ତ ପହଞ୍ଚି ପାରି ନାହିଁ । କିନ୍ତୁ ଏବେ କିଛି ବଢିଛି । ଯାହାକି ସ୍ୱାଗତ ଯୋଗ୍ୟ ।

ଏମ ଏସ ସ୍ୱାମୀନାଥନ କମିଶନ ଅନୁସାରେ ଧାନ ପାଇଁ ଶାଢେ ତିନି ହଜାର ଖର୍ଚ୍ଚ ହେଉଛି। ଏମିତି କି ରାଜ୍ୟ ବିଧାନସଭାର ସର୍ବଦଳୀୟ କମିଟି ୨୯୩୦ ଟଙ୍କା ଦେବାକୁ ଦାବି କରିଥିଲା। ତେଣୁ ଆମେ ଆଶା କରୁଛୁ ଏହାର ପୁନର୍ବାର ବିଚାର କରି ବଢ଼ାଇବେ। ଅନ୍ତତଃ ୨୯୩୦ ଟଙ୍କାରେ ପହଞ୍ଚାଇବେ। ପୂର୍ବରୁ ବିଜେପି ଏନେଇ ପ୍ରତିସ୍ମୃତି ମଧ୍ୟ ଦେଇଥିଲା। ଦେଢ଼ ଗୁଣା ଉତ୍ପାଦନ ଖର୍ଚ୍ଚର ପାଇବ। ଅନ୍ତତଃ ସେ ଯାଏଁ ନ ହେଲେ ବି ଖର୍ଚ୍ଚର ୧୦ ପ୍ରତିଶତ ହେଲେ ଚାଷୀ ପାଉ। ନ ହେଲେ ଲୋକ ଚାଷ ଛାଡି ପଳାଉଛନ୍ତି I

ସେହିପରି କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି ଏମଏସପି ବୃଦ୍ଧି ଏକ ନିର୍ବାଚନୀ ଥୋପ ଥିଲା I କେବଳ ଓଡିଶା ନୁହେଁ ସାରା ଭାରତ ବର୍ଷର ଚାଷିଙ୍କ ପ୍ରତି ବେଇମାନ କରିଛନ୍ତି କେନ୍ଦ୍ର ସରକାର । ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଭିନ୍ନ ସମୟରେ ମିଛର ସାହାରା ନେଇଛନ୍ତି। ଓଡ଼ିଶା ସରକାର ବିଧାନସଭାରେ କହିଛନ୍ତି ୧ କୁଇଣ୍ଟାଲ ଧାନ ଉତ୍ପାଦ ପାଇଁ ୨୩୪୪ ଟଙ୍କା ଖର୍ଚ୍ଚ ହେଉଛି। ତେବେ ସ୍ୱାମୀନାଥନ କମିସନ ରିପୋର୍ଟ ଲାଗୁ କଲେ ୩୫୧୬ ହେବା କଥା। ବିଜେପି ୨୦୧୪ରେ କହିଥିଲା କି ସ୍ୱାମୀନାଥନ କମିଟି ରିପୋର୍ଟ ଗ୍ରହଣ କରିବୁ, କୁଆଡେ ଗଲା ସେ ପ୍ରତିଶ୍ରୁତି? ଏବେ ଯାହା ଏମ୍‌ଏସ୍‌ପି ବଢ଼ାଇଛନ୍ତି ଚାଷୀମାନେ ସେଥିରେ ପ୍ରତାରିତ ହୋଇଛନ୍ତି।’

Tags: