୫-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ କ୍ୟାବିନେଟ ପାହ୍ୟା

ଭୁବନେଶ୍ୱର : 5T ଅଧ୍ୟକ୍ଷ ହେଲେ ଭି.କେ ପାଣ୍ଡିଆନ I ଗତକାଲି ନିଜ ପଦବୀରୁ ସ୍ଵେଚ୍ଛାକୃତ ଅବସର ନେବା ପରେ ଆଜି ପୂର୍ବତନ ୫-ଟି ସଚିବ ଭି କେ ପାଣ୍ଡିଆନଙ୍କୁ କ୍ୟାବିନେଟ ପାହ୍ୟାରେ ନିଯୁକ୍ତି ମିଳିଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଶ୍ରୀ ପାଣ୍ଡିଆନ ଆଜିଠାରୁ ଉଭୟ ୫-ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ସେ କେବଳ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କରିବେ ଓ ତାଙ୍କର କାର୍ଯ୍ୟ […]

Samaya Live Picture
Published On

ଭୁବନେଶ୍ୱର : 5T ଅଧ୍ୟକ୍ଷ ହେଲେ ଭି.କେ ପାଣ୍ଡିଆନ I ଗତକାଲି ନିଜ ପଦବୀରୁ ସ୍ଵେଚ୍ଛାକୃତ ଅବସର ନେବା ପରେ ଆଜି ପୂର୍ବତନ ୫-ଟି ସଚିବ ଭି କେ ପାଣ୍ଡିଆନଙ୍କୁ କ୍ୟାବିନେଟ ପାହ୍ୟାରେ ନିଯୁକ୍ତି ମିଳିଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଶ୍ରୀ ପାଣ୍ଡିଆନ ଆଜିଠାରୁ ଉଭୟ ୫-ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ସେ କେବଳ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କରିବେ ଓ ତାଙ୍କର କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାୟୀ ରହିବେ।

ସୂଚନାନୁସାରେ ,ପୂର୍ବତନ ୫-ଟି ସଚିବ ତଥା ୨୦୦୦ ମସିହାର ଭାରତୀୟ ପ୍ରଶାସନିକ ଅଧିକାରୀ ଭି କେ ପାଣ୍ଡିଆନ ଚଳିତ ମାସ ୨୦ ତାରିଖରେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ ଓ ରାଜ୍ୟ ସରକାର ସେହି ଇସ୍ତଫା ପତ୍ରକୁ ସେହିଦିନ ଅନୁମୋଦନ ସହ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ପଠାଇ ଦେଇଥିଲେ। ଗତକାଲି ଅର୍ଥାତ ଅକ୍ଟୋବର ୨୩ରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଇସ୍ତଫା ପତ୍ର ଗ୍ରହଣ କରିଥିବା ଜଣାଇଥିଲା। ଏନେଇ ରାଜ୍ୟ ସାଧାରଣ ପ୍ରଶାସନ (ଜିଏ) ବିଭାଗର ଅତିରିକ୍ତି ମୁଖ୍ୟ ଶାସନ ସଚିବ (ଏସିଏସ)ଙ୍କୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ଅନୁସଚିବ ଚିଠି ଲେଖି ଜଣାଇଥିଲେ । ସର୍ବଭାରତୀୟ ସେବା ଆଇନ ୧୬(୨ଏ) ଅନୁସାରେ ଉକ୍ତ ଆବେଦନକୁ ମଞ୍ଜୁରୀ ମିଳିଥିବା ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଥିଲା

ତେବେ ଗତକାଲିଠାରୁ ଶ୍ରୀ ପାଣ୍ଡିଆନଙ୍କୁ କେଉଁ ପଦବୀ ମିଳିବ, ସେ ନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିଲା। ଆଜି ସକାଳେ ଶ୍ରୀ ପାଣ୍ଡିଆନଙ୍କ ନିଯୁକ୍ତି ନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

Tags: