ଖୋର୍ଦ୍ଧା ଜିଲ୍ଲା କଲେଜ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ ୫-ଟି ସଚିବ
ଭୁବନେଶ୍ୱର : ଜନତା ମୈଦାନରେ କଲେଜ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିଛନ୍ତି ୫-ଟି ସଚିବ । ଖୋର୍ଦ୍ଧା ଜିଲ୍ଲାର ୧୩୦ କଲେଜର ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ଛାତ୍ରଛାତ୍ରୀ ସହ ଆଲୋଚନା କରିଛନ୍ତି ଭି.କେ.ପାଣ୍ଡିଆନ । ଜୟ ଜଗନ୍ନାଥ କହି ନିଜ ଅଭିଭାଷଣ ଆରମ୍ଭ କରିଥିଲେ ୫ଟି ସଚିବ। ଢୁ ଢୁ ବର୍ଷାରେ ମୈଦାନରେ ଏତେ ସଂଖ୍ୟକ ଛାତ୍ର ଛାତ୍ରୀଙ୍କୁ ଦେଖି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ I ଏହାପରେ ଛାତ୍ରଛାତ୍ରୀଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। […]
ଭୁବନେଶ୍ୱର : ଜନତା ମୈଦାନରେ କଲେଜ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିଛନ୍ତି ୫-ଟି ସଚିବ । ଖୋର୍ଦ୍ଧା ଜିଲ୍ଲାର ୧୩୦ କଲେଜର ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ଛାତ୍ରଛାତ୍ରୀ ସହ ଆଲୋଚନା କରିଛନ୍ତି ଭି.କେ.ପାଣ୍ଡିଆନ । ଜୟ ଜଗନ୍ନାଥ କହି ନିଜ ଅଭିଭାଷଣ ଆରମ୍ଭ କରିଥିଲେ ୫ଟି ସଚିବ। ଢୁ ଢୁ ବର୍ଷାରେ ମୈଦାନରେ ଏତେ ସଂଖ୍ୟକ ଛାତ୍ର ଛାତ୍ରୀଙ୍କୁ ଦେଖି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ I ଏହାପରେ ଛାତ୍ରଛାତ୍ରୀଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ପରେ କିଛି ପ୍ରଶ୍ନ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପଚାରିଥିଲେ। ଏହା ସହ ପ୍ରତିଶୃତି ଦେଇଥିଲେ କି ଜିଲ୍ଲାର ସବୁ କଲେଜକୁ ୫ଟି ଅଧୀନରେ ରୂପାନ୍ତର କରାଯିବ । ଭିତ୍ତିଭୂମିର ବିକାଶ କରାଯିବ ବୋଲି କହିଛନ୍ତି ।
ସେହିପରି ୫ଟି ସଚିବ କହିଛନ୍ତି ଯେ ପିଲାମାନଙ୍କୁ କଠିନ ପରିଶ୍ରମ କରି ବାପା,ମା’ଙ୍କ ସ୍ବପ୍ନ ପୂରଣ କଲେ ସେଇଟାହିଁ ଦେହ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବଡ଼ ଗିଫ୍ଟ I ଏହା ସହିତ ଉତ୍ତମ ବନ୍ଧୁ କରିବା,ନିୟମିତ ବ୍ୟାୟାମ କରିବା ପାଇଁ ମଧ୍ୟ ପିଲାମାନଙ୍କୁ ପରାମର୍ଶ ଦେଇଛନ୍ତି I ମାନସିକ ସୁସ୍ଥତା ପାଇଁ ଧ୍ୟାନରେ ୧୫ ମିନିଟ ବସନ୍ତୁ। ଦୈନିକ ୧୪ ଘଣ୍ଟା ପରିଶ୍ରମ କରନ୍ତୁ । ୫ ବର୍ଷର ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ଫଳ ଦେବ ବୋଲି କହିଛନ୍ତି ଫାଇଭ ଟି ସଚିବ । ଗୁରୁ, ମାତାପିତାଙ୍କୁ ମୁଣ୍ଡିଆ ମାରନ୍ତୁ। ଆଡିକସନ, ନିଶାଠୁ ଦୂରରେ ରୁହନ୍ତୁ । ଆଇଡିଆ ବାଣ୍ଟନ୍ତୁ । ଯେତେ ଦୂର ପାଠ ପଢିବାକୁ ଆସିଲେ ବି କିଛି ମନଦୁଃଖ କରନ୍ତୁ ନାହିଁ, କଠିନ ପରିଶ୍ରମ କରନ୍ତୁ ବୋଲି କହିଛନ୍ତି ଫାଇଭ ଟି ସଚିବ ଭିକେ ପାଣ୍ଡିଆନ ଇ
ଅନ୍ୟପଟେ ୫-ଟି ସଚିବ ଭି କେ ପାଣ୍ଡିଆନଙ୍କୁ ସୁରକ୍ଷା ଦେବା ପାଇଁ ମୁତୟନ ହୋଇଛନ୍ତି ପାଖାପାଖି ୪ ରୁ ୫ ପ୍ଲାଟୁନ ପୁଲିସ। କମିଶନରେଟ ପୁଲିସ ଅଧୀନ ବିଭିନ୍ନ ଥାନାର ଥାନା ଅଧିକାରୀ ମଧ୍ୟ ମୁତୟନ ରହିଛନ୍ତି। ଡିସିପି ପ୍ରତୀକ ସିଂ ନିଜେ ଜନତା ମୈଦାନରେ ଉପସ୍ଥିତ ରହି ସୁରକ୍ଷା ସମୀକ୍ଷା କରୁଛନ୍ତି। କମିଶନରେଟ ପୁଲିସ ଅଧିକାରୀ ସାଦା ପୋଷାକରେ ପିଲାଙ୍କ ଭିତରେ ଉପସ୍ଥିତ ରହି ସୁରକ୍ଷା ସ୍ଥିତି ଉପରେ ତୀକ୍ଷ୍ନ ଦୃଷ୍ଟି ରଖିଛନ୍ତି ।




