କୁମ୍ଭ ମେଳା ପାଇଁ ଓଡିଶାରୁ ଗଡିବ ୫ ଟି ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର : ମହାକୁମ୍ଭ ମେଳାରେ ଯୋଗ ଦେବାକୁ ଚାହୁଁଥିବା ଇଚ୍ଛୁକ ତୀର୍ଥଯାତ୍ରୀଙ୍କ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ୫ଟି ସ୍ୱତନ୍ତ୍ର ଟ୍ରେନ୍‌‌ର ବ୍ୟବସ୍ଥା କରାଯାଇଛି। ଏହି ଟ୍ରେନ୍‌‌ ରାଜ୍ୟର ବିଭିନ୍ନ ସହରରୁ ସିଧାସଳଖ ପ୍ରୟାଗରାଜରେ ଯାତ୍ରୀମାନଙ୍କୁ ପହଞ୍ଚାଇବ। ଟ୍ରେନ୍‌ଗୁଡ଼ିକ ହେଲା, ଭୁବନେଶ୍ୱର-ତୁଣ୍ଡଲା-ଭୁବନେଶ୍ୱର, ପୁରୀ-ତୁଣ୍ଡଲା-ପୁରୀ, ଟିଟିଲାଗଡ଼-ତୁଣ୍ଡଲା-ଟିଟିଲାଗଡ଼, ବିଶାଖାପାଟନମ୍‌‌-ପଣ୍ଡିତ ଦିନଦୟାଲ ଉପାଧ୍ୟାୟ-ବିଶାଖାପାଟନମ୍‌ ଏବଂ ବିଶାଖାପାଟନମ୍‌‌-ଗୋରଖପୁର-ବିଶାଖାପାଟନମ୍‌‌ ସ୍ବତନ୍ତ୍ର ଟ୍ରେନ୍‌। ଏହି ସ୍ୱତନ୍ତ୍ର ଟ୍ରେନ୍‌‌ଗୁଡ଼ିକ ବିଶ୍ୱର ସର୍ବବୃହତ୍‌ ଧାର୍ମିକ ସମାବେଶ ମହାକୁମ୍ଭ ମେଳାକୁ ଯାତ୍ରା କରୁଥିବା ହଜାର ହଜାର ଭକ୍ତଙ୍କୁ ଯାତ୍ରା ସୁବିଧା […]

Samaya Live Picture
Published On

ଭୁବନେଶ୍ୱର : ମହାକୁମ୍ଭ ମେଳାରେ ଯୋଗ ଦେବାକୁ ଚାହୁଁଥିବା ଇଚ୍ଛୁକ ତୀର୍ଥଯାତ୍ରୀଙ୍କ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ୫ଟି ସ୍ୱତନ୍ତ୍ର ଟ୍ରେନ୍‌‌ର ବ୍ୟବସ୍ଥା କରାଯାଇଛି। ଏହି ଟ୍ରେନ୍‌‌ ରାଜ୍ୟର ବିଭିନ୍ନ ସହରରୁ ସିଧାସଳଖ ପ୍ରୟାଗରାଜରେ ଯାତ୍ରୀମାନଙ୍କୁ ପହଞ୍ଚାଇବ। ଟ୍ରେନ୍‌ଗୁଡ଼ିକ ହେଲା, ଭୁବନେଶ୍ୱର-ତୁଣ୍ଡଲା-ଭୁବନେଶ୍ୱର, ପୁରୀ-ତୁଣ୍ଡଲା-ପୁରୀ, ଟିଟିଲାଗଡ଼-ତୁଣ୍ଡଲା-ଟିଟିଲାଗଡ଼, ବିଶାଖାପାଟନମ୍‌‌-ପଣ୍ଡିତ ଦିନଦୟାଲ ଉପାଧ୍ୟାୟ-ବିଶାଖାପାଟନମ୍‌ ଏବଂ ବିଶାଖାପାଟନମ୍‌‌-ଗୋରଖପୁର-ବିଶାଖାପାଟନମ୍‌‌ ସ୍ବତନ୍ତ୍ର ଟ୍ରେନ୍‌।

ଏହି ସ୍ୱତନ୍ତ୍ର ଟ୍ରେନ୍‌‌ଗୁଡ଼ିକ ବିଶ୍ୱର ସର୍ବବୃହତ୍‌ ଧାର୍ମିକ ସମାବେଶ ମହାକୁମ୍ଭ ମେଳାକୁ ଯାତ୍ରା କରୁଥିବା ହଜାର ହଜାର ଭକ୍ତଙ୍କୁ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ବିଶେଷ ଭାବେ ଚଳାଚଳ କରାଯାଉଛି। ଟ୍ରେନ୍‌‌ କାର୍ଯ୍ୟସୂଚୀ, ବୁକିଂ ଏବଂ ଅନ୍ୟାନ୍ୟ ଭ୍ରମଣ ସମ୍ୱନ୍ଧୀୟ ଅଧିକ ବିବରଣୀ ପାଇଁ ଯାତ୍ରୀମାନଙ୍କୁ ରେଳବାଇ ୱେବସାଇଟ୍‌‌ ପରିଦର୍ଶନ କରିବାକୁ ଅନୁରୋଧ କରାଯାଇଛି। ଷ୍ଟେସନ୍‌ଗୁଡ଼ିକରୁ ମଧ୍ୟ ଏ ସଂପର୍କିତ ତଥ୍ୟ ମିଳିପାରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

Tags: