ଓଡିଶା ଆସିବେ ଆଉ ୫ ବାଘୁଣୀ

ଭୁବନେଶ୍ୱର : ରାଜ୍ୟରେ ବିସ୍ତାର ହେବ ବାଘ ବଂଶ । ମହାରାଷ୍ଟ୍ରରୁ ଓଡ଼ିଶାକୁ ଆସିବେ ଆଉ ପାଞ୍ଚ ବାଘୁଣୀ । ଏନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ଗତକାଲି ମହାରାଷ୍ଟ୍ରରୁ ଏକ ଅଢେଇ ବର୍ଷର ବାଘୁଣୀକୁ ଅଣାଯାଇ ଶିମିଳିପାଳରେ ଛଡାଯାଇଛି । ଏହି ବାଘୁଣୀ ଟିର ନାଁ ଯମୁନା ରଖାଯାଇଛି । ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ବାଘୁଣୀକୁକୁ ଅଣାଯାଇ ବାରିପଦା ଯଶୀପୁର […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ବିସ୍ତାର ହେବ ବାଘ ବଂଶ । ମହାରାଷ୍ଟ୍ରରୁ ଓଡ଼ିଶାକୁ ଆସିବେ ଆଉ ପାଞ୍ଚ ବାଘୁଣୀ । ଏନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ଗତକାଲି ମହାରାଷ୍ଟ୍ରରୁ ଏକ ଅଢେଇ ବର୍ଷର ବାଘୁଣୀକୁ ଅଣାଯାଇ ଶିମିଳିପାଳରେ ଛଡାଯାଇଛି । ଏହି ବାଘୁଣୀ ଟିର ନାଁ ଯମୁନା ରଖାଯାଇଛି । ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ବାଘୁଣୀକୁକୁ ଅଣାଯାଇ ବାରିପଦା ଯଶୀପୁର ମୁଖ୍ୟ ରାସ୍ତା ଦେଇ ଶିମିଳିପାଳ ଟାଇଗର ରିଜର୍ଭକୁ ନିଆଯାଇଥିଲା । ଜଙ୍ଗଲ ଭିତରେ ଯମୁନାକୁ ଏନକ୍ଲୋଜରରୁ ମୁକ୍ତ ଭାବେ ଛଡ଼ା ଯାଇଥିଲା ।

ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ଶିମିଳିପାଳରେ ଗୋଟିଏ ବାଘୁଣୀକୁ ଛଡ଼ା ଯାଇଛି। ଖୁବ କମ୍ ଦିନ ଭିତରେ ଶିମିଳିପାଳରେ ଆଉ ଗୋଟିଏ ବାଘୁଣୀକୁ ଛଡ଼ାଯିବା ପାଇଁ ବ୍ୟବସ୍ଥା କରାଯାଉଛି। ଲୋକଙ୍କ ସହମତିରେ ଏହା କରାଯିବ। ଶିମିଳିପାଳରେ ୪୦ଟି ବାଘ ଅଛନ୍ତି। ସେମାନଙ୍କ ଵଂଶ ବୃଦ୍ଧି ଆବଶ୍ୟକ ହେଉଛି, ତେଣୁ ବାଘୁଣୀମାନଙ୍କୁ ଅଣାଯିବ।

Tags: